ଲକଡାଉନରେ ଘରେ ରହି କଣ କଣ କରୁଛନ୍ତି Uttam Mohanty ଓ Aparajita, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ଅଭିନେତା ଉତ୍ତମ ମହାନ୍ତିଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଦୁଇଜଣ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ କଳାକାର । ଏହି ଦୁଇଜଣ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ।

ଏହି ଦୁଇଜଣ ଏକା ସହ ଅନେକ ଫିଲ୍ମରେ କାମ କରିଛନ୍ତି ଓ ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରନ୍ତି । ବନ୍ଧୁଗଣ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରୁ ହିଁ ପରସ୍ପରକୁ ପ୍ରେମ କରି ବସିଥିଲେ । କିଛି ସମୟ ଲଭ ରିଲେସନରେ ରହିବା ପରେ ଏହି ଦୁଇଜଣ ପରସ୍ପରକୁ ବିବାହ କରିଥିଲେ ।

ବାବୁସନ ହେଉଛନ୍ତି ଏହି ଦୁଇଜଣଙ୍କ ପୁଅ ଓ ବାବୁସନ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବର୍ତ୍ତମାନ ଅପରାଜିତା ଓ ଉତ୍ତମ ମହାନ୍ତି ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି ହେଲେ ଲକଡାଉନ ସମୟରେ ତାଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆଜିଆମେ ଆପଣ ମାନଙ୍କୁ ଏମାନଙ୍କ ଭାଇରାଲ ହେଉଥିବା କିଛି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗତ କିଛି ଦିନ ହେବ ଦେଶରେ କରୋନା ମହାମାରୀର କୋପ ତୀବ୍ର ଗତିରେ ବଢିବାରେ ଲାଗିଛି । ଏହି ସମୟରେ ଅପରାଜିତାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଅପରାଜିତା ଲୋକ ମାନଙ୍କୁ ସଚେତନ କରାଉ ଥିବାର ନଜର ଆସୁଛନ୍ତି ।

ଭିଡିଓରେ ଅପରାଜିତା କହୁଛନ୍ତି-‘ମୋର ଇଛା ହେଲା ଟିକେ ଆପଣ ମାନଙ୍କ ସହ କଥା ହେବା ପାଇଁ । କରୋନାର ଭୟବାହକୁ ଆପଣ ମାନେ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ । କାସ, ଜ୍ଵର ଓ ଥଣ୍ଡା ଆଦିକୁ ଆପଣ ମାନେ ହାଲ୍କାରେ ନିଅନ୍ତୁ ନାହିଁ ।

କରୋନା ଆମକୁ ହରେଇବା ପୂର୍ବରୁ ଆମେ କରୋନାକୁ ହରେଇବା । କରୋନାର ଔଷଧ ଏଯାଏଁ ବାହାରି ନାହିଁ । ତେଣୁ ଆପଣ ମାନେ ସମସ୍ତେ ଗାଇଡଲାଇନର ପାଳନ କରନ୍ତୁ । ସମସ୍ତେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ଯଦି ଆମେ ମାନେ ଏହି ସବୁ କଥାକୁ ମାନିବା ତା ହେଲେ ଆମେ କରୋନାକୁ ହରେଇ ପାରିବା’ ।

ଏହି ଭିଡିଓ ପୂର୍ବରୁ ଅନ୍ୟ କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଭିଡିଓରେ ଅପରାଜିତା ବେଲ ପଣା ବନାଉ ଥିବାର ନଜର ଆସୁଛନ୍ତି ଓ ବେଲ ପଣା ଦେବା ପାଇଁ ବାବୁସାନଙ୍କୁ ଡାକୁ ଛନ୍ତି । ଅନ୍ୟ ଏକ ଭିଡିଓରେ ଅପରାଜିତା ଓ ଉତ୍ତମ ମହାନ୍ତି ଟିଭି ଦେଖୁ ଥିବାର ମଧ୍ୟ ନଜର ଆସୁଛନ୍ତି ।

ସୋସିଆଲ ମିଡିଆରେ ଏହି ସମସ୍ତ ଭିଡିଓ ଗୁଡିକ ବହୁତ ମାତ୍ରାରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *