ଲୋକପ୍ରିୟ ଓଡିଆ ଅଭିନେତ୍ରୀ Kajal Mishra ଙ୍କ Family & Biography

ନମସ୍କାର ବନ୍ଧୁଗଣ ଆପଣ ମାନେ ନବେ ଦଶକ ରେ ଓଡ଼ିଆ ଆଲବମ ବିଷୟ ରେ ନିଶ୍ଚିତ ଜାଣିଥିବେ । କାରଣ ସେତେବେଳେ ଲୋକମାନେ ସିନେମା ଭଳି ଆଲବମ ଙ୍କୁ ମଧ୍ୟ ସେତିକି ଭଲ ପାଉଥିଲେ । ତେବେ ସେହି ଆଲବମ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଂକୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରୁଥିଲେ ଏବଂ ଭଲ ପାଇବା ମଧ୍ୟ ଦେଉଥିଲେ । ତେବେ ସେହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି କାଜଲ ମିଶ୍ର ।

ତେବେ ଆସନ୍ତୁ ଆଲବମ କୁଇନ କାଜଲ ମିଶ୍ର ଙ୍କ ଜୀଵନ ବିଷୟରେ କିଛି କଥା ଆଲୋଚନା କରି ନେବା ଏବଂ ତାଙ୍କ ପରିବାର ସମ୍ପର୍କରେ ମଧ୍ୟ ଜାଣିନେବା । କାଜଲ ନିଜର କ୍ୟାରିଆର ଓଡ଼ିଆ ଆଲବମ ରୁ ଆରମ୍ଭ କରିଥିଲେ । ଏହା ପରେ ସେ ସିନେମା ଏବଂ ଧାରାବାହିକ ରେ ମଧ୍ୟ କାମ କରିଥିଲେ । ତେବେ ୨୦୧୧ ମସିହାରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତାଙ୍କ ସ୍ୱାମୀ ହେଉଛନ୍ତି ଦୁଷ୍ମନ୍ତ ପଣ୍ଡା ଯିଏ କି ନିଜେ ଜଣେ ଅଭିନେତା ଏବଂ ଅନେକ ସିନେମା ଏବଂ ଧାରାବାହିକ ରେ ମଧ୍ୟ ସେ ନଜର ଆସିଛନ୍ତି ।

କାଜଲ ଏବଂ ଦୁଷ୍ମନ୍ତ ଙ୍କର ଗୋଟିଏ ଝିଅ ସନ୍ତାନ ମଧ୍ୟ ଅଛି ଯାହାର ନାମ ଐଶ୍ଵୟା ପଣ୍ଡା । ତେବେ କାଜଲ ହେଉଛନ୍ତି ମଝିଆ ଝିଅ ତାଙ୍କ ର ଜଣେ ବଡ ଭାଇ ଏବଂ ଜଣେ ସାନ ଭାଇ ଅଛନ୍ତି ।
ତେଣୁ କାଜଲ ନିଜ କ୍ୟାରିଆର ୨୦୦ ରୁ ମଧ୍ୟ ଉର୍ଦ୍ଧ୍ବ ଆଲବମ ରେ ଅଭିନୟ କରିଛନ୍ତି । ତାଙ୍କର କିଛି ଲୋକପ୍ରିୟ ଆଲବଲ ହେଉଛି – ଓଢଣୀ ଉଡେଇ ଦେଲିଲୋ, ନେଇଯାରେ ମେଘ ମୋତେ, ଆଦି ।

ତେବେ ସେ ୨୦୦୫ମସିହାରେ ଧର୍ମର ହେବ ଜୟ ସିନେମା ରୁ ନିଜ ସିନେମା କ୍ୟାରିଆର ଆରମ୍ଭ କରିଥିଲେ । ସେ ୧୦ ରୁ ଉର୍ଦ୍ଧ୍ବ ସିନେମା ରେ କାମ କରିବା ସହ କିଛି ଧାରାବାହିକ ରେ ମଧ୍ୟ କାମ କରିଛନ୍ତି । ତେବେ କାଜଲ ଅନେକ ପୁରସ୍କାର କିମ୍ବା ଆୱାର୍ଡ ମଧ୍ୟ ପାଇଛନ୍ତି ସେଥି ମଧ୍ୟରୁ ଜୟଦେବ ଆୱାର୍ଡ ଚକା ଚକା ଭଉଁରୀ ରେ ବେଷ୍ଟ ସପୋଟିଙ୍ଗ ପାଇଁ ପାଇଥିଲେ ।

ତେବେ ସେ ବର୍ତ୍ତମାନ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ତାରିଣୀ ଆଖିର ତାରା ଧାରାବାହିକ ରେ ନଜର ଆସୁଛନ୍ତି । ତେବେ ଆପଣ ଙ୍କୁ ଏହି ବିଷୟ ଟି କିପରି ଲାଗିଲା ନିଜର ମତାମତ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *