ଓଡିଶାର ଫେମସ ସିଙ୍ଗର Namita Agrawal ଙ୍କ Family & Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ ।

ଏମନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ । କିନ୍ତୁ ସେ ପର୍ଯ୍ୟନ୍ତ ମନୋରଞ୍ଜନ ହୋଇ ନଥାଏ ଯେ ପର୍ଯ୍ୟନ୍ତ ଗୋଟିଏ ଭଲ ଗୀତ ଦେଖିବାକୁ ମିଳି ନଥାଏ । ଏହି ଗୀତ ପଛରେ ଅନେକ ଲୋକଙ୍କ ର ହାତ ରହିଥାଏ । କିନ୍ତୁ ସବୁଠାରୁ ବେଶୀ ହାତ ରହିଥାଏ ଗାୟକ ଓ ଗାୟିକା ମାନଙ୍କର । ସେମାନେ ନିଜ କଣ୍ଠ ଦ୍ୱାରା ଗୀତ କୁ ସୁମଧୁର କରିପାରନ୍ତି ।

ତେବେ ବନ୍ଧୁଗଣ ସେହିପରି ଜଣେ ଗାୟିକା ହେଉଛନ୍ତି ନମିତା ଅଗ୍ରୱାଲ । ଏହି ଗାୟିକା ଅନେକ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି ଏବଂ ଅନେକ ଭଜନ ରେ କଣ୍ଠଦାନ କରିବା ସହିତ ସ୍ୱୟଂ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କ ର ସମସ୍ତ ଗୀତ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଲୋକପ୍ରିୟ କଣ୍ଠଶିଳ୍ପୀ ଙ୍କ ଜୀବନୀ ତଥା ପରିବାର ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ନମିତା ଅଗ୍ରୱାଲ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଯିଏ ନିଜ ସୁନ୍ଦର ଏବଂ ମଧୁର କଣ୍ଠ ରେ ଗୀତ ଗାଇ ଲୋକପ୍ରିୟତା ଏବଂ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ସୁନାମଧନ୍ୟ କଣ୍ଠଶିଳ୍ପୀ ଜଣକ ୧୯୬୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଛୋଟ ବେଳୁ ହିଁ ତାଙ୍କର ପ୍ରତିଭା ଜଣା ପଡିଥିଲା । ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କ ପିତା ତାଙ୍କୁ ବହୁତ ସାହାଯ୍ୟ କରିଥିଲେ ବୋଲି ନମିତା ଅଗ୍ରୱାଲ କହିଥିଲେ ।

ନମିତା ଅଗ୍ରୱାଲ ୧୯୯୨ ମସିହାରେ ଓଡ଼ିଆ ଲୋକପ୍ରିୟ ଭଜନ ‘ଅଝଟିଆ କାଳିଆ’ ରୁ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି । ନମିତା ନିଜର ସୁନ୍ଦର ସ୍ୱର ଏବଂ ଗୀତ ପାଇଁ ଆଜି ଓଲିଉଡ଼ ରେ ବର୍ତ୍ତମାନ ନମ୍ବର ୧ ଗାୟିକା ଭାବେ ପରିଚିତ ଅଛନ୍ତି । ନମିତା ଅଗ୍ରୱାଲ ଅନେକ ଓଡ଼ିଆ ଭଜନ ସହିତ ଅନେକ ସିନେମା ରେ ମଧ୍ୟ ନିଜ କଣ୍ଠଦାନ କରିଛନ୍ତି ଏବଂ ସେ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି । ସେ ଲୋକ ମାନଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି ।

ତେବେ ନମିତା ଅଗ୍ରୱାଲ ୧୯୯୨ ମସିହାରେ ମ୍ୟୁଜିକ କମ୍ପାନୀ ର ଫାଉଣ୍ଡର ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ । ବିବାହ ପରେ ହିଁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନ ନମିତା ଅଗ୍ରୱାଲ ଙ୍କୁ ୫୨ ବର୍ଷ ବୟସ ଅଟେ ।

ନମିତା ଙ୍କ ଦୁଇ ପୁଅ ଅଛନ୍ତି । ସାର୍ଥକ ଓ ସିଦ୍ଧାର୍ଥ । ବର୍ତ୍ତମାନ ତାଙ୍କ ସାନ ପୁଅ ନିଜ ପାଠପଢ଼ା ଜାରି ରଖିଛନ୍ତି ଏବଂ ତାଙ୍କ ବଡ଼ ପୁଅ ପିତା ଙ୍କୁ ବିଜନେସ ରେ ସାହାଯ୍ୟ କରୁଛନ୍ତି । ନମିତା ଅଗ୍ରୱାଲ ନିଜ ସ୍ୱାମୀ ଏବଂ ଦୁଇ ପୁଅ ଙ୍କ ସହିତ ବହୁତ ଖୁସି ରେ ରହୁଛନ୍ତି । ଏହି ଲୋକପ୍ରିୟ କଣ୍ଠଶିଳ୍ପୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ସଙ୍ଗୀତ କ୍ୟାରିଅର କୁ ଜାରି ରଖିଛନ୍ତି ଏବଂ ଅନେକ ସୁପରହିଟ ଗୀତ ରେ ନିଜର କଣ୍ଠଦାନ କରୁଛନ୍ତି । ତାଙ୍କ କଣ୍ଠ ର ଯାଦୁ ରେ ସମସ୍ତ ଦର୍ଶକ ବାନ୍ଧି ହୋଇ ରହିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *