ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ମିହିର ଦାସ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଓ ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ନିଜ ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ କେତେକ ପୁରସ୍କାରରେ ବି ସମ୍ମାନିତ କରାଯାଇଛି । ତେବେ ବନ୍ଧୁଗଣ ସମସ୍ତ ଓଡିଆ କଳାକାର ମାନେ ମିହିର ଯିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ମିହିର ଦୀର୍ଘ ବର୍ଷ ଧରି କିଡ୍ନି ରୋଗରେ ପୀଡିତ ଥିଲେ ତେବେ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ।
ହେଲେ ଚିକିତ୍ସା ଚାଲିଥିବା ବେଳେ ମିହିର ଆମ ମାନଙ୍କୁ ଛାଡି ଚାଲିଗଲେ । ଗତ ପହଡଦିନ ଥିଲା ମିହିରଙ୍କ ଦଶାହକ୍ରିୟା ଏବଂ ଗତ କାଲି ଥିଲା ମିହିରଙ୍କ ଏକାଦଶ କର୍ମ । ବନ୍ଧୁଗଣ ଗତ ପହଡଦିନ ଦଶାହକ୍ରୀୟାରେ ଓଡିଶା ସିନେ ଆର୍ଟିଷ୍ଟେଡ ଆସୋସିଏସନ ତରଫରୁ ଏକ ସଭା ଅନୁଷ୍ଠିତ କରାଯାଇଥିଲା । ତେବେ ବନ୍ଧୁଗଣ ଏହି ସଭାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ ।

ସମସ୍ତ କଳାକାର ଆମ ମାନଙ୍କ ପ୍ରିୟ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ଗତ କାଲି ମିହିରଙ୍କ ଏକାଦଶାହରେ ମଧ୍ୟ ମିହିରଙ୍କୁ କଳାକାର ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡିଆ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଶ୍ରିତମ ଦାସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଅପଲୋଡ କରିଛନ୍ତି ଓ ଏହା ହେଉଛି ମିହିରଙ୍କ ଏକାଦଶାହର ପୋଷ୍ଟ ।

ମିହିରଙ୍କ ଭଳି କଳାକାର ବୋଧେ ଆଉ କେବେ ଓଡିଆ ଇଣ୍ଡଷ୍ଟ୍ରିରେ ଜନ୍ମ ନେଇ ପାରିବ ନାହିଁ । ସେ ଥିଲେ ଏକ ମାତ୍ର କଳାକାର ଯିଏ ସମସ୍ତ ପ୍ରକାରର ଚରିତ୍ରକୁ ଖୁବ ସୁନ୍ଦର ଭାବରେ କରୁଥିଲେ । ଓଡିଶା ବାସୀ ତାଙ୍କୁ ଘରର ସଦସ୍ୟ ଭଳି ମନେ କରୁଥିଲେ କାରଣ ସେ ସମସ୍ତଙ୍କ ମନ ଜିତି ଥିଲେ । ଆଜି ସେ ଆମ ମାନଙ୍କ ଭିତରେ ନାହାନ୍ତି ତେବେ ବନ୍ଧୁଗଣ ଆମେ ମାନେ ବି ମିହିରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ, ଧନ୍ୟବାଦ ।

