ନିଜ ସ୍ବାମୀଙ୍କ ଠାରୁ ବୟସରେ ବଡ ଅଟନ୍ତି TV ଇଣ୍ଡଷ୍ଟ୍ରି ର ଏହି 5 ଜଣ Actress, ନମ୍ବର 1 Actress ତ ନିଜ ସ୍ବାମୀଙ୍କ ଠାରୁ 7 ବର୍ଷ ବଡ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଏହା ନିଶ୍ଚିତ ଭାବରେଶୁଣିଥିବେ ଯେ, ପ୍ରେମ ଅନ୍ଧ ହୋଇଥାଏ । ଭଲ ପାଇବାରେ ବ୍ୟକ୍ତି ର ରୂପ, ରଙ୍ଗ, ବୟସ, ଜାତି, ଧର୍ମ ଆଦି ଦେଖାଯାଇ ନଥାଏ ।

କେବେବି କୌଣସି ମୁହୂର୍ତ୍ତରେ ମଧ୍ୟ କୌଣସି ବ୍ୟକ୍ତି କୁ ଆପଣ ଭଲ ପାଇ ବସିବେ । ତେବେ ସେହିପରି କିଛି କଳାକାର ଅଛନ୍ତି ଯେଉଁମାନେ ଭଲ ପାଇବା ରେ ବୟସ ଦେଖି ନାହାନ୍ତି । ଆଜ୍ଞା ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଟିଭି ଇଣ୍ଡଷ୍ଟ୍ରୀ ର ଏଭଳି କିଛି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଯେଉଁ ମାନେ ନିଜ ପତି ଙ୍କ ଠାରୁ ବୟସ ରେ ବଡ଼ ଅଟନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୁପରେ ଜାଣିବା ।

୧. ୟୁବିକା ଚୌଧୁରୀ- ବନ୍ଧୁଗଣ ୟୁବିକା ଚୌଧୁରୀ ଙ୍କ ପ୍ରଥମ ସାକ୍ଷାତ ପ୍ରିନ୍ସ ନାରୁଲା ଙ୍କ ସହିତ ହୋଇଥିଲା ବିଗ୍ ବସ୍ ହାଉସ ରେ । ଏହି ଯୋଡ଼ି ଦୀର୍ଘ ସମୟ ଧରି ପରସ୍ପର କୁ ଡେଟ କରିବା ପରେ ୨ ଅକ୍ଟୋବର ୨୦୧୮ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ । ୟୁବିକା ପ୍ରିନ୍ସ ଙ୍କ ଠାରୁ ପ୍ରାୟ ୭ ବର୍ଷ ବଡ଼ ଅଟନ୍ତି । ତଥାପି ଉଭୟ ଙ୍କ ଯୋଡ଼ି ଏକାଠି ଖୁବ ସୁନ୍ଦର ଦେଖାଯାଏ ।

୨. ବିପାଷା ବାସୁ- ବନ୍ଧୁଗଣ ଅଭିନେତ୍ରୀ ବିପାଷା ବାସୁ ଟିଭି ଇଣ୍ଡଷ୍ଟ୍ରୀ ର ଅଭିନେତା କରନ୍ ସିଂ ଗ୍ରୋବର ଙ୍କୁ ବିବାହ କରିଛନ୍ତି । କରନ୍ ଙ୍କ ଏହା ପ୍ରଥମ ବିବାହ ନୁହେଁ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ବିପାଷା କରନ୍ ଙ୍କ ଠାରୁ ୪ ବର୍ଷ ବଡ଼ ଅଟନ୍ତି । ଯେଉଁ କାରଣରୁ ଉଭୟ ଙ୍କ ବିବାହ ପାଇଁ ତାଙ୍କ ପ୍ୟାରେନ୍ଟସ୍ ବହୁତ କଷ୍ଟ ରେ ରାଜି ହୋଇଥିଲେ ।

୩. ମାହି ଭିଜ- ବନ୍ଧୁଗଣ ଅଭିନେତ୍ରୀ ମାହି ଭିଜ ଅନେକ ଟିଭି ସିରିଆଲ ରେ ଅଭିନୟ କରିଛନ୍ତି । ସେ ୨୦୧୧ ମସିହାରେ ଅଭିନେତା ଜୟ ଭାନୁସାଲି ଙ୍କୁ ବିବାହ କରିଥିଲେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ମାହି ଭିଜ ଜୟ ଭାନୁସାଲି ଙ୍କ ଠାରୁ ୨ ବର୍ଷ ବଡ଼ ଅଟନ୍ତି ।

୪. ଭାରତୀ ସିଂ- ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ଭାରତୀ ସିଂ ନିଜର ଲଙ୍ଗ ଟାଇମ ବଏ ଫ୍ରେଣ୍ଡ ହର୍ଷ ଲୀମ୍ବାଚିୟା ଙ୍କୁ ୩ ଡିସେମ୍ବର ୨୦୧୭ ମସିହାରେ ବିବାହ କରିଥିଲେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଭାରତୀ ହର୍ଷ ଙ୍କ ଠାରୁ ବୟସରେ ୩ ବର୍ଷ ବଡ଼ ଅଟନ୍ତି ।

୫. ଦୃଷ୍ଟି ଧାମି- ବନ୍ଧୁଗଣ ପପୁଲାର ଟିଭି ଅଭିନେତ୍ରୀ ଦୃଷ୍ଟି ଧାମି ୨୦୧୫ ମସିହାରେ ବିଜନେସ ମ୍ୟାନ୍ ନିରଜ ଖେମକା ଙ୍କୁ ବିବାହ କରିଥିଲେ । ଅଭିନେତ୍ରୀ ଦୃଷ୍ଟି ଧାମି ନିଜ ପତି ନିରଜ ଖେମକା ଙ୍କ ଠାରୁ ବୟସ ରେ ୩ ବର୍ଷ ବଡ଼ ଅଟନ୍ତି । କିନ୍ତୁ ଏହି ଯୋଡ଼ି ପରସ୍ପର କୁ ଖୁବ ଭଲ ପାଆନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *