Ollywood ଆକ୍ଟର Papu Pam Pam ହଠାତ Live ଆସି Matric Result କୁ ନେଇ କାହିଁକି କହିଲେ ଏମିତି, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ସଂକ୍ରମଣ ବହୁତ ଅଧିକ ବଢିବାରେ ଲାଗିଛି । ଯାହାଫଳରେ ଦେଶରେ ଲକଡାଉନ ପରି ଅନେକ ଗାଇଡଲାଇନ ଜାରି କରାଯାଇଛି ।

ଲକଡାଉନ କାରଣରୁ ବହୁତ ଲୋକ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲକଡାଉନ କାରଣରୁ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଉଛି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଦେଶରେ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିବାରୁ ଛାତ୍ର ଛାତ୍ରୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଛାତ୍ରୀ ଛାତ୍ରୀ ମାନଙ୍କୁ ଅନଲାଇନ ପାଠ ପଢିବା ପାଇଁ ନିର୍ଦେଶ ଦିଆଯାଇଥିଲା ।

ଗତ କିଛି ଦିନ ତଳେ ମାଟ୍ରିକ ରେଜଲ୍ଟ ବାହାରିଥିଲା । ପିଲା ମାନଙ୍କର ପ୍ରି-ଟେଷ୍ଟ ପରୀକ୍ଷା ଆଧାରରେ ସେମାନଙ୍କୁ ମାର୍କ ଦିଆଯାଇଥିଲା । ବନ୍ଧୁଗଣ ବହୁତ ପିଲା ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ବହୁତ ପିଲା ୪୦ ରୁ ୫୦ ପ୍ରତିଶତ ମାର୍କ ରଖି ପାସ ହୋଇଛନ୍ତି । ଯେଉଁ ପିଲା ମାନେ କମ ମାର୍କରେ ପାସ ହୋଇଛନ୍ତି ସେମାନେ ଗତକାଲି ରାସ୍ତା ଉପରେ ଓଲହାଇ ନିଜ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହାକୁ ନେଇ ଆକ୍ଟର ପପୁ ପମ ପମ ନିଜ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ପୋସ୍ତ କରିଛନ୍ତି । ଯାହାକୁ ଦେଖିଲେ ନ ହସି ଆପଣ ରହି ପରିବେନି ।  ଗତକାଲି ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ପିଲାମାନେ ବିଭିନ୍ନ ଶିକ୍ଷା ଅନୁଷ୍ଠାନକୁ ଯାଇ ନିଜ ଦୁଃଖ ପ୍ରକାଶ କରିଥିଲେ ଓ ନିଜ ମାର୍କ ବଢାଇବା ପାଇଁ ଦାବି ରଖିଥିଲେ ।

କେବଳ ଏତିକି ନୁହେଁ ବନ୍ଧୁଗଣ ପିଲାଙ୍କ ସହ ତାଙ୍କ ମା ବାପା ମାନେ ମଧ୍ୟ ଆସି ଶିକ୍ଷା ଅନୁଷ୍ଠାନ ବିଷୟରେ ଅନେକ ଆଶ୍ଚର୍ଯ୍ୟ ଜନକ କଥା କହିଥିଲେ । କେତେକ ପ୍ରାଇଭେଟ ସ୍କୁଲର ପିଲା ମାନଙ୍କ ମତରେ, ସରକାରୀ ସ୍କୁଲରେ ପଢୁଥିବା ପିଲା ଭଲ ମର୍କରେ ପାସ କରିଛନ୍ତି ।

ପ୍ରାଇଭେଟ ସ୍କୁଲରେ ପଢି ସେମାନେ ବହୁତ ଟଙ୍କା ଖର୍ଚ କରି ମଧ୍ୟ ସେମାନଙ୍କୁ କେବଳ ୫୦ ପ୍ରତିଶତ ମାର୍କ ଦିଆଯାଇଛି । ପ୍ରାଇଭେଟ ସ୍କୁଲର ଅନେକ ଛାତ୍ର ଛାତ୍ରୀ ନିଜ ମାର୍କ ପାଇଁ ଅସନ୍ତୁଷ୍ଠ ପ୍ରକାଶ କରୁଛନ୍ତି । ଏହି କରୋନା କାଳର ସ୍ଥିତିକୁ ଦେଖି ଶିକ୍ଷା ଅନୁଷ୍ଠାନ ବିଭାଗ ଏକ ବଡ ନିଷ୍ପତ୍ତି ଗ୍ରହଣ କରିଥିଲା ।

ବହୁତ ଛାତ୍ର ଏହି ଲକଡାଉନର ବିନା କଷ୍ଟରେ ଲାଭବାନ ହୋଇଛନ୍ତି ବୋଲି ଜଣା ପଡିଥିବା ବେଳେ କେତେକ ଛାତ୍ର ବହୁତ କଷ୍ଟ କରି ମଧ୍ୟ କମ ମାର୍କ ଆଣିଛନ୍ତି ବୋଲି ଜଣା ପଡିଛି । ତା ହେଲେ ବନ୍ଧୁଗଣ ମାଟ୍ରିକ ରେସଲ୍ଟକୁ ନେଇ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *