ଲୋକପ୍ରିୟ ଓଡିଆ ଅଭିନେତ୍ରୀ Kajal Mishra ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି କାଜଲ ମିଶ୍ର । ଆପଣ ମାନେ ସମସ୍ତେ କାଜଲଙ୍କୁ କେତେକ ଆଲବମ ଓ ଧାରାବାହିକରେ ନିଶ୍ଚୟ ଦେଖିଥିବେ ।

ହେଲେ ଆପଣ ମାନେ କଣ ତାଙ୍କର ଅଭିନୟ କାରିୟର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କାଜଲଙ୍କ ଅଭିନୟ କାରିୟର ଓ ତାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କାଜଲଙ୍କ ବିଷୟରେ ।


ବନ୍ଧୁଗଣ କାଜଲ ପ୍ରଥମେ ଓଡିଆ ଆଲବମରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ସେ ‘ନେଇଯାରେ ମେଘ ମତେ’ ଓ ‘ଓଢଣୀ ଉଡେଇ ଦେଲି’ ଆଦି କେତେକ ଲୋକପ୍ରିୟ ଆଲବମ କରିଛନ୍ତି । ବନ୍ଧୁଗଣ କାଜଲ ଓ ଦୁଷ୍ମନ୍ତ ଏକା ସହ ମିଶି କେତେକ ଆଲବମରେ କାମ କରିଛନ୍ତି ।

ସେ ୨୦୦୫ ମସିହାରେ ଓଡିଆ ଫିଲ୍ମ ‘ଧର୍ମର ହେବ ଜୟ’ରୁ ନିଜ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି କାରିୟରକୁ ଆରମ୍ଭ କରିଥିଲେ । ସେ ୧୦ରୁ ଉର୍ଦ୍ଧ ଓଡିଆ ଫିଲ୍ମରେ କାମ କରିଛନ୍ତି । ବନ୍ଧୁଗଣ ସେ ଓଡିଆ ଫିଲ୍ମ ବ୍ଯତୀତ କେତେକ ଧାରାବାହିକରେ  ମଧ୍ୟ କାମ କରିଛନ୍ତି । ସେ ନିଜ ଅଭିନୟ ପାଇଁ ଜୟଦେବ ଆୱାର୍ଡ ଓ ସନ୍ଦେହୀ ପ୍ରିୟତମା ଆଦି ଆୱାର୍ଡରୁ ସମ୍ମାନିତ ହୋଇଛନ୍ତି ।

ସେ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କ ସ୍ଵାମୀଙ୍କ ନାମ ହେଉଛି ଦୁଷ୍ମନ୍ତ ପଣ୍ଡା । ବନ୍ଧୁଗଣ ଦୁଷ୍ମନ୍ତ ମଧ୍ୟ ଜଣେ ଓଡିଆ ଫିଲ୍ମ ଅଭିନେତା ଅଟନ୍ତି । ସେ କେତେକ ଓଡିଆ ଫିଲ୍ମ ଓ ଆଲବମରେ ଅଭିନୟ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏହି ଦୁଇଜଣ ପ୍ରେମ ବିବାହ କରିଥିଲେ । ବନ୍ଧୁଗଣ କାଜଲ ଓ ଦୁଷ୍ମନ୍ତଙ୍କର ଏକ ପୁତ୍ରୀ ସନ୍ତାନ ମଧ୍ୟ ଅଛି ଯାହାର ନାମ ହେଉଛି ଐଶ୍ଵର୍ଯ୍ୟ ପଣ୍ଡା ।


ବନ୍ଧୁଗଣ କାଜଲ ହେଉଛନ୍ତି ମଝିଆ ଝିଅ ତାଙ୍କ ଘରେ ତାଙ୍କର ଦୁଇଟି ଭାଇ ମଧ୍ୟ ଅଛନ୍ତି । ବର୍ତ୍ତମାନ ସେ ନିଜ ପରିବାର ସହ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କାଜଲ ମିଶ୍ରଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *