ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି ।
ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।
ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ବର୍ତ୍ତମାନ ସିନେମା ରେ ଥିବା ସଙ୍ଗୀତ ଏବଂ ଗାୟକ ଗାୟିକା ଙ୍କ ପ୍ରତି ମଧ୍ୟ ଅଧିକ ରୁଚି ରଖୁଛନ୍ତି ଏବଂ ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଆସନ୍ତି ଓଲିଉଡ ଜଗତ ର କିଛି ନାମୀ ଦାମୀ ଗାୟିକା ମାନଙ୍କ ର ଜୀଵନ ସାଥୀ ଙ୍କ ବିଷୟରେ ଜାଣିନେବା ।
୧- ପ୍ରଥମ ରେ ହେଉଛନ୍ତି ଲୋକପ୍ରିୟ ଗାୟିକା ସୋହିନୀ ମିଶ୍ର । ସୋହିନୀ ଓଡ଼ିଆ ସିନେମା ସହ ହିନ୍ଦୀ ସିନେମାରେ ମଧ୍ୟ ନିଜ କଣ୍ଠଦାନ କରିଛନ୍ତି ଏବଂ ରିୟାଲିଟି ସୋ ରେ ମଧ୍ୟ ସେ ନଜର ଆସିଛନ୍ତି ତେବେ ସେ ୨୦୨୦ ମସିହା ରେ ହିମାଂଶୁ ଶେଖର ପତି ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଦୁହେଁ ବହୁତ ଖୁସି ରେ ଅଛନ୍ତି ।
୨- ଦ୍ଵିତୀୟ ରେ ହେଉଛନ୍ତି ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ । ଦୀପ୍ତିରେଖା ଗୀତ ଗାଇବା ସହ କିଛି ଧାରାବାହିକ ରେ ଅଭିନୟ ମଧ୍ୟ କରିଛନ୍ତି ତେବେ ଲୋକମାନେ ତାଙ୍କ ଗୀତ କୁ ଖୁବ ପସନ୍ଦ ମଧ୍ୟ କରନ୍ତି । ସେ ମଧ୍ୟ ୨୦୨୦ ରେ ସୋମ୍ୟରଞ୍ଜନ ଶତପଥୀ ଙ୍କୁ ବିବାହ କରିଥିଲେ ଏବଂ ସେ ଜଣେ ବ୍ୟବସାୟୀ ଅଟନ୍ତି ।
୩- ତୃତୀୟ ରେ ହେଉଛନ୍ତି ତପୁ ମିଶ୍ର । ସେ ଜଣେ ଖୁବ ଲୋକପ୍ରିୟ ଗାୟିକା । ତାଙ୍କର ସବୁ ଗୀତ କୁ ଶ୍ରୋତା ମାନେ ଖୁବ ପସନ୍ଦ କରନ୍ତି । ତେବେ ସେ ୨୦୧୮ ରେ ଅଭିନେତା ଏବଂ ବ୍ୟବସାୟୀ ଦୀପକ ପୂଜାହାରୀ ଙ୍କୁ ବିବାହ କରିଥିଲେ ।
୪- ଚତୁର୍ଥ ରେ ହେଉଛନ୍ତି ନମିତା ଅଗ୍ରୱାଲ । ନମିତା ଓଲିଉଡ଼ ର ବର୍ତ୍ତମାନ ନମ୍ବର ୧ ଗାୟିକା । ସେ ଅନେକ ସିନେମା ସହ ଅନେକ ଭଜନ ମଧ୍ୟ ଗାଇଛନ୍ତି ଏବଂ ଲୋକମାନେ ତାଙ୍କ ଗୀତ କୁ ଖୁବ ଭଲ ପାଇଥାନ୍ତି ତେବେ ନମିତା ୧୯୯୨ ରେ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇ ପୁତ୍ର ମଧ୍ୟ ଅଛନ୍ତି ।
୫-ପଞ୍ଚମ ରେ ହେଉଛନ୍ତି ଲୋକପ୍ରିୟ ଏବଂ ପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡା । ଅସୀମା ଭଜନ ସହ ସିନେମାରେ ଆଲବମ ଆଦିରେ ନିଜ କଣ୍ଠଦାନ କରିଛନ୍ତି । ସେ ଅଳ୍ପ ସମୟରେ ସମସ୍ତ ଙ୍କ ପ୍ରିୟ ହୋଇ ପାରିଲେ । ତେବେ ସେ ୨୦୧୮ ରେ ମାନସ ଙ୍କୁ ବିବାହ କରିଥିଲେ କିନ୍ତୁ କିଛି କାରଣ ଯୋଗୁଁ ଦୁହେଁ ପରେ ଅଲଗା ମଧ୍ୟ ହୋଇଗଲେ ଏବଂ ବର୍ତ୍ତମାନ ଅସୀମା ଏକୁଟିଆ ରହୁଛନ୍ତି ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ