ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ଗତ ବର୍ଷ ୨୦୨୦ ରେ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଅଭିନେତ୍ରୀ ପ୍ରେଗନେଣ୍ଟ ହୋଇଥିଲେ ଏବଂ କିଛି ଅଭିନେତ୍ରୀ ୨୦୨୧ ମସିହାରେ
ପ୍ରେଗନେଣ୍ଟ ହେବାର ଖବର ନିଜ ଫାନ୍ସ ମାନଙ୍କ ସହିତ ସୋସିଆଲ ମିଡିଆ ରେ ସେୟାର କରିଥିଲେ । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ସେହି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଏହି ବର୍ଷ ପ୍ରେଗନେଣ୍ଟ ହୋଇଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଶ୍ରେୟା ଘୋଷାଲ- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ । ଶ୍ରେୟା ଘୋଷାଲ ନିଜ ବିବାହ ର ୬ ବର୍ଷ ପରେ ପ୍ରେଗନେଣ୍ଟ ହୋଇଛନ୍ତି । ସେ ବେବି ବମ୍ପ ସହିତ ସୋସିଆଲ ମିଡିଆ ରେ ନିଜର ଫଟୋ କୁ ସେୟାର କରିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ସେ ନିଜ ସନ୍ତାନ ଙ୍କ ନାମ ଶ୍ରେୟାଦିତ୍ୟ ରଖିବେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ୨୦୧୫ ମସିହାରେ ନିଜ ବଏଫ୍ରେଣ୍ଡ ସିଲାଦିତ୍ୟ ମୁଖୋପାଧ୍ୟାୟ ଙ୍କୁ ବିବାହ କରିଥିଲେ ।

୨. ଦିଆ ମିର୍ଜା- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା । ଏହି ଅଭିନେତ୍ରୀ ୧୫ ଫେବୃଆରୀ ୨୦୨୧ ରେ ମୁମ୍ବାଇ ର ବିଜନେସ ମ୍ୟାନ୍ ବୈଭବ ରେଖୀ ଙ୍କୁ ବିବାହ କରିଥିଲେ । କିଛି ଦିନ ପୂର୍ବରୁ ଦୁହେଁ ହନୀମୁନ କରିବାକୁ ଯାଇଥିଲେ ଏବଂ ସେଠାରେ ଦିଆ ମିର୍ଜା ନିଜର ବେବି ବମ୍ପ ସହ ଫଟୋ ସେୟାର କରି ପ୍ରେଗନେନ୍ସି ସମ୍ବନ୍ଧରେ କହିଥିଲେ । ଦିଆ ଙ୍କ ବିବାହ କୁ ମାତ୍ର ଦେଢ଼ ମାସ ହୋଇଛି ।

୩. ଦୀପିକା ପାଦୁକୋନ- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ । ଅନୁଷ୍କା ଶର୍ମା ଓ କରିନା କପୁର ଙ୍କ ପ୍ରେଗନେନ୍ସି ପରେ ଏହା ଶୁଣିବାକୁ ମିଳିଥିଲା ଯେ ଦୀପିକା ମଧ୍ୟ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । କିଛି ଦିନ ପୂର୍ବରୁ ଯେବେ ଦୀପିକା ଙ୍କୁ ସ୍ପଟ୍ କରାଯାଇଥିଲା ସେତେବେଳେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଦେଖା ଯାଉଥିଲା । କିନ୍ତୁ ଏହି ସମ୍ବନ୍ଧରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ କରି ନାହାନ୍ତି । ଖବର ଅନୁସାରେ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଖୁବ ଶୀଘ୍ର ଖୁସି ଖବର ଶୁଣାଇବାକୁ ଯାଉଛନ୍ତି ।

୪. ପ୍ରିୟଙ୍କା ଚୋପ୍ରା- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ତଥା ହଲିଉଡ଼ ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏହି ଅଭିନେତ୍ରୀ ନିଜର ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ ସେ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଏହାପରେ କିଛି ଫଟୋ ରେ ପ୍ରିୟଙ୍କା ଙ୍କ ବେବି ବମ୍ପ କୁ ମଧ୍ୟ ସ୍ପଟ୍ କରାଯାଇଛି । ଏହି ସମ୍ବନ୍ଧରେ ପ୍ରିୟଙ୍କା ଚୋପ୍ରା ଖୁବ ଶୀଘ୍ର ଅଫିସିଆଲ ଆନାଉନ୍ସମେଣ୍ଟ କରିବେ ବୋଲି ଶୁଣିବାକୁ ମିଳୁଛି ।

୫. ନୀତି ମୋହନ- ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ କଣ୍ଠଶିଳ୍ପୀ ନୀତି ମୋହନ । କେବଳ ଶ୍ରେୟା ଘୋଷାଲ ହିଁ ନୁହେଁ ନୀତି ମୋହନ ମଧ୍ୟ ଏହି ୨୦୨୧ ବର୍ଷ ରେ ମାଆ ହେବାକୁ ଯାଉଛନ୍ତି । ସେ ନିଜର ବେବି ବମ୍ପ ସହିତ ସୋସିଆଲ ମିଡିଆ ରେ ନିଜର ଫଟୋ ପୋଷ୍ଟ କରି ନିଜର ପ୍ରେଗନେନ୍ସି ସମ୍ବନ୍ଧରେ ଫାନ୍ସ ମାନଙ୍କୁ ଜଣାଇଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ନୀତି ମୋହନ ୪୦ ବର୍ଷ ବୟସ ରେ ମାଆ ହେବାକୁ ଯାଉଛନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

