ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।
ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଧନୁସ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଧନୁସଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଧନୁସ ସାଉଥ ଫିଲ୍ମ ସହିତ ବଲିଉଡ ଫିଲ୍ମରେ ବି କାମ କରିଛନ୍ତି । ଧନୁସ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ରଜନୀକାନ୍ତଙ୍କ ଝିଅ ଐଶ୍ଵର୍ଯ୍ୟଙ୍କ ସହ ବିବାହ କରିଛନ୍ତି । ଧନୁସ ନିଜ ଫିଲ୍ମ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ବହୁତ ଚର୍ଚାରେ ରୁହନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ଧନୁସଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବଲିଉଡ ଫିଲ୍ମ ‘ଅତରଙ୍ଗି’ ରିଲିଜ ହେବା ପରେ ୧୭ ଜାନୁୟାରୀ ରାତିରେ ସେ ନିଜ ପତ୍ନୀ ଐଶ୍ଵର୍ଯ୍ୟଙ୍କ ସହ ଅଲଗା ହେବାର ଘୋଷଣା କରିଛନ୍ତି ।
ଧନୁସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ଓ ସେହି ପୋଷ୍ଟରେ ଧନୁସ ଲେଖିଛନ୍ତି-‘ସାଙ୍ଗ ରୂପରେ, କପଲ ରୂପରେ, ମା ବାପାଙ୍କ ରୂପରେ ଓ ପରସ୍ପରର ଶୁଭ ଚିନ୍ତକ ରିପରେ ମୁ ୧୮ ବର୍ଷ ସାଙ୍ଗରେ ରହିଲି । ଏହି ଯାତ୍ରା ବୁଦ୍ଧିମାନ, ଗ୍ରୋଥ, ସମୟୋଜନ ଓ ଅନୁକୂଳ ରହିଲା । ହେଲେ ଆଜି ଆମେ ଏକ ଏପରି ଜାଗାରେ ଛିଡା ହେଉଛୁ ଯେଉଁଠି ଆମ ରାସ୍ତା ଅଲଗା ଅଛି’ ।
ବନ୍ଧୁଗଣ ଏହି ପୋଷ୍ଟଟି ଦେଖୁ ଦେଖୁ ଭାଇରାଲ ହେଇଗଲା ଓ ଫ୍ୟାନ୍ସ ମାନେ ଏହି ପୋଷ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ହେଲେ ୧୮ ବର୍ଷ ସମ୍ପର୍କକୁ ଧନୁସ କାହିଁକି ଭାଙ୍ଗିଲେ ଏହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଦୁଇଜଣଙ୍କ ସମ୍ପର୍କ ଧନୁସଙ୍କ ଅଫେୟାର ପାଇଁ ଭାଙ୍ଗିଛି ବୋଲି ଜଣା ପଡିଛି । ପ୍ରଥମେ ଧନୁସ ସାଉଥ ଅଭିନେତ୍ରୀ ସ୍ରୁତି ହସନଙ୍କ ସହ ଲଭ ଅଫେୟାର ରଖିଥିଲେ ।
ଏହି କଥା ଜଣା ପଡିବା ପରେ ଧନୁସ ଓ ଐଶ୍ଵର୍ଯ୍ୟ ନିଜ ରିଲେସନକୁ ବଞ୍ଚାଇ ପାରିଲେ । ହେଲେ ୨୦୧୬ରେ ଧନୁସ ସାଉଥ ଅଭିନେତ୍ରୀ ଆମଲା ପୌଲଙ୍କ ସହ ଲଭ ଅଫେୟାର ରଖିଥିଲେ ଯାହାଫଳରେ ଆମଲା ପୌଲଙ୍କ ବିବାହ ଭାଙ୍ଗି ଯାଇଥିଲା । ତେବେ ବନ୍ଧୁଗଣ ସମୟ ସହ ଧନୁସ ନିଜକୁ ସମ୍ଭାଳି ଥିଲେ ଓ ଆମଲାଙ୍କ ଠାରୁ ଅଲଗା ହୋଇଥିଲେ । ହେଲେ ଧନୁସ ଓ ଐଶ୍ଵର୍ଯ୍ୟଙ୍କ ସମ୍ପର୍କ ଅଫେୟାର ପାଇଁ ଭାଙ୍ଗିଛି ନା ନାହିଁ ଏହା କେବଳ ଧନୁସ ଏବଂ ଐଶ୍ଵର୍ଯ୍ୟ ଜାଣିଥିବେ ।