ଲିପି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଏକ ଜଣା ଶୁଣା ନାଁ । ସବୁଠି ସେ ନିଜର ଦକ୍ଷତା ଦେଖେଇ ସାରିଲେଣି । ତାଙ୍କର ପୁରା ନାମ ହେଉଛି ଲିପି ମହାପାତ୍ର । ସେ ବ୍ରହ୍ମପୁର ରେ ଜନ୍ମ ହୋଇଥିଲେ ଓ ସେହିଠାରେ ସେ ନିଜର ପାଠ ପଢା ଶେଷ କରିଥିଲେ । ବ୍ରହ୍ମପୁର ରେ ମହାମାୟୀ କଲେଜ ରୁ ସେ ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି । ତାଙ୍କ ବାପାଙ୍କର ପ୍ରକୃତ ଘର ହେଉଛି ସମ୍ବଲପୁର । ତାଙ୍କ ଘରେ ତାଙ୍କ ବାପା ମା ଭାଇ ଭାଉଜ ଓ ପୁତୁରା ଅଛନ୍ତି ।
ଏମାନଙ୍କ ଛଡା ତାଙ୍କର ଗୋଟିଏ ପେଟ ଡଗ ମଧ୍ୟ ଅଛି । ତାର ନାମ ହେଉଛି ଜ୍ୟାକି । ଲିପି ତାକୁ ବହୁତ ଭଲ ପାଆନ୍ତି । ସେ ଯେତେବେଳେ ତାଙ୍କ ଘରେ ଥାଆନ୍ତି ସେତେବେଳେ ତାଙ୍କ କୁକୁର ତାଙ୍କ ପାଖରେ ହିଁ ରହିଥାଏ । ତାଙ୍କ ବାପା ହେଉଛନ୍ତି ଜଣେ ସୁପରିଟେଣ୍ଡେଣ୍ଟ ଅଫ ପୋଲିସ । ସେ ଏବେ ରିଟାର୍ଡ କରି ସାରିଲେଣି ।
ତାଙ୍କ ମା ଙ୍କର ନାମ ବନ୍ଦନା ମହାପାତ୍ର । ସେ ଅନେକ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଛନ୍ତି । ତାଙ୍କ ଭାଇ ଜଣେ ସଫ୍ଟୱେୟାର ଇଞ୍ଜିନୀୟର । ଲିପିଙ୍କ ଭାଉଜ ହେଉଛନ୍ତି ଜଣେ ହାଉସ ୱାଇଫ । ଲିପି କୁହନ୍ତି ସେ କେବେ ବି ଆକଟିଂ କରିବାକୁ ଚାହୁଁ ନଥିଲେ । ଯେହେତୁ ତାଙ୍କ ବାପା ପୋଲିସ ରେ ଥିଲେ ତେଣୁ ସେ ପୋଲିସ ହେବା ପାଇଁ ଚାହୁଁଥିଲେ । ଏହା ତାଙ୍କ ବାପାଙ୍କର ମଧ୍ୟ ଇଚ୍ଛା ଥିଲା । କିନ୍ତୁ ତାଙ୍କ ମା ଚାହୁଁଥିଲେ ସେ ଆକଟିଂ ରେ ତାଙ୍କର କ୍ଯାରିୟର କରନ୍ତୁ ।
କାରଣ ସେ ଅଭିନୟ ଓ କଳାକାର ମାନଙ୍କୁ ବହୁତ ପସନ୍ଦ କରୁଥିଲେ । ଯେହେତୁ ତାଙ୍କ ମା ଜଣେ ଆକ୍ଟର ତେଣୁ ସେ ଅଭିନୟକୁ ବହୁତ ଭଲ ପାଉଥିଲେ । ତାଙ୍କ ମା ମଧ୍ୟ ତାଙ୍କୁ ଆକଟିଂ ରେ କ୍ଯାରିୟର ଗଢିବା ପାଇଁ ଫୋର୍ସ କରିଥିଲେ । ସେ ଅନେକ ନୃତ୍ୟ ଭିତ୍ତିକ କାର୍ଯ୍ୟ କ୍ରମରେ ଯୋଗ ଦେଇ ବହୁତ ପୁରସ୍କାର ମଧ୍ୟ ପାଇଛନ୍ତି । ପ୍ରଥମେ ଲିପି ଇ ଟିଭି ରେ ପ୍ରସାରିତ ଅନନ୍ୟା କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ।
ଏହା ପରେ ଇ ଟିଭି ରେ ପ୍ରସାରିତ ଆପଣଙ୍କ ପସନ୍ଦ କାର୍ଯ୍ୟକ୍ରମରେ ମଧ୍ୟ ଆଙ୍କରିଙ୍ଗ କରିଥିଲେ । ତା ପରେ ସେ କେବେ ବି ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଆଙ୍କରିଙ୍ଗ ପରେ ଲିପି ଆଲବମ ଜଗତରେ ପାଦ ଥାପିଥିଲେ । ସେ ଅନେକ ଆଲବମ ମଧ୍ୟ କରିଛନ୍ତି । ଲିପି ସେତେବେଳେ ଏତେ ମାତ୍ରାରେ ଆଲବମ କରୁଥିଲେ କି ସେତେବେଳେ ତାଙ୍କୁ ଆଲବମ କୁଇନ ମଧ୍ୟ କୁହାଯାଉଥିଲା ।
ଅଭିନୟ ସହ ସେ ନୃତ୍ୟ କରିବାକୁ ବି ବହୁତ ପସନ୍ଦ କରନ୍ତି ।ଏଥିପାଇଁ ସେ ତାଙ୍କ ମା ଙ୍କ ଦ୍ଵାରା ଆନୁପ୍ରାଣିତ । ଲିପିଙ୍କର ପ୍ରଥମ ଆଲବମ ହେଉଛି ମୁଁ ବିନା ଘୁଙ୍ଗୁରରେ ନାଚିବି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଲିପି ଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।