ବନ୍ଧୁଗଣ ଭାରତର ସ୍ଵର ବା ଭାରତ ରତ୍ନ ଲତା ମାଗେସ୍କର ଆଜି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କେବଳ ଲତାଙ୍କର ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ସେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ତେବେ ବନ୍ଧୁଗଣ ଗତ ମାସ ଜାନୁୟାରୀ ୮ ତାରିଖରେ ଲତା କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ଓ ତାଙ୍କ ଚିକିତ୍ସା ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ହେଉଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ସେ ଗତ କିଛି ସମୟ ତଳେ ଦୁନିଆ ଛାଡି ଚାଲି ଯାଇଛନ୍ତି । ଲତା ଯିବା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି । ସମସ୍ତ ଲୋକ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ବନ୍ଧୁଗଣ ଲତାଙ୍କ ସଙ୍ଗୀତ କାରିୟର ୭ ଦଶକରୁ ଅଧିକ ଲମ୍ବା ଯାଇଛି । ସେ ୩୦ ହଜାରରୁ ଅଧିକ ଗୀତରେ ନିଜର କଣ୍ଠ ଦେଇଛନ୍ତି । ବର୍ତ୍ତମାନ ଲତାଙ୍କ ସହ ଜଡିତ ଅନେକ ଘଟଣା ସାମ୍ନାକୁ ଆସୁଛି । ଏମିତିରେ ଆଜି ଆମେ ଲତା ଓ ବଲିଉଡ ଅଭିନେତ୍ରୀ ମିନା କୁମାରୀଙ୍କ ସହ ଜଡିତ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଲତା ଏକ ଇଣ୍ଟର୍ବ୍ୟୁରେ ଏହି ଘଟଣା ବିଷୟରେ କହିଥିଲେ’ ।
ସେହି ସମୟରେ ଲତା ଓ ମିନା ବହୁତ ଚର୍ଚ୍ଚାରେ ରହୁଥିଲେ ଉଭୟ ପରସ୍ପରକୁ ସମ୍ମାନ ମଧ୍ୟ ଦେଉଥିଲେ । ରେ ମିନା କୁମାରୀ ଲତା ମଙ୍ଗେସ୍କରଙ୍କୁ ଗୀତ ଗାଇବା ପାଇଁ ନିମନ୍ତ୍ରଣ କରିଥିଲେ ହେଲେ ଲତା ମିନାଙ୍କ ଏହି ପ୍ରସ୍ତାବକୁ ଅବମାନନା କରିଦେଇଥିଲେ । ଲତାଙ୍କ ମତରେ-ଥରେ ମିନା ମୋତେ ଫୋନ କରି ଥିଲେ । ସେ ଚାହୁଁ ଥିଲେ ମୁ ତାଙ୍କ ଘରକୁ ଯାଇ ଗୀତ ଗଇବି । ହେଲେ ମୁ ତାଙ୍କୁ ମନା କରିଦେଲି ଓ କହିଲି ମୁ ଏମିତି ପର୍ଶନାଲ ସମାରୋହରେ ଗୀତ ଗାଏ ନାହିଁ’ ।
ଆଗକୁ ସେ କହିଛନ୍ତି-‘ସେ ଅନେକ ଥର ରେକର୍ଡିଙ୍ଗ ଷ୍ଟୂଡିଓ କେବଳ ମୋ ଗୀତ ଶୁଣିବା ପାଇଁ ଆସୁଥିଲେ । ଦିନେ ମୁ ହେମନ୍ତ କୁମାରଙ୍କ ପାଇଁ ଗୀତ ଗାଉଥିଲି ସେଦିନ ମୁ କେଶ ଖୋଲା ରଖିଥିଲି । ମିନା କୁମାରୀକୁ ନିଜ କେଶ ପାଇଁ ବହୁତ ଗର୍ବ ଥିଲା । ମୋ କେଶ ଦେଖି ସେ କହିଲା କେତେ ବଡ କେଶ ତମର । ମୁ ଏହା ପରେ କହିଲି ମୁ କେଶ କେବେ କାଟି ନାହିଁ’ । ବନ୍ଧୁଗଣ ମିନା ଓ ଲତାଙ୍କ ସହ ଜଡିତ ଏହି କଥାଟି ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ତା ହେଲେ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।