ନୂଆ ନୂଆ ବାହା ହୋଇଥିବା Odia Actress ମାନେ କିପରି ପାଳିଲେ Savitri ବ୍ରତ

ବନ୍ଧୁଗଣ ଆଜି ହେଉଛି ସାବିତ୍ରୀ ବ୍ରତ । ଏହା ହେଉଛି ହିନ୍ଦୁଧର୍ମର ଏକ ପବିତ୍ର ପର୍ବ । ଏହି ପର୍ବଟି ସମସ୍ତ ବିବାହିତା ନାରୀ ମାନଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ । ଏହି ଦିନରେ ସମସ୍ତ ବିବାହିତା ନାରୀ ନିଜ ସ୍ଵାମୀ ମାନଙ୍କ ପାଇଁ ମହାଦେବ ଶିବଙ୍କ ନିକଟରେ ପୂଜା ରଖିଥାନ୍ତି ।

ପୁରାତନ କାଳରେ ସତ୍ୟବାନଙ୍କ ପାଇଁ ସାବିତ୍ରୀ ପୂଜା ଅର୍ଚ୍ଚନା କରିଥିଲେ । ସେହି ଦିନ ଠାରୁ ଏହି ପର୍ବକୁ ସାବିତ୍ରୀ ପର୍ବ ରୂପେ ପାଳନ କରାଯାଏ । ବନ୍ଧୁଗଣ ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ ଓ ଆଜି ସମସ୍ତ ମହିଳା ନିଜ ସ୍ଵାମୀ ମାନଙ୍କ ପାଇଁ ପୂଜା କରିଛନ୍ତି । ଆଜି ଆମ ଓଲିଉଡ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତ୍ରୀ ମାନେ ମଧ୍ୟ ନିଜ ସ୍ଵାମୀ ମାନଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଛନ୍ତି । ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ହେବ ଓଲିଉଡ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଦିଗଜ ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଅଭିନେତ୍ରୀ ମାନେ ଆଜି ପ୍ରଥମ ଥର ପାଇଁ ସାବିତ୍ରୀ ବ୍ରତ ପାଳନ କରି ସୋସିଆଲ ମିଡିଆରେ ନିଜର ଫଟୋ ଅପଲୋଡ କରିଛନ୍ତି । ବନ୍ଧୁଗଣ ଗତ କିଛି ମାସ ପୂର୍ବରୁ ଓଡିଆ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଏହି ଦୁଇଜଣ ନିଜ ପର୍ଶନାଲ ଲାଇଫ ଓ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିର ପବିତ୍ର ଦିନରେ ଆର୍ଚ୍ଚିତା ନିଜ ସ୍ଵାମୀ ସବ୍ୟଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଥିଲେ । କିନ୍ତୁ ସେ ଏବେ ଲୋକ ମାନଙ୍କ ହେଲ୍ପ କରିବାରେ ବ୍ୟସ୍ତ ଅଛନ୍ତି ଓ ନିଜ ସୋସିଆଲ ମିଡିଆରେ ସବ୍ୟସାଚୀ ଏକ ଫଟୋ ପୋସ୍ଟ କରି ଲେଖିଛନ୍ତି କି ସବୁ ସାବିତ୍ରୀ ଓ ସତ୍ୟବାନ ସୁରକ୍ଷିତ ରୁହନ୍ତୁ ।

ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଜାଙ୍କଲିନ । ଆପଣ ମାନେ ସମସ୍ତେ ଜାଙ୍କଲିନଙ୍କୁ ଅନେକ ଟିଭି ସିରିଏଲରେ ନିଶ୍ଚୟ ଦେଖିଥିବେ । ଜାଙ୍କଲିନ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଗତ କିଛି ଦିନ ତଳେ ଜାଙ୍କଲିନ ନିଜ ପ୍ରେମିକା ଅରବିନ୍ଦଙ୍କ ସହ ବିବାହ ବନ୍ଧନ ବାନ୍ଧି ହୋଇଥିଲେ । ଆଜି ଜାଙ୍କଲିନ ନିଜ ସ୍ଵାମୀ ଅରବିନ୍ଦଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଥିଲେ ।

ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଦିପ୍ତିରେଖା । ଦିପ୍ତିରେଖା ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଫେମସ ଗାୟକ । ଦୀପ୍ତି ଆଜି ନିଜ ସ୍ଵାମୀ ସୋମ୍ୟ ରଞ୍ଜନଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଥିଲେ । ସୋସିଆଲ ମିଡିଆରେ ଦୀପ୍ତିଙ୍କ ସାବିତ୍ରୀ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସୋନାଲି । ଆପଣ ମାନେ ସମସ୍ତେ ସୋନାଲିଙ୍କୁ ଅନେକ ଟିଭି ଧାରାବାହିକରେ ନିଶ୍ଚୟ ଦେଖିଥିବେ । ସୋନାଲି ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ମାସ ତଳେ ସୋନାଲି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ଆଜି ସେ ନିଜ ସ୍ଵାମୀଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *