ମୃତ୍ୟୁ ପରେ ନିଜ ପରିବାର ପାଇଁ Lata Mangeshkar ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଭାରତର ସ୍ଵର ବା ଭାରତ ରତ୍ନ ଲତା ମାଗେସ୍କର ଆଜି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଆସୁଛି ଲତା ମଙ୍ଗେସ୍କର ଆଉ ଏହି ଦୁନିଆରେ ନାହାନ୍ତି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୩ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ସେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଗତ ମାସ ଜାନୁୟାରୀ ୮ ତାରିଖରେ ଲତା କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ଓ ତାଙ୍କ ଚିକିତ୍ସା ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ହେଉଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ସେ ଗତ କିଛି ସମୟ ତଳେ ଦୁନିଆ ଛାଡି ଚାଲି ଯାଇଛନ୍ତି । ଲତା ଯିବା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି । ସମସ୍ତ ଲୋକ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଲତା ମଙ୍ଗେସ୍କରଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ୧୯୨୯ ମସିହା ସେପ୍ଟେମ୍ବର ୧୮ ତାରିଖରେ ଲତାଙ୍କ ଜନ୍ମ ହୋଇଥିଲା । ତାଙ୍କର ଜନ୍ମ ଏକ ମାଧ୍ୟମ ବର୍ଗ ପରିବାରରେ ହୋଇଥିଲା । ପିତା ଥିଲେ ମହାନ ମରାଠୀ ସଂଗୀତକାର ଦିନାନାଥ ମଙ୍ଗେସ୍କର ।

ବନ୍ଧୁଗଣ ଲତାଙ୍କୁ ପ୍ରଥମେ ହେମା ନାମ ଦିଆଯାଇଥିଲା ହେଲେ ତାଙ୍କ ପିତା ପରେ ତାଙ୍କ ନାମ ବଦଳାଇ ଲତା ଦେଇଥିଲେ । ମାତ୍ର ୧୩ ବର୍ଷ ବୟସରେ ଲତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ଏହାପରେ ଲତାଙ୍କ ଉପରେ ପରିବାରର ସମସ୍ତ ଦାୟିତ୍ଵ ଆସିଯାଇଥିଲା । ସେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଥିଲେ ।

ଲତା ମଙ୍ଗେସ୍କର ନିଜ କାରିୟରରେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ଅନେକ ଦିଗଜ ଗାୟକଙ୍କ ସହ କାମ କରିଛନ୍ତି । ବନ୍ଧୁଗଣ ଲତା ମଙ୍ଗେସ୍କରଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ମିଡିଆ ରିପୋର୍ଟସ ଅନୁସାରେ ଲତା ମଙ୍ଗେସ୍କରଙ୍କ ପାଖରେ ୪୦୦ କୋଟି ଟଙ୍କାର ସମ୍ପତ୍ତି ଅଛି ।

ଆଉ ଏହି ସମ୍ପତ୍ତିରେ ମାଲିକ ହେଉଛନ୍ତି କେବଳ ଲତା କାରଣ ସେ ବିବାହ କରି ନଥିଲେ । ଦକ୍ଷିଣ ମୁମ୍ବାଇର ପେଡର ରୋଡ ସ୍ଥିତ ପ୍ରଭୁକୁଞ୍ଜ ବିଲଡିଙ୍ଗରେ ଲତା ମଙ୍ଗେସ୍କର ରହୁଥିଲେ । ଏତେ ବଡ ସେଲିବ୍ରେଟି ହୋଇ ମଧ୍ୟ ଲତା ଏକ ସାଧାରଣ ଜୀବନ ଅତିବାହିତ କରିବା ପାଇଁ ପସନ୍ଦ କରୁଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଗାୟିକା ଲତା ମଙ୍ଗେସ୍କରଙ୍କ ଗୀତ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *