ବର୍ତ୍ତମାନ ସବୁ ଓଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଷ୍ଟାରମାନେ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଛନ୍ତି । ସମସ୍ତେ ବଲୀଉଡ ଷ୍ଟାରମାନଙ୍କ ଭଳି ସବୁଦିନ ନିଜର ଭିଡିଓ ଓ ଫଟୋ ପୋସ୍ଟ କରୁଛନ୍ତି । ଏହିଭଳି କରିବା ଦ୍ଵାରା ସେମାନେ ଏକ ପ୍ରକାରର ନିଜର ଫ୍ୟାନମାନଙ୍କ ସହ ଯୋଡି ହୋଇ ରହୁଛନ୍ତି ଓ ଅନ୍ୟ ପଟେ ଫ୍ୟାନମାନେ ବି ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ସବୁ ଜାଣି ପାରୁଛନ୍ତି ।

ଆଜି କାଲି ଭିଡିଓ କରି ପୋସ୍ଟ କରିବା ଏକ ପ୍ରକାରର ଟ୍ରେଣ୍ଡ ହୋଇ ଯାଇଛି । ଆଜି କାଲି ସମସ୍ତେ ଭିଡିଓ କରି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରୁଛନ୍ତି । ଏହି ମାମଲାରେ ବର୍ତ୍ତମାନ ଓଡିଆ କଳାକାରମାନେ ବି ପଛରେ ନାହାନ୍ତି । ସେମାନେ ବି ନିଜର ପ୍ରତି ମୂହୁର୍ତ୍ତର ଭିଡିଓ କରି ଶେୟାର କରୁଛନ୍ତି ।
ଆପଣ ସମସ୍ତେ ଟିଭି ଇଣ୍ଡଷ୍ଟ୍ରି ଓ ଓଡିଆ ସିନେମା ଦୁନିଆର ଅଭିନେତା ଶୁଭାଶିଷ ଶର୍ମାଙ୍କୁ ଜାଣିଥିବେ । ଯିଏକି ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ନାଁ ଅଟନ୍ତି । ଟିଭି ସିରିଏଲରେ ପପୁଲାର ହେବା ପରେ ସେ କେତେକ ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ବି ନଜର ଆସିଛନ୍ତି । ସେ ବର୍ତ୍ତମାନ ଘରେ ଘରେ ପରିଚିତ । ସେ ଯେତିକି ହ୍ୟାଣ୍ଡସମ ସେତିକି ହିଁ ତାଙ୍କର ଅଭିନୟ ଦମଦାର ଅଟେ ।
କହିଦେଉଛୁ କି ଶୁଭାଶିଷ ଶର୍ମା ବିବାହ କରିସାରିଛନ୍ତି ଓ ସେ ଅନ୍ୟ ଷ୍ଟାରମାନଙ୍କ ଭଳି ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହିଥାନ୍ତି । ବର୍ତ୍ତମାନ ସେ ନିଜର ଝିଅକୁ ନେଇ ବହୁତ ଖୁସି ଅଛନ୍ତି ଓ ଏହାର ଅନ୍ଦାଜ ଆପଣ ତାଙ୍କର ଭିଡିଓ ମାଧ୍ୟମରେ ଜାଣି ପାରିବେ । ଶୁଭାଶିଷ ଶର୍ମା ପ୍ରାୟତଃ ଭିଡିଓ ନିଜ ଝିଅକୁ ନେଇ କରନ୍ତି । ଏମିତିରେ ତାଙ୍କର ବର୍ତ୍ତମାନ ଏକ ଭିଡିଓ ବହୁତ ଭାଇରାଲ ହେଉଛି ।

ଯେଉଁଥିରେ ସେ ତାଙ୍କର କୁନି ଝିଅ ସହ ବସି କାର୍ଟୁନ ଦେଖୁଛନ୍ତି ଓ ଆପଣ ବି ଦେଖି ପାରିବେ କି ତାଙ୍କ ଝିଅ କାର୍ଟୁନର ଦେଖି ଦେଖି ହସୁଛି । ଏତିକି ନୁହେଁ ଅନ୍ୟ କେତେକ ଭିଡିଓରେ ଶୁଭାଶିଷ ନିଜର କୁନି ଝିଅ ସହ ମସ୍ତି କରୁଥିବାର ବି ନଜର ଆସିଛନ୍ତି । କହିଦେଉଛୁ କି ଆସନ୍ତା କିଛି ଦିନ ମଧ୍ୟରେ ଶୁଭାଶିଷ କିଛି ନୂଆ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।

