ପ୍ରେଗନେଣ୍ଟ ଅଛନ୍ତି TMC ସାଂସଦ Nusrat Jahan, ସ୍ଵାମୀ ଦେଲେ ଏମିତି ବୟାନ ଓ କହିଲେ “ଏ ପିଲା ମୋର ନୁହେଁ, ଆମେ ତ 6 ମାସ ହେବ ଅଲଗା ଅଛୁ…”

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମମତା ବାନାର୍ଜୀ ଙ୍କ ଟି ଏମ ସି ରୁ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ ଙ୍କ ବିଷୟ ରେ ଏକ ବଡ଼ ଖବର ଆସିଛି । ଏହା ସହିତ ତାଙ୍କ ବିଷୟ ରେ ଆଉ ଗୋଟିଏ ମଧ୍ୟ ଚମକାଇ ଦେବା ଭଳି ସତ୍ୟ ସାମ୍ନା କୁ ଆସିଛି ।

ନୁସରତ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ସେ ୬ ମାସ ର ଗର୍ଭବତୀ ଅଛନ୍ତି । କିନ୍ତୁ ଏହି ବିଷୟ ରେ ତାଙ୍କ ପତି ନିଖିଲ ଜୈନ ଙ୍କୁ କିଛି ଜଣା ନାହିଁ । ସୂଚନା ଅନୁସାରେ ନୁସରତ ଙ୍କ ପତି ନିଖିଲ କହିଛନ୍ତି ଯେ ସେ ଦୀର୍ଘ ୬ମାସ ହେବ ଅଲଗା ରହୁଛନ୍ତି ଓ ତାଙ୍କ ବିବାହ ଭାଙ୍ଗିବା ଭଳି ପରିସ୍ଥିତି ମଧ୍ୟ ଉପୁଜିଛି । ତେଣୁ ସେ କହିଛନ୍ତି ଯେ ଏହି ପିଲା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।

ଏହା ସହିତ ସେ କହିଛନ୍ତି ଯେ ନୁସରତ ଓ ତାଙ୍କ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ନାହିଁ । ଆପଣଂକୁ ଜଣାଇ ଦେଉଅଛୁ କି ନୁସରତ ୨୦୧୯ ମସିହା ଜୁନ ମାସ ୧୯ ତାରିଖ ଦିନ ନିଖିଲ ଙ୍କୁ ବିବାହ କରିଥିଲେ । ଏହି ଦୁଇଜଣ ଙ୍କ ବିବାହ ଇସଲାମ, ହିନ୍ଦୁ ତଥା ଇସାଇ ଧର୍ମ ଅନୁସାରେ ହୋଇଥିଲା । ଏହି ଦୁଇଜଣ ଙ୍କ ର ବିବାହ ର ଫୋଟୋ ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହୋଇଥିଲା ।

ଏହା ପରେ ନୁସରତ ୨୫ଜୁନ ରେ ସାଂସଦ ଭାବରେ ଶପଥ ଗ୍ରହଣ କରିଥିଲେ । ଏମାନଙ୍କ ବିବାହ ବେଶୀ ଦିନ ପର୍ଯ୍ୟନ୍ତ ଚାଲି ପାରିନଥିଲା । କେବଳ ଏକ ବର୍ଷ ମଧ୍ୟରେ ଏମାନେ ପରସ୍ପର ଠାରୁ ଦୂରେଇ ଯାଇଥିଲେ । ଗତ କିଛି ମାସ ହେବ ନୁସରତ ଙ୍କ ର ବ୍ୟକ୍ତିଗତ ଜୀବନ ମଧ୍ୟ ଠିକ ଭାବରେ ବିତୁ ନାହିଁ । ଆଇନଗତ ଭାବରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ନ ହୋଇଥିଲେ ମଧ୍ୟ ବିଗତ କିଛି ମାସ ହେବ ଦୁହେଁ ଅଲଗା ରହୁଥିଲେ । ଏହି ମାମଲା ରେ ତାଙ୍କ ପତି ମିଡ଼ିଆ ରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଏହି ବିଷୟ ରେ କିଛି ଜାଣି ନାହାନ୍ତି । ତାଙ୍କ ପେଟ ରେ ଥିବା ପିଲା ତାଙ୍କର ନୁହେଁ ।

ପୂର୍ବରୁ ମଧ୍ୟ ତାଙ୍କୁ ଭାରତୀୟ ଜନତା ପାର୍ଟି ର ଆଶାୟୀ ପାର୍ଥି ଯଶ ଦାସଗୁପ୍ତା ଙ୍କ ସହିତ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ସହିତ ତାଙ୍କୁ ଏକାଠି ଅନେକ ସ୍ଥାନ ରେ ଦେଖିବାକୁ ମଧ୍ୟ ମିଳିଥିଲା । ନୁସରତ ଜାହାଁ ଙ୍କ ଲୋକପ୍ରିୟତା କୁ ଦେଖି ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ କହିଥିଲେ ଓ ସେ ନିର୍ବାଚନ ମଧ୍ୟ ଲଢ଼ିଥିଲେ । ଏହା ସହିତ ସେ ପ୍ରାୟ ୩ଲକ୍ଷ ଭୋଟ ରେ ବିଜୟ ଲାଭ କରିଥିଲେ ।

ତାଙ୍କର ବହୁତ ଭଲ ଫିଲ୍ମ ଓ ରାଜନୈତିକ ବ୍ୟାଗରାଉଣ୍ଡ ଥିବା ସତ୍ତ୍ୱେ ମଧ୍ୟ ସେ ଅନେକ ସମୟରେ ବିବାଦ ରେ ରହୁଥିଲେ । ନିର୍ବାଚନ ଜିତିବା ପରେ ସେ ସିନ୍ଦୁର ଶଙ୍ଖା ଓ ମଙ୍ଗଳସୁତ୍ର ପିନ୍ଧି ସଂସଦ ଭବନରେ ପହଞ୍ଚିଥିଲେ । ଏଥିପାଇଁ ଅନେକ ମୁସଲିମ କଠୋର ପନ୍ଥୀ ଏହାକୁ ତୀବ୍ର ବିରୋଧ ମଧ୍ୟ କରିଥିଲେ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ମନୋରଞ୍ଜନ ଦୁନିଆର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *