ଏମାନେ ହେଲେ Ollywood ସିଙ୍ଗର Namita Agrawal ଙ୍କ 2 ପୁଅ, ଆଗରୁ କେବେ ବି ଦେଖି ନଥିବେ !

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି ।

ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।

ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ବର୍ତ୍ତମାନ ସିନେମା ରେ ଥିବା ସଙ୍ଗୀତ ଏବଂ ଗାୟକ ଗାୟିକା ଙ୍କ ପ୍ରତି ମଧ୍ୟ ଅଧିକ ରୁଚି ରଖୁଛନ୍ତି ଏବଂ ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଆସନ୍ତୁ ଆଜି ଓଲିଉଡ ଜଗତ ର ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଙ୍କ ବାସ୍ତବ ଜୀଵନ ବିଷୟରେ କିଛି ଆଲୋଚନା କରି ନେବା ।

ଆପଣ ମାନେ ନମିତା ଅଗ୍ରୱାଲ ଙ୍କୁ ତ ନିଶ୍ଚିତ ଜାଣିଥିବେ । ଯିଏ କି ନିଜ ସୁନ୍ଦର ଏବଂ ମଧୁର କଣ୍ଠ ରେ ଗୀତ ଗାଇ ଲୋକ ପ୍ରିୟତା ଏବଂ ପ୍ରସିଦ୍ଧି ହାସଲ କରିଛନ୍ତି । ନମିତା ୧୯୯୨ ମସିହାରେ ଓଡ଼ିଆ ଲୋକପ୍ରିୟ ଭଜନ ‘ଅଝଟିଆ କାଳିଆ’ ରୁ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି । ନମିତା ନିଜର ସୁନ୍ଦର ସ୍ୱର ଏବଂ ଗୀତ ପାଇଁ ଆଜି ଓଲିଉଡ଼ ରେ ବର୍ତ୍ତମାନ ନମ୍ବର ୧ ଗାୟିକା ଭାବେ ପରିଚିତ ଅଛନ୍ତି ।

ନମିତା ଅଗ୍ରୱାଲ ଅନେକ ଓଡ଼ିଆ ଭଜନ ସହିତ ଅନେକ ସିନେମା ରେ ମଧ୍ୟ ନିଜ କଣ୍ଠଦାନ କରିଛନ୍ତି ଏବଂ ସେ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି । ସେ ଲୋକ ମାନଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି । ତେବେ ନମିତା ଅଗ୍ରୱାଲ ୧୯୯୨ ମସିହାରେ ମ୍ୟୁଜିକ କମ୍ପାନୀ ର ଫାଉଣ୍ଡର ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ । ବାହାଘର ପରେ ହିଁ ନମିତା ନିଜର କ୍ୟାରିଅର ଆରମ୍ଭ କରିଥିଲେ ।

ଏହା ପରେ ୧୯୯୩ ମସିହାରେ ନମିତା ଏବଂ ସୀତାରାମ ଙ୍କର ଦୁଇଜଣ ଯାଆଁଳା ପୁଅ ଜନ୍ମ ନେଇଥିଲେ । ଯାହାଙ୍କର ନାମ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ ଏବଂ ସାର୍ଥକ ଅଗ୍ରୱାଲ । ଏବେ ଦୁଇଜଣ ୨୭ ବର୍ଷ ଏ ହୋଇ ଗଲେଣି । ଏହା ଛଡା ସେହି ଦୁଇଜଣଙ୍କ ର ପାଠପଢ଼ା ମଧ୍ୟ ସରି ଯାଇଛି ଏବଂ ନିଜ କମ୍ପାନୀ ରେ କାର୍ଯ୍ୟରତ ଅଛନ୍ତି । ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କ ଭିତରୁ କାହାର ବି ବିବାହ କରି ନାହାନ୍ତି ।  ଏହା ଛଡା ସେହି ଦୁଇ ଜଣଙ୍କ ନାମ ରେ ଦୁଇଟି ଚ୍ୟାନେଲ ମଧ୍ୟ ଖୋଲା ଯାଇଛି ସାର୍ଥକ ଟିଭି ଏବଂ ସିଦ୍ଧାର୍ଥ ଟିଭି । ସେମାନେ ସମସ୍ତେ ବହୁତ ଖୁସି ରେ ମଧ୍ୟ ଅଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *