ଆଣ୍ଟି ଙ୍କ ଜିଦ୍ କାରଣରୁ ମାତ୍ର 16 ବର୍ଷ ବୟସରେ ଏହି Actress ଙ୍କୁ କରିବାକୁ ପଡିଥିଲା ବିବାହ ଓ ମାତ୍ର18 ବର୍ଷ ରେ ହେଇଯାଇଥିଲେ ମା’, ଆଜି ଅଟନ୍ତି ଭାଜପା ର ସଦସ୍ୟ

ନମସ୍କାର ବନ୍ଧୁଗଣ ବଲିଉଡ ଜଗତରେ ମୌସୁମୀ ଚାଟାର୍ଜୀ ଙ୍କୁ ସମସ୍ତେ ଜାଣିଥିବେ । ତାଙ୍କ ଅଭିନୟ ଏବଂ ତାଙ୍କ ସୌନ୍ଦର୍ଯ୍ୟ ରେ ସେ ସମସ୍ତ ଙ୍କ ହୃଦୟ ଜିଣି ଦେଇଥିଲେ । ୭୦ ଏବଂ ୮୦ ଦଶକ ରେ ସେ ନିଜ ର ଅଭିନୟ ର ଯାଦୁ ସମସ୍ତ ଙ୍କ ଉପରେ କରି ଦେଇଥିଲେ ଏବଂ ଲୋକମାନେ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରୁଥିଲେ ।

ମୌସୁମୀ ୧୯୫୩ ମସିହା ୨୬ ଅପ୍ରେଲ କଲିକତା ରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜର ଅଭିନୟ କ୍ୟାରିଅର ୧୯୬୭ ରେ ବଙ୍ଗାଳୀ ସିନେମା ‘ବାଳିକା ବଧୂ’ ରୁ ଆରମ୍ଭ କରିଥିଲେ ।
ମୌସୁମୀ ଙ୍କ ପିତା ପ୍ରାନ୍ତୋଷ ଚଟୋପାଧ୍ୟାୟ ସେ ଜଣେ ଆର୍ମ ଅଫିସର । ମୌସୁମୀ ଙ୍କ ଅସଲି ନାମ ହେଉଛି ଇନ୍ଦିରା ଚାଟାର୍ଜୀ । କିନ୍ତୁ ଯେତେବେଳେ ସେ ବଙ୍ଗଳା ସିନେମା ରେ ଅଭିନୟ କଲେ ସେତେବେଳେ ନିର୍ଦେଶକ ତରୁଣ ମଜୁମଦାର ତାଙ୍କ ନାମ ବଦଳାଇ ମୌସୁମୀ ରଖିଦେଲେ ।

ମୌସୁମୀ ଅଙ୍ଗୁର, ମଂଜିଲ, ରୋଟି କପଡା ଔର ମକାନ, ଭଳି ହିଟ ସିନେମା ରେ କାମ କରିଛନ୍ତି । ମୌସୁମୀ ଙ୍କ ବିଷୟରେ କୁହାଯାଏ କି ସେ ବିନା ଗ୍ଲସେରିନ୍ ରେ ସେ କାନ୍ଦି ପକାନ୍ତି । ସେ ଏକ ଇଣ୍ଟରଭିଉ ରେ କହି ଥିଲେ କି ସେ ଯେଉଁ ଦୃଶ୍ୟ କରନ୍ତି ସେ ମନରେ ନିଜ ସହ ହେଉଛି ବୋଲି ଭାବି ଦିଅନ୍ତି ଏବଂ ସେ ସତ ରେ କାନ୍ଦି ଦିଅନ୍ତି । ସିନେମା ପରେ ସେ ରାଜନୀତି ରେ ମଧ୍ୟ ନିଜ ପାଦ ରଖିଛନ୍ତି । ସେ ପ୍ରଥମେ କଂଗ୍ରେସ ରେ ଥିଲେ ଏବଂ ବର୍ତ୍ତମାନ ବିଜେପି ରେ ଅଛନ୍ତି ।

ମୌସୁମୀ ବହୁତ ଛୋଟ ବୟସରେ ହିଁ ବିବାହ କରି ଦେଇଥିଲେ ଏବଂ ମାଆ ମଧ୍ୟ ହୋଇ ଯାଇଥିଲେ । ସେ ଯେତେବେଳେ ଦଶମ ରେ ପଢୁଥିଲେ ଏବଂ ସେତେବେଳେ ତାଙ୍କୁ ୧୬ ବର୍ଷ ଥିଲା ସେ ସେତେବେଳେ ବିବାହ କରି ଦେଇଥିଲେ । ଏହା ଛଡା ସେ ୧୮ ବର୍ଷ ବୟସ ରେ ହିଁ ମାଆ ହୋଇଯାଇଥିଲେ ।

ସେ ଗର୍ଭବତୀ ଅବସ୍ଥାରେ ରୋଟି କପଡା ଔର ମକାନ ରେ ରେପ ସିନ କରିଥିଲେ ଏବଂ ଏହା ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା । ତେବେ ସେହି ସିନ ରେ ତାଙ୍କ ର ବହୁତ ବ୍ଳଡିଂ ହେଉ ଥୁଲା କିନ୍ତୁ ତାଙ୍କ ର କୌଣସି କ୍ଷତି ହୋଇ ନଥିଲା । ବର୍ତ୍ତମାନ ତାଙ୍କ ର ଗୋଟିଏ ଝିଅ ମଧ୍ୟ ଅଛି ଏବଂ ତାଙ୍କ ସ୍ୱାମୀ ମଧ୍ୟ ବହୁତ ଭଲ ଏବଂ ସବୁ କାର୍ଯ୍ୟ ରେ ସହଯୋଗ ମଧ୍ୟ କରିଥାନ୍ତି ।
ସେ ୨୦୦୪ ରେ କଂଗ୍ରେସ ଟିକେଟ ରେ ଲୋକସଭା ନିର୍ବାଚନ ଲଢ଼ି ଥିଲେ କିନ୍ତୁ ହାରି ଯାଇଥିଲେ ।

ପରେ ସେ ୨୦୧୯ ରେ ବିଜେପି ଦଳ ରେ ଯୋଗଦାନ ଦେଇଛନ୍ତି । ତେବେ ଏତେ କମ ବୟସ ରୁ ବିବାହ କରିବା ର କାରଣ ହେଉଛି ତାଙ୍କ ର ଜଣେ ଆଣ୍ଟି ଙ୍କ ଶେଷ ଇଚ୍ଛା । ସେ ବହୁତ ବେମାର ଥିଲେ ଏବଂ ତାଙ୍କ ଶେଷ ଇଚ୍ଛା ଥିଲା ମୌସୁମୀ ଙ୍କ ବିବାହ ଦେଖିବାର ତେବେ ସେହି ଇଚ୍ଛା କୁ ରଖି ତାଙ୍କ ପଡୋଶୀ ରେ ରହୁଥିବା ଗାୟକ ହେମନ୍ତ କୁମାର ଙ୍କ ପୁଅ ଜୟନ୍ତ ମୁଖାର୍ଜୀ ଙ୍କ ସହ ସେ ବିବାହ କରି ଥିଲେ ଏବଂ ତାଙ୍କ ଆଣ୍ଟି ଙ୍କ ଶେଷ ଇଚ୍ଛା ପୂରଣ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *