ବନ୍ଧୁଗଣ ଆପଣ ମାନେ ତ ଓଡିଆ ସିଙ୍ଗର କୁଲଦୀପ ଙ୍କୁ ନିଶ୍ଚୟ ଜାଣିଥିବେ ଯିଏ ଗତ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଓଲିଉଡର ଜଣେ ଜଣା ଶୁଣା ସିଙ୍ଗର ଅଟନ୍ତି । ସେ କିଛି ଦିନ ତଳେ ଓଡିଆ ସିଙ୍ଗର ଈପ୍ସିତା ପଣ୍ଡାଙ୍କୁ ଓଡିଆ ରୀତିନୀତି ସହ ବିବାହ କରିଥିଲେ। ସେ ବର୍ତ୍ତମାନ ତାଙ୍କ ବୈବାହିକ ଜୀବନରେ ବହୁତ ଖୁସି ଥିବାର ନଜର ଆସୁଛନ୍ତି । ତେବେ କୁଲଦୀପ କହିଛନ୍ତି କି ପ୍ରଥମେ ସେ ଇପ୍ସିତାଙ୍କୁ ଏକ ସାଇ ଭଜନ ଷ୍ଟେଜ ସୋରେ ଦେଖିଥିଲେ ।
ଯାହା ପର ଠାରୁ ସେ ଭାବିଥିଲେ କି ଯଦି ବିବାହ କରିବେ ତେବେ ଏହି ଝିଅକୁ ହିଁ ବିବାହ କରିବେ ତେବେ ତାହା ଯେ ସତ ହେବ ଏହା ସେ କେବେ ଜାଣିନଥିଲେ ।ପ୍ରଥମ ଥର ଦେଖାରେ ଇପ୍ସିତା କୁଲଦୀପଙ୍କୁ ଭାଇ ବୋଲି ଡାକିଥିଲେ । ଏହା ସହିତ କୁଲଦୀପ ଏହା ମଧ୍ୟ କହିଛନ୍ତି କି ତାଙ୍କର ଏପରି ଏକ ଯୋଡିକୁ ଭଗବାନ ହିଁ ସମ୍ଭବ କରିଛନ୍ତି ତା ଛଡା ଆଉ କେହି ନୁହେଁ ।
ଏହି 2 ଜଣ ଓଲିଉଡ ର ଫେମସ ସିଙ୍ଗର ଅଟନ୍ତି । ଖୁବ୍ କମ୍ ସମୟରେ ଏହି ଦୁଇଜଣ ସଙ୍ଗୀତ ଜଗତରେ ଲୋକପ୍ରିୟତା ହାସଲ କରିଛନ୍ତି । ଜଣେ ସଙ୍ଗୀତ ଜଗତର ରାଜା, ଆଉ ଜଣେ ସଙ୍ଗୀତ ଜଗତର ରାଣୀ ଅଟନ୍ତି । ସେମାନେ ବିଭିନ୍ନ ପ୍ରକାରର ଗୀତ ଗାଇ ଲୋକମାନଙ୍କ ହୃଦୟକୁ ରାଜ୍ କରିଛନ୍ତି । ଭକ୍ତିଭରା ଗୀତରୁ ରୋମାଣ୍ଟିକ୍, ଏମିତିକି ମନ୍ତ୍ରମୁଗ୍ଧକର ଦେଶାତ୍ମକବୋଧକ ସଂଗୀତଯାଏ ଉଭୟଙ୍କ ସ୍ୱରର ଯାଦୁ କେବଳ ଯୁବପିଢି ନୁହେଁ ବରଂ ସବୁ ବର୍ଗର ଲୋକଙ୍କ ମନ ଜିଣି ପାରିଛି । ଭଗବାନଙ୍କର ଆର୍ସିବାଦ ଏବଂ ଲୋକମାନଙ୍କର ଭଲପାଇବା ପାଇଁ ସେମାନେ ଏକାଠି ହୋଇପାରିଛନ୍ତି ବୋଲି କହିଛନ୍ତି ।
ତେବେ ଇପ୍ସିତା ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ କୁଲଦୀପ ଇପ୍ସିତା ଙ୍କ ହାତକୁ ଧରି କିସ କରୁଛନ୍ତି ଏବଂ ହାତକୁ ଜାବୁଡି ଧରିଛନ୍ତି । ତେବେ ଏହି ଭିଡିଓ ଟି ଦର୍ଶକ ମାନଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥିଲା ଦୁହିଁଙ୍କ ଯୋଡି କୁ ଲୋକମାନେ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି । ତେବେ ଏହା ଛଡା ଇପ୍ସିତା ନିଜ ବାହାଘର ଏବଂ ରିସେପସନ ରେ ବହୁତ ଖୁସି ଥିଲେ ଏବଂ ଦୁହେଁ ବହୁତ ସୁନ୍ଦର ଦେଖା ଯାଉଥିଲେ ତେବେ ଇପ୍ସିତା ଅନେକ ରିଲସ ଭିଡିଓ ମଧ୍ୟ ବନାଇ ଥିଲେ ।
ତେବେ ବର୍ତ୍ତମାନ କୁଲଦୀପ ଓ ଈପ୍ସିତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସି ଅନୁଭବ କରୁଛନ୍ତି । ସେ ଦୁହେଁ ତାଙ୍କ ମ୍ୟାରେଜ ଲାଇଫ ରେ ବହୁତ ଖୁସି ଅଛନ୍ତି ଓ ବହୁତ ଏନଜୟ ମଧ୍ୟ କରୁଛନ୍ତୁ ତେବେ ଆପଣଙ୍କୁ ଏହି 2 ଜଣ କିପରି ଲାଗନ୍ତି ଆମକୁ କମେନ୍ଟ କରି ଜଣାନ୍ତୁ । ଭଲ ଲାଗିଥିଲେ ଲାଇକ ଓ ସେୟାର କରିବାକୁ ଅନୁରୋଧ ।

