ଯେତେବେଳେ Asha Bhosle ରାଗିଯାଇ R. D. Burman ଙ୍କୁ କହିଲେ, ଭଲ ଗୀତ ସବୁ ଲତା ଦିଦିଙ୍କୁ ଆଉ କଷ୍ଟ ଗୀତ ସବୁ ମତେ, ତ R. D. Burman ଦେଇଥିଲେ ଏମିତି ଜବାବ !

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଲତା ମଙ୍ଗେସ୍କର ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କିଛି ସମୟ ତଳେ ତାଙ୍କର ପରଲୋକ ଘଟିଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କେବଳ ଲତାଙ୍କର ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ସେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଗତ ମାସ ଜାନୁୟାରୀ ୮ ତାରିଖରେ ଲତା କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ଓ ତାଙ୍କ ଚିକିତ୍ସା ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ହେଉଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ସେ ଗତ କିଛି ସମୟ ତଳେ ଦୁନିଆ ଛାଡି ଚାଲି ଯାଇଛନ୍ତି । ଦେଶର ସମସ୍ତ ଲୋକ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଲତାଙ୍କ ସ୍ଵଭାବ ଓ ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ବହୁତ ଭଲ ଥିଲା । ଏମିତିରେ ତାଙ୍କ ଜୀବନ ସହ ଜଡିତ ଅନେକ କାହାଣୀ ବର୍ତ୍ତମାନ ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ । ଏହି କାହାଣୀରେ ଲତା ଓ ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅଛନ୍ତି । ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ଏହି ଦୁଇଜଣ ବଡ ହସ୍ତୀଙ୍କର ବହୁତ ଅବଦାନ ରହିଛି ।

ବନ୍ଧୁଗଣ ଆଶା ଭୋସଲେ ରାହୁଲ ଦେବ ବର୍ମନଙ୍କ ସହ ଅନେକ କଷ୍ଟ ଗୀତ ଗାଇଛନ୍ତି । ୧୯୬୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ତିସିରି ମଞ୍ଜିଲ’ର କଷ୍ଟ ଗୀତ ‘ଆଜା ଆଜା ମେ ହୁଁ ପ୍ୟାର ତେରା’ ଗୀତଟି ବର୍ମନ ଆଶାଙ୍କୁ ଗାଇବା ପାଇଁ କହିଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଗୀତ ପାଇଁ ଆଶା ୧୦ ଦିନ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ ।

ଏମିତିରେ ଆଉ ଏକ ଖବର ମଧ୍ୟ ଆସିଥିଲା ଯେ, ଏହି ଗୀତ ଶୁଣିବା ପରେ ବର୍ମନ ଆଶାଙ୍କୁ ୧୦୦ ଟଙ୍କା ଉପହାର ଦେଇଥିଲେ । ହେଲେ ସେହି ସମୟରେ ଆଶା ଭୋସଲେ ଆରଡି ବର୍ମନଙ୍କୁ କମ୍ପ୍ଲେନ କରି କହିଥିଲେ ‘ତମେ ସବୁ ଭଲ ଗୀତ ଲତା ଦିଦିଙ୍କୁ ଦେଇ ଦଉଛ ଆଉ ସବୁ କଷ୍ଟ ଗୀତ ମୋତେ ଦେଇ ଦେଉଛ ଯାହାକୁ ଆଉ କେହି ଗାଇ ପାରନ୍ତି ନାହିଁ’ ।

ଏହାର ଶୁଣିବା ପରେ ବର୍ମନ କହିଥିଲେ-‘ତମେ ସବୁ ପ୍ରକାରର ଗୀତ ଗାଇ ପାରୁଛ । ସେଥିପାଇଁ ମୁ ଏମିତି ଗୀତ ବନାଇ ଥାଏ । ତମେ ଯଦି ଗାଇବ ନାହିଁ ତା ହେଲେ ମୁ ଏହି କଷ୍ଟ ଗୀତ ଗୁଡିକୁ କମ୍ପୋଜ କରିବି ନାହିଁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *