ବିଦେଶରେ ବି ଧମାଲ କଲା Puspa ! ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ରିଲିଜ ହେବା ପରେ କେବଳ ଭାରତ ନୁହେଁ ବରଂ ସମଗ୍ର ଦୁନିଆରେ ଧମାଲ କରିଛି । ଏହି ଫିଲ୍ମକୁ ଆଲୋଚକ ଏବଂ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି । ଫିଲ୍ମଟି ରିଲିଜ ହେବା ପରେ ମଧ୍ୟ ଜବରଦସ୍ତ ଆୟ କରିଛି । ଏହି ଫିଲ୍ମରେ ଅଲୁଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୟ ଲୋକଙ୍କୁ ବେଶ ପସନ୍ଦ ଆସିଛି ।

କେବଳ ଫ୍ୟାନ୍ସ କିମ୍ବା ଦର୍ଶକେ ନୁହେଁ, କ୍ରିକେଟ ଷ୍ଟାରଙ୍କ ଉପରେ ମଧ୍ୟ ପୁଷ୍ପା ଫିଲ୍ମର ଯାଦୁ ଦେଖିବାକୁ ମିଳିଛି । ତେବେ ଅଷ୍ଟ୍ରେଲିଆ କ୍ରିକେଟରର ଡେଭିଡ ୱାର୍ଣ୍ଣରଙ୍କ ସୋସିଆଲ ମିଡିଆରେ ସଦାସର୍ବଦା ଆକ୍ଟିଭ । ଖାସ କରି ନିଜର ନିଆରା ଅନ୍ଦାଜ ପାଇଁ। ଭାରତୀୟ ଫିଲ୍ମ ପାଇଁ ସବୁବେଳେ ତାଙ୍କର ଅଲଗା ପ୍ରେମ ଦେଖିବାକୁ ମିଳିଥାଏ । ଡେଭିଡ ଓ୍ଵାର୍ଣ୍ଣର ଅନେକ ଫିଲ୍ମ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏବେ ପୁଣି ପୁଷ୍ପା ଫିଲ୍ମର ଡାଇଗଲକୁ ଇନଷ୍ଟାରେ ସେୟାର କରିଛନ୍ତି ।

ୱାର୍ଣ୍ଣର ପ୍ରାୟତ ଇଂଷ୍ଟାଗ୍ରାମ ବଲିଉଡ ଏବଂ ଟଲିଉଡର ଡ୍ୟାନ୍ସ-ଡାଏଲଗ୍ ଭିଡିଓଗୁଡ଼ିକୁ ନିଜ ସେୟାର କରିବାକୁ ପସନ୍ଦ କରନ୍ତି । ଏବେ କିନ୍ତୁ ସେ ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ପାଇଁ ବେଶ୍ ଛାଇଯାଇଛନ୍ତି । ପୂର୍ବରୁ ପୁଷ୍ପା ଲୁକ ପାଇଁ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା ବେଶ୍ ଫେମସ ହୋଇଥିଲେ । ଡେଭିଡ ୱାର୍ଣ୍ଣର ପୁଷ୍ପା ଫିଲ୍ମର ଶ୍ରୀଭଲୀ ଗୀତର ହୁକ୍ ଷ୍ଟେପକୁ କପି କରିଛନ୍ତି।

ୱାର୍ଣ୍ଣର ଏହି ଷ୍ଟେପକୁ ଏତେ ଭଲ ଭାବରେ କପି କରିଛନ୍ତି ଯେ, ନିଜେ ଫିଲ୍ମର ହିରୋ ଅଲୁ ଅର୍ଜୁନ ମଧ୍ୟ ଏହି ଭିଡିଓ ଉପରେ ମନ୍ତବ୍ୟ ଦେବାରେ ନିଜକୁ ଅଟକାଇ ପାରିବେ ନାହାଁନ୍ତି । ୱାର୍ଣ୍ଣରଙ୍କ ପୂର୍ବରୁ ରବିନ୍ଦ୍ର ଜାଡେଜା, ଶିଖର ଧୱନ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ ମଧ୍ୟ ପୁଷ୍ପା ଫିଲ୍ମର ଡାଇଲଗ କହୁଥିବା ନଜର ଆସିଛନ୍ତି ।

ଓ୍ଵାର୍ଣ୍ଣର ଇନଷ୍ଟାଗ୍ରାମ ପୋଷ୍ଟରେ ଡେଭିଡ ୱାର୍ଣ୍ଣର ଏକ ଡ୍ୟାନ୍ସ କ୍ଲିପ ସେୟାର କରିଛନ୍ତି ଯେଉଁଥିରେ ସେ ଶ୍ରୀବାଲି ଗୀତରେ ଅଲୁ ଅର୍ଜୁନଙ୍କ ହୁକ ଷ୍ଟେପକୁ ଭଲ ଭାବେ ନିରୀକ୍ଷଣ କରି ଷ୍ଟେପ କରୁଛନ୍ତି । ଏହି କ୍ଲିପ୍‌ରେ ସେ ଅଲୁ ଅର୍ଜୁନଙ୍କ ଭଳି ସ୍ଲିପର୍ ଘୋଷାଡିବା ସହିତ ସମାନ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ତେବେ ଏହା ସହ ପୁଷ୍ପା ସିନେମା ର ଫେମସ ଡାଇଲଗ ପୁଷ୍ପା ଶୁଣିକି ଫ୍ଲାଉର ସମଝା କ୍ୟା । ଏହି ଡାଇଲଗ କୁ କପି କରିଛନ୍ତି କିଲି ପୋଲ ଯିଏ କି ତାଞ୍ଜାନିଆର ସେ ମଧ୍ୟ ନିଜର ଇନଷ୍ଟାଗ୍ରାମରେ  ଏହାକୁ ପୋଷ୍ଟ କରିଛନ୍ତି ଯାହା ବହୁତ ଲୋକପ୍ରିୟ ମଧ୍ୟ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ଏବଂ ପୁଷ୍ପା ଫିଲ୍ମ ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *