Lipsa ଙ୍କ ବିବାହରେ ଗାର୍ଲଫ୍ରେଣ୍ଡ ସହ ଆସିଲେ Dutee Chand…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଭିନେତ୍ରୀ ଲିପ୍ସାଙ୍କ ବାହାଘରରେ ପ୍ରେମିକା ମୋନାଲିସାଙ୍କ ସହ ଦୂତୀ ଚାନ୍ଦ । ତେବେ ଗତ କାଲି ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ମିଶ୍ର । ତେବେ ଲିପ୍ସାଙ୍କ ବାହାଘରରେ ଅନେକ ଓଡିଶାର ଜଣାଶୁଣା କଳାକାର ମାନେ ମଧ୍ୟ ସାମିଲ ହୋଇଥିଲେ । ତେବେ ଓଡିଶାର ଖେଳ ଜଗତର ଗର୍ବ ଓ ଗୌରବ ଦୁତୀ ଚାନ୍ଦ ମଧ୍ୟ ଲିପ୍ସାଙ୍କ ବାହାଘର ପାର୍ଟିରେ ନଜର ଆସିଥିଲେ ।

ତେବେ ଖାଲି ଦୁତୀ ଚାନ୍ଦ ଏକେଲା ନୁହନ୍ତି ବଂର ଦୂତୀ ଚାନ୍ଦ ନିଜର ପ୍ରେମିକା ମୋନଲିସାଙ୍କୁ ମଧ୍ୟ ସାଙ୍ଗରେ ନେଇ ଦୂତୀ ଚାନ୍ଦ ଆସିଥିଲେ । ତେବେ ଦୀର୍ଘ ୮ ବର୍ଷର ବନ୍ଧୁତ୍ଵର ସମ୍ପର୍କ ଅଭିନେତ୍ରୀ ଲିପ୍ସା ଓ ଦୂତୀଙ୍କ ମଧ୍ୟରେ ରହିଛି ବୋଲି ଗଣ ମାଧ୍ୟମ ସାମ୍ନାରେ ନିଜର ମତ ରଖିଥିଲେ ଦୌଡରାଣୀ ଦୂତୀ ଚାନ୍ଦ । ତେବେ ନିଜର ଜଣେ ବହୁ ନିକଟତର ବନ୍ଧୁ ବିବାହକୁ ଆସି ବହୁତ ଆନନ୍ଦ ଲାଗୁଛି ବୋଲି ଦୂତୀ ଚାନ୍ଦ କହିଥିଲେ ।

ଏହା ସହ ନିଜ ସାଙ୍ଗ ଲିପ୍ସାଙ୍କ ବାହାଘର ପାଇଁ ତାଙ୍କୁ ଅନେକ ଅନେକ ଶୁଭେଛା ଓ ଶୁଭକାମନା ମଧ୍ୟ ଜଣାଇଥିଲେ । ତେବେ ଦୂତୀଙ୍କ ପାଇଁ ମିଡିଆଙ୍କ ମଧ୍ୟ ଏପରି କିଛି ଦୂତୀଙ୍କ ପାଇଁ ବାହାଘର ପ୍ରଶ୍ନ ରହିଥିଲା । ତେବେ ଯାହାର ଉତ୍ତର ଦେବା ପାଇଁ ଯାଇ ଦୌଡ ରାଣୀ ଦୁତୀ କହିଥିଲେ । ହଁ ମୋର ଆଉ ମୋନାଲିସାଙ୍କର ପ୍ରେମ ସମ୍ପର୍କକୁ ତ ବହୁତ ଲୋକ ଜାଣିଛନ୍ତି । ତେବେ ଏବେ ସେହି ବାହାଘରର ସମୟ ଆସିନାହିଁ ।

ଏବେ ମୋ ଦେଶ ପାଇଁ ମୋତେ ବହୁତ କିଛି ପ୍ରତିଯୋଗୀତାରେ ଭାଗ ନେଇ ଦେଶ ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିବାର ଅଛି । ତେବେ ଆଗାମୀ ସମୟରେ ନିହାତି ଭାବେ ମୋତେ ଆଉ ମୋନଲିସାଙ୍କୁ ମଧ୍ୟ ବାହାଘର ବନ୍ଧନରେ ବାନ୍ଧିହେବାର ଲୋକେ ଜାଣିବାକୁ ପାଇବେ । ତେବେ ଲିପ୍ସାଙ୍କ ବାହାଘରକୁ ନିଜ ଗାର୍ଲଫ୍ରେଣ୍ଡକୁ  ସାଥିରେ ଧରି ସାଥି ଆସି ଲିପ୍ସାଙ୍କ ସହ ସେଲିଫି ମଧ୍ୟ ଉଠାଇଥିଲେ ।

ଏହା ସହିତ ଅଭିନେତ୍ରୀ ଲିପ୍ସାଙ୍କ ବାହାଘରରେ ବହୁତ ଏଞ୍ଜୟ ମଧ୍ୟ କରିଥିଲେ ଦୌଡରାଣୀ ଦୁତୀ ଚାନ୍ଦ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *