ସାମ୍ନାକୁ ଆସିଲା Tapu ଙ୍କ ଶେଷକୃତ୍ୟ ର Full Video, ପଞ୍ଚଭୂତରେ ଲୀନ ହେଲେ ଓଡିଶାର ସୁନାମଧାନ୍ୟ ସିଙ୍ଗର Tapu Mishra

ବନ୍ଧୁଗଣ ନମସ୍କାର, ଏହି କରୋନା ମହାମାରୀ ର ଦ୍ଵିତୀୟ ଲହରୀ ଦିନ କୁ ଦିନ ବହୁତ ଭୟାନକ ହୋଇ ଯାଉଛି । ଅନେକ ଦିଗଜ କଳାକାର ମାନେ ଏହି କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ ବରଣ କରିଛନ୍ତି ।

ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତପୁ ମିଶ୍ର ଅନେକ ଓଡ଼ିଆ ଫିଲ୍ମ ଓ ଅଲବମ୍ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ କଣ୍ଠ ର ଯାଦୁ ରେ ସେ ସମସ୍ତ ଦର୍ଶକ କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଏହି ପ୍ରସିଦ୍ଧ ଗାୟିକା ଜଣକ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଗୀତ ରେ କଣ୍ଠଦାନ କରି ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

 ଫିଲ୍ମ ଓ ଆଲବମ୍ ବ୍ୟତୀତ ଅନେକ ଓଡ଼ିଆ ଭଜନ ରେ ମଧ୍ୟ ତପୁ ମିଶ୍ର ନିଜର କଣ୍ଠଦାନ କରିଛନ୍ତି । ତପୁ ମିଶ୍ର ଙ୍କ କଣ୍ଠ ର ଯେତେ ମଧ୍ୟ ପ୍ରଶଂସା କରିଲେ ତାହା କମ ପଡ଼ିବ । ତାଙ୍କ କଣ୍ଠ ର ଯାଦୁ ରେ ସମସ୍ତ ଦର୍ଶକ ବାନ୍ଧି ହୋଇ ରହିଛନ୍ତି । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଦୁଃଖୀ ହୋଇଯିବେ ।

ସୂଚନାନୁସାରେ ଓଲିଉଡ ଜଗତର ଏହି ପ୍ରଖ୍ୟାତ ଗାୟିକା ତପୁ ମିଶ୍ର କୋରନା ମହାମାରୀ ରେ ଆକ୍ରାନ୍ତ ହୋଇଥିଲେ ଏବଂ ଗୁରୁତର ଅବସ୍ଥାରେ ତପୁ ମିଶ୍ର ଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଟ କରାଯାଇ ଥିଲା । ତପୁ ଙ୍କୁ ହସ୍ପିଟାଲ ରେ ଆଇ ସି ୟୁ ରେ ଭର୍ତ୍ତି କରାଯାଇ ଥିଲା । ଭୁବନେଶ୍ୱର ର କୋଭିଡ଼ ହସ୍ପିଟାଲରେ ତାଙ୍କର ଚିକିତ୍ସା କରା ଯାଉଥିଲା । କିନ୍ତୁ ଗତକାଲି ସେ ସେହି ଘରୋଇ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଏହି ଖବର ସାମ୍ନା କୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ଖେଳି ଯାଇଛି ଏବଂ ସମସ୍ତ କଳାକାର ଓ କଣ୍ଠଶିଳ୍ପୀ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ତପୁ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଖବର ଶୁଣି ତପୁ ଙ୍କ ସମସ୍ତ ବନ୍ଧୁ କଳାକାର ଓ କଣ୍ଠଶିଳ୍ପୀ ତଥା ଶୁଭେଚ୍ଛକ ତାଙ୍କୁ ଫେସବୁକ ରେ ଟ୍ୟାଗ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ କିନ୍ତ ସେ ସମସ୍ତ ଙ୍କୁ ଛାଡି ଆର ପାରି କୁ ଚାଲିଗଲେ ।

ତପୁ ମିଶ୍ର ଓଡ଼ିଆ ସିନେମା ରେ ଅନେକ ଗୀତ ଗାଇଛନ୍ତି ଏବଂ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି । ତେବେ ତପୁ ମିଶ୍ର ମାତ୍ର ୩୬ ବର୍ଷ ବୟସ ରେ ହିଁ ଏହି ଦୁନିଆରୁ ଚାଲିଗଲେ ଏବଂ ସେ ଫୁଣି ସଧବା ବେଶ ରେ । ତାଙ୍କ ସ୍ୱାମୀ ଦୀପକ ପୂଜାରୀ ତାଙ୍କୁ ନାଲି ଶାଢ଼ୀ,ସଂଖା, ସିନ୍ଦୁର,ଅଳତା ଲଗାଇ ବଧୂ ବେଶ ରେ ସଜାଇ ଦେଇଥିଲେ ଏବଂ ସେ ତପୁ ଙ୍କୁ ଦେଖି ଧୋର୍ୟ୍ଯହରା ମଧ୍ୟ ହୋଇ ଯାଉଥିଲେ ।

ତପୁ ଙ୍କ ଶେଷ ଯାତ୍ରା ରେ ଏହି କୋଭିଡ ପାଇଁ ବହୁତ ଅଳ୍ପ ଲୋକ ସାମିଲ ହୋଇ ପାରିଥିଲେ । ତାଙ୍କ ପରିବାର ଲୋକ ଏବଂ ବନ୍ଧୁ ପରିଜନ ମଧ୍ୟ ତପୁ ଙ୍କର ଏହି ବିୟୋଗ କୁ ବିଶ୍ୱାସ କରି ପାରୁ ନାହାଁନ୍ତି । ଯେଉଁ ବ୍ୟକ୍ତି ସମସ୍ତ ଙ୍କୁ ହସାଉ ଥିଲା ଆଜି ତା ପାଇଁ ସମସ୍ତେ କାନ୍ଦୁଛନ୍ତି । ତେବେ ଏହା ଓଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି କାରଣ ତପୁ ମିଶ୍ର ଥିଲେ ଜଣେ ଅଦ୍ଵିତୀୟ ଗାୟିକା ଏବଂ ତାଙ୍କ ସ୍ଥାନ କେହି ପୂରଣ କରି ପାରିବେ ନାହିଁ ।

ତେବେ ତପୁ ମିଶ୍ର ଏତେ ଜଲ୍ଦି ସମସ୍ତ ଙ୍କୁ ଛାଡି ଚାଲିଯିବେ ବୋଲ କାହାର ଆଶା ନଥିଲା । ତେବେ ତାଙ୍କର ଶେଷ କୃତ ଭୁବନେଶ୍ୱର ର ସତ୍ୟନଗର ଶ୍ମଶାନ ରେ ହୋଇଥିଲାଏବଂ ତାଙ୍କ ଶେଷ ଯାତ୍ରା ରେ ମଧ୍ୟ ପରିବାର ଲୋକ ହିଁ ସାମିଲ ଥିଲେ । ଆମେ ସମସ୍ତେ ତାଙ୍କ ଆତ୍ମା ର ଶାନ୍ତି ପାଇଁ ପାର୍ଥନା କରୁଛୁ ତେବେ ତପୁ ମିଶ୍ର ଆମ ମନ ଭିତରେ ଏବଂ ସଙ୍ଗୀତ ଭିତରେ ସର୍ଵଦା ବଂଚି ରହିବେ । ନିଜର ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ଯବାଦ

Leave a Reply

Your email address will not be published. Required fields are marked *