ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ମହାଶ୍ୱେତା ରାୟ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଓଲିଉଡ ର ଅନେକ ସୁପରହିଟ ଫିଲ୍ମ ରେ ସେ ନିଜର ଅଭିନୟ ପ୍ରଦର୍ଶନ କରିଛନ୍ତି ।
ଆପଣ ମାନେ ଅଭିନେତ୍ରୀ ମହାଶ୍ୱେତା ରାୟ ଙ୍କୁ ପରଦା ରେ ତ ନିଶ୍ଚିତ ଭାବରେ ଦେଖିଥିବେ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଏହି ଅଭିନେତ୍ରୀ ରିଅଲ ଲାଇଫ ରେ କଣ କରନ୍ତି ଏବଂ କିପରି ଅଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ରିଅଲ ଲାଇଫ ଷ୍ଟାଇଲ ଏବଂ ଫ୍ୟାମିଲି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ଅଭିନେତ୍ରୀ ମହାଶ୍ୱେତା ରାୟ ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିଥିବେ ଏବଂ ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ କୁ ମଧ୍ୟ ଦେଖିଥିବେ । ଅଭିନେତ୍ରୀ ମହାଶ୍ୱେତା ରାୟ ୧୯୬୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ସ୍ଥାନ ହେଉଛି ଶ୍ରୀକ୍ଷେତ୍ର ପୁରୀ । ମହାଶ୍ୱେତା ଙ୍କ ସ୍ୱାମୀ ଙ୍କ ନାମ ହେଉଛି ସିରିସ ରାଉତରାୟ ।
୧୯୭୬ ମସିହାରେ ମହାଶ୍ୱେତା ଙ୍କ ଅଭିନୟ ର ଜୀବନୀ ଆରମ୍ଭ ହୋଇଥିଲା । ସେ ସେହି ସମୟ ରେ ପ୍ରଥମ ଓଡ଼ିଆ ସିନେମା ‘ଶେଷ ଶ୍ରାବଣ’ ରେ ଅଭିନୟ କରିଥିଲେ । ସେ ଓଡ଼ିଆ ଫିଲ୍ମ ସହିତ ଅନେକ ବଙ୍ଗାଳୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ସେହି ସମୟ ର ଓଲିଉଡ ର ପ୍ରସିଦ୍ଧ ଅଭିନେତା ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ବିଜୟ ମହାନ୍ତି, ପ୍ରଶାନ୍ତ ନନ୍ଦ ଙ୍କ ସହିତ ହିରୋଇନ ଭାବରେ ଅଭିନୟ କରିଥିଲେ
। ଏହାପରେ ୨୦୧୦ ମସିହାରେ ତୁ ଥିଲେ ମୋ ଡର କାହାକୁ, ୨୦୧୧ ମସିହାରେ କେମିତି ଏ ବନ୍ଧନ ଭଳି ଓଡ଼ିଆ ଫିଲ୍ମ ରେ ଅଭିନୟ କରିଛନ୍ତି । ସେ ୭୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଛନ୍ତି । ମହାଶ୍ୱେତା ନିଜ ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ ।
ଏହି ଅଭିନେତ୍ରୀ ଙ୍କ ପରିବାର ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ପରିବାର ରେ ସେ, ତାଙ୍କ ସ୍ୱାମୀ, ବାପା ମାଆ ଓ ତାଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ ଅଭିନେତ୍ରୀ ନିଜ ଅଭିନୟ ଜରିଆରେ ଅନେକ ପୁରସ୍କାର ମଧ୍ୟ ହାସଲ କରିଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ