ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟ ରାୟ ବଚ୍ଚନ ବହୁତ ଫିଲ୍ମରେ ଏକା ସହ କାମ କରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।
ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ ବିବାହ ପରେ ମଧ୍ୟ ଏହି ଦୁଇଜଣ କିଛି ଫିଲ୍ମରେ ଏକା ସହ କାମ କରିଥିଲେ । ଐଶ୍ଵର୍ଯ୍ୟ ହେଉଛନ୍ତି ବଲିଉଡର ଏକ ପ୍ରସିଦ୍ଧ ଅଭିନେତ୍ରୀ । ଗୋଟେ ସମୟରେ କେତେକ ଦିଗଜ ଅଭିନେତା ମାନେ ଐଶ୍ଵର୍ଯ୍ୟଙ୍କୁ ବିବାହ କରିବା ପାଇଁ ଇଛା କରିଥିଲେ । ହେଲେ 2007 ମସିହାରେ ଐଶ୍ଵର୍ଯ୍ୟ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ବନ୍ଧୁଗଣ ଐଶ୍ଵର୍ଯ୍ୟଙ୍କୁ ତାଙ୍କ ପରିବାର ଲୋକ ବହୁତ ଅଧିକ ସ୍ନେହ ଆଦର ସହ ଭଲ ପାନ୍ତି । ଐଶ୍ଵର୍ଯ୍ୟ ଏକ ପରଫେକ୍ଟ ବୋହୁ ହେବା ସହ ଏକ ପରଫେକ୍ଟ ମା ମଧ୍ୟ ଅଟନ୍ତି ଓ ଐଶ୍ଵର୍ଯ୍ୟ ଏକ ପରଫେକ୍ଟ ସ୍ତ୍ରୀ ମଧ୍ୟ ଅଟନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅଭିଷେକ ଓ ଐଶ୍ଵର୍ଯ୍ୟଙ୍କ ପର୍ଶନାଲ ଲାଇଫ ବିଷୟରେ କିଛି ଏମିତି କଥା କହିବୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆପଣ ମାନେ ଏହି କଥା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଏହି ଦୁଇଜଣଙ୍କ ବିବାହକୁ ବର୍ତ୍ତମାନ 14 ବର୍ଷ ହୋଇସାରିଛି । ହେଲେ ଆଜି ମଧ୍ୟ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିଛି । ବନ୍ଧୁଗଣ ଅନେକ ଇଣ୍ଟର୍ବ୍ୟୁରେ ଏହି ଦୁଇଜଣ ପରସ୍ପରର ପ୍ରଶଂସା କରୁଥିବାର ନଜର ଆସନ୍ତି । ହେଲେ ଅଭିଷେକଙ୍କ ଭଉଣୀ ଶ୍ଵେତା ଏକ ଇଣ୍ଟର୍ବ୍ୟୁରେ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।
ବହୁତ ସମୟ ପୂର୍ବରୁ ଅଭିଷେକ ନିଜ ଭଉଣୀ ଶ୍ଵେତାଙ୍କ ସହ ଏକ ଇଣ୍ଟର୍ବ୍ୟୁକୁ ଯାଇଥିଲେ । ସେହି ଇଣ୍ଟର୍ବ୍ୟୁରେ ଦୁଇଜଣ ଅନେକ ମଜାଦାର ପ୍ରଶ୍ନର ଉତ୍ତର ଦେଇଥିଲେ । ଯେତେବେଳେ ଅଭିଷେକଙ୍କୁ ପଚରାଗଲା-‘ସେ ତାଙ୍କ ମାଙ୍କୁ ଅଧିକ ଡରନ୍ତି ନା ନିଜ ପତ୍ନୀଙ୍କୁ ?’ସେତେବେଳେ ଅଭିଷେକ କହିଥିଲେ ତାଙ୍କ ମାଙ୍କୁ । ହେଲେ ସେହି ସମୟରେ ଶ୍ଵେତା କହିଥିଲେ ଯେ- ଅଭିଷେକ ମାଙ୍କ ଠାରୁ ଅଧିକ ଐଶ୍ଵର୍ଯ୍ୟଙ୍କୁ ଡରନ୍ତି ।
କିନ୍ତୁ ସେହି ସମୟରେ ଅଭିଷେକ ହସି ହସି କହିଥିଲେ- ଏଇଟା ମୋ ପ୍ରଶ୍ନ ତେଣୁ ମତେ ଉତ୍ତର ଦେବାକୁ ଦିଅ । ଆଉ ଗୋଟେ ଇଣ୍ଟର୍ବ୍ୟୁରେ ଐଶ୍ଵର୍ଯ୍ୟ ନିଜ ବୈବାହିକ ଜୀବନ ଉପରେ ଏକ ବଡ ଖୁଲସା କରିଥିଲେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଏକ ସ୍ଵାଭାବିକ କଥା ହୋଇଥାଏ । ଐଶ୍ଵର୍ଯ୍ୟ ଏକ ଇଣ୍ଟର୍ବ୍ୟୁରେ କହିଥିଲେ-ଯେତେବେଳେ ଆମ ଭିତରେ କୌଣସି କଥା ପାଇଁ ଝଗଡା ହୋଇଥାଏ ସେହି ସମୟରେ ଆମ ଦୁଇଜଣ ପରସ୍ପରକୁ ଭୁଲ ମାଗି ଝଗଡାକୁ ଶୀଘ୍ର ଶେଷ କରିଦେଇ ଥାଉ ।
ବନ୍ଧୁଗଣ ଏହି ଦୁଇଜଣ ବର୍ତ୍ତମାନ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ଓ ଏମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ଚର୍ଚାରେ ମଧ୍ୟ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ