Kajol ଙ୍କ ଭାଇଙ୍କ ପ୍ରେମରେ ଉବୁଟୁବୁ Sumona Chakravarti, ଦୁଇ ଜଣଙ୍କ ବୟସ ମଧ୍ୟରେ ଅଛି ଆକାଶ-ପାତାଳ ଫରକ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଫେମସ ସୋ ‘ଦ କପିଲ ଶର୍ମା ସୋ’ ନିଶ୍ଚୟ ଦେଖିଥିବେ । ଏହି ସୋଟିକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି କାରଣ ଏହି ସୋରେ କାମ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ କରି ଛନ୍ତି ।

ଏହି ସୋରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ମଧ୍ୟ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏହି ସୋରେ ଅଭିନୟ କରୁଥିବା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ସୁମୋନା ଏହି ସୋରେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତି ଛନ୍ତି । ବର୍ତ୍ତମାନ ସୁମୋନା ୩୫ ବର୍ଷ ବୟସର ହୋଇସାରିଛନ୍ତି । ସୁମୋନା ୨୪ ଜୁନ ୧୯୮୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ଏକ ଶିଶୁ କଳାକାର ରୂପେ ଆମିର ଖାନଙ୍କ ଫିଲ୍ମ ‘ମନ’ରୁ ନିଜ କାରିୟରର ଆରମ୍ଭ କରିଥିଲେ ।

ସେହି ସମୟରେ ସୁମୋନାଙ୍କ ବୟସ ମାତ୍ର ୧୩ ବର୍ଷର ଥିଲା ଓ ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ଏହାପରେ ସେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ୨୦୦୬ ମସିହାରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ସିରିଏଲ ହେଉଛି ‘କସମ ସେ’ । ଏହି ସିରିଏଲ ପରେ ସେ ଅନେକ ସିରିଏଲରେ କାମ କରି ସଫଳତା ହାସଲ କରିଥିଲେ । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସୁମୋନା ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଭାଇ ସମ୍ରାଟ ମୁଖାର୍ଜୀଙ୍କ ସହ ରିଲେସନରେ ଅଛନ୍ତି ।

ସୁମୋନାଙ୍କ ଠାରୁ ସମ୍ରାଟ ୮ ବର୍ଷ ବଡ ଅଛନ୍ତି । ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହି ଦୁଇଜଣଙ୍କ ବିବାହ ଖବର ମଧ୍ୟ ସାମ୍ନାକୁ ଆଇଥିଲା । ସେତେବେଳେ ସୁମୋନା କହିଥିଲେ-‘ ସମ୍ରାଟ ହେଉଛନ୍ତି ତାଙ୍କର ଏକ ସମ୍ପର୍କୀୟ ସାଙ୍ଗ ହେଲେ ତାଙ୍କ ମଧ୍ୟରେ ବିବାହକୁ ନେଇ କୌଣସି ଯୋଜନା ହୋଇ ନାହିଁ’ ।

ଏହା ସହ ସୁମୋନା କହିଥିଲେ, ଭବିଷ୍ୟତରେ ମଧ୍ୟ ତାଙ୍କର ବିବାହ ପାଇଁ କୌଣସି ପ୍ଳାନ ନାହିଁ । ସମ୍ରାଟଙ୍କ ସହ ସେ କେବଳ ଗୋଟିଏ ଥର ଦୂର୍ଗା ପୂଜାରେ ସାକ୍ଷାତ କରିଥିଲେ । ସୁମୋନା ବର୍ତ୍ତମାନ ୩୫ ବର୍ଷର ହୋଇସାରିଛନ୍ତି ଓ ସମ୍ରାଟ ୪୩ ବର୍ଷ ର । ଏହି ଦୁଇଜଣ ୨୦୧୫ ମସିହାରେ ପରସ୍ପରକୁ ସାକ୍ଷାତ କରି ବନ୍ଧୁତା କରିଥିଲେ । ବନ୍ଧୁଗଣ ସମ୍ରାଟ ‘ଖେଲେ ହମ ଜି ଜାନ ସେ’ ଫିଲ୍ମରେ କାମ କରିସାରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ସୁମୋନା କପିର ଶର୍ମା ସୋରୁ ପ୍ରସିଦ୍ଧି ହାସଲ କରିଛନ୍ତି । ପୂର୍ବରୁ ଲୋକମାନେ ସୁମୋନାଙ୍କୁ କପିଲଙ୍କ ରିଅଲ ଲାଇଫ ପତ୍ନୀ ଭାବୁଥିଲେ ହେଲେ କିନ୍ତୁ ଏହି ଦୁଇଜଣ କେବଳ ଅନସ୍କ୍ରିନ ସ୍ଵାମୀ ସ୍ତ୍ରୀର ଭୂମିକାରେ ନଜର ଆସନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *