ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଫାତିମା ସନା ସେଖ । ଆପଣ ମାନେ ସମସ୍ତେ ଫାତିମାଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଫାତିମା ନିଜ ଅଭିନୟ କାରିୟରର ଆରମ୍ଭ ବଲିଉଡର ସୁପର ହିଟ ଫିଲ୍ମ ‘ଦଙ୍ଗଲ’ରୁ କରିଥିଲେ । ଏହି ଫିଲ୍ମରେ ଫାତିମା ବହୁତ ଜବରଦସ୍ତ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।
ବନ୍ଧୁଗଣ ଫାତିମାଙ୍କ ଜନ୍ମ ୧୧ ଜାନୁୟାରୀ ୧୯୯୨ ମସିହାରେ ହାଇଦ୍ରାବାଦରେ ହୋଇଥିଲା । ବନ୍ଧୁଗଣ ଫାତିମାଙ୍କ ବାପା ବିପିନ ଶର୍ମା ଜଣେ ବ୍ରାହ୍ମଣ ଥିଲେ ଓ ତାଙ୍କ ମା ତବସୁନ ମୁସ୍ଲିମ ଥିଲେ । ହେଲେ ଫାତିମାଙ୍କ ଘରେ ମୁସ୍ଲିମ ଧର୍ମକୁ ମାନା ଯାଇଥାଏ ସେଥିପାଇଁ ତାଙ୍କ ନାନ ଫାତିମା ରଖାଯାଇଛି । ଫାତିମା ଜନ୍ମ ହେବା ପରେ ତାଙ୍କ ପୁରା ପରିବାର ମୁମ୍ବାଇରେ ଆସି ରହିଥିଲେ ।
ଫାତିମା ଅନେକ ଟିଭି ସିରିଏଲ ଓ ସାଉଥ ଫିଲ୍ମରେ ବି କାମ କରିଛନ୍ତି । ବନ୍ଧୁଗଣ ଫାତିମା ଅମିର ଖାନଙ୍କ ସହ ଦଙ୍ଗଲ ଫିଲ୍ମରେ କାମ କରିଥିଲେ । ଏହି ଫିଲ୍ମର ଶୁଟିଙ୍ଗ ସମୟରେ ଏହି ଦୁଇଜଣଙ୍କ ଅଫେୟାର ଖବର ସାମ୍ନାକୁ ଆସିଥିଲା । ହେଲେ ବନ୍ଧୁଗଣ ଏହି ଦୁଇଜଣ ନିଜ ରିଲେସନକୁ ନେଇ କୌଣସି ବୟାନ ଦେଇ ନାହାନ୍ତି । ଫାତିମା ପିଲା ଦିନରେ ଯୌନ ଉତ୍ପୀଡନର ସମ୍ମୁଖୀନ ହୋଇଛନ୍ତି ।
ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଫାତିମା ମାତ୍ର ୩ ବର୍ଷ ବୟସରେ ଯୌନ ଉତ୍ପୀଡନର ସମ୍ମୁଖୀନ ହୋଇଥିଲେ । ଫାତିମା ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅଛନ୍ତି ଯେଉଁ ମାନେ ବଲିଉଡରେ କାମ କରିବା ପାଇଁ କାଷ୍ଟିଙ୍ଗ କାଉଚର ସାମ୍ନା କରିଛନ୍ତି । ଏହି କଥାର ଖୁଲାସା ଫାତିମା ନିଜେ ଏକ ଇଣ୍ଟର୍ବ୍ୟୁରେ କରିଥିଲେ । ବନ୍ଧୁଗଣ ଗୋଟେ ଇଣ୍ଟର୍ବ୍ୟୁରେ ଫାତିମା କହିଥିଲେ, ଥରେ ରାସ୍ତାରେ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଝଗଡା ହୋଇଥିଲା ।
ସେହି ବ୍ୟକ୍ତି ଜଣକ ଫାତିମାଙ୍କୁ ଖରାପ ନଜରରେ ଦେଖିଥିଲା ଓ ଫାତିମାଙ୍କ ଗାଲକୁ ଛୁଇଁ ଥିଲା ଏହା ପରେ ଫାତିମା ସେହି ବ୍ୟକ୍ତିଙ୍କୁ ଚାପୁଡା ମାରିଥିଲେ । ଏହା ପରେ ସେହି ବ୍ୟକ୍ତିଟି ଫାତିମାଙ୍କୁ ଏକ ମୁଥା ମାରିଦେଲା ଓ ଫାତିମା ବେହୋସ ହୋଇ ତଳେ ପଡିଗଲେ । ଏହା ପରେ ଫାତିମା ନିଜ ବାପାଙ୍କୁ ଡକାଇ ଥିଲେ ହେଲେ ସେହି ସମୟରେ ବ୍ୟକ୍ତି ଚମ୍ପଟ ମାରିଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଫାତିମା ସେଖ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।