ନମସ୍କାର ବନ୍ଧୁଗଣ । ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପଣ ତ ଜାଣିଛନ୍ତି ଅଲିଉଡ ଇଣ୍ଡଷ୍ଟ୍ରି ରେ ଅନୁ ଚୌଧୁରୀ ଏକ ଜଣା ଶୁଣା ଚେହେରା ଅଟେ । ଓଡିଆ ଫିଲ୍ମ ରେ ସେ ବହୁତ ନାମ କମାଇ ଛନ୍ତି । ସେ ଅନେକ ସୁପର ହିଟ ଓଡିଆ ଫିଲ୍ମ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । ସେ ଦେଖିବାକୁ ଯେତେ ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେହିପରି ଦମଦାର । ଫିଲ୍ମ ରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ତାଙ୍କ ଯୋଡି ବହୁତ ଭଲ ଥିଲା ।
ଦର୍ଶକ ମାନେ ଏହି ଯୋଡିକୁ ପରଦାରେ ଦେଖିବା ପାଇଁ ମଧ୍ୟ ବହୁତ ପସନ୍ଦ କରୁଥିଲେ । କିନ୍ତୁ ସେ ଏବେ ଫିଲ୍ମ ଲାଇନ ରୁ ଦୂରେଇ ଯାଇଛନ୍ତି । ତେବେ ଆଜି ଆମେ ଅନୁ ଚୌଧୁରୀ ଙ୍କ ପର୍ଶନାଲ ଲାଇଫ, ତାଙ୍କ ଘରେ କିଏ କିଏ ଅଛନ୍ତି ତାଙ୍କ ଫିଲ୍ମ କ୍ଯାରିୟର ସମସ୍ତ ବିଷୟରେ ଆପଣଙ୍କୁ କହିବୁ । ତେବେ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ।
ଅନୁଙ୍କ ଜନ୍ମ ୩୦ ଅଗଷ୍ଟ ୧୯୭୯ ରେ ଭୁବନେଶ୍ବରରେ ହୋଇଥିଲା । ତାଙ୍କୁ ଶ୍ରଦ୍ଧାରେ ସମସ୍ତେ ମୁନୁ ବୋଲି ଡାକୁଥିଲେ । ତାଙ୍କ ବାପାଙ୍କ ନାମ ରବି ଚୌଧୁରୀ ଓ ମାତାଙ୍କ ନାମ ସୌଦାମିନୀ ଚୌଧୁରୀ ଅଟେ । ଅନୁ ଚୌଧୁରୀ ଙ୍କ ବାପା ଜଣେ ଓଡିଆ ଫିଲ୍ମ ଏଡିଟର ଅଟନ୍ତି ଓ ମା ଗୃହିଣୀ । ସେ ଭୁବନେଶ୍ବରର ବିଜୁ ପଟ୍ଟନାୟକ କଲେଜ ରେ +୨ କମ୍ପ୍ଲିଟ କରିଥିଲେ । ଏହା ପରେ ସେ ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟରେ ସାଇନ୍ସ ରେ ଗାଜୂଏସନ କରିଥିଲେ ।
ଫିଲ୍ମ କ୍ଯାରିୟର
ଅନୁ ଚୌଧୁରୀ ପ୍ରଥମେ ଫିଲ୍ମ ବଧୁ ନିରୁପମା ଓ ମମତା ମାଗେ ମୂଲ ରେ ଶିଶୁ କଳାକାର ଭାବରେ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ୧୯୯୮ ରେ ଫିଲ୍ମ ମା ଗୋଜବାୟାଣୀ ରେ ମୁଖ୍ୟ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ ।
ଏହା ଛଡା ଅନୁ ଚୌଧୁରୀ ବଙ୍ଗାଳୀ ଓ ତେଲୁଗୁ ଫିଲ୍ମ ମଧ୍ୟ କରିଛନ୍ତି । ବର୍ତ୍ତମାନ ସୁଧା ଅନୁ ଚୌଧୁରୀ ୫୦ ରୁ ଉର୍ଦ୍ଧ ଫିଲ୍ମ କରି ସାରିଲେଣି । ସେ ଫିଲ୍ମ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ଶାଶୁଘର ଚାଲିଯିବି, ଓମ ଶାନ୍ତି ଓମ, ଗାରେ ସିନ୍ଦୁର ଧାରେ ଲୁହ ପାଇଁ ଆୱାର୍ଡ ମଧ୍ୟ ପାଇଛନ୍ତି ।
ତାଙ୍କ ଆକଟିଂ କୁ ଦର୍ଶାକ ମାନେ ଖୁବ ପସନ୍ଦ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁ ଚୌଧୁରୀ ଙ୍କ ଆକଟିଂ ଫିଲ୍ମ ରେ କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ