ଏମାନେ ହେଲେ Ollywood ହିରୋଇନ Priya Choudhury ଙ୍କ ରିଅଲ ଲାଇଫ ସ୍ଵାମୀ ! ଆଗରୁ କେବେ ବି ଦେଖି ନଥିବେ !

ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରିରେ ସବୁଦିନ ନୂଆ ନୂଆ କଳାକାର ଦେଖିବାକୁ ମିଳୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କିଛି କଳାକାର ଓଲିଉଡ ଇଣ୍ଡଷ୍ଟ୍ରିର ଫିଲ୍ମ, ଆଲବମ ଓ ସିରିଏଲରେ କାମ କରୁଛନ୍ତି ତ ଅନ୍ୟ କେତେକ କଳାକାର ବିବାହ କରିବା ପରେ ନିଜର ଅଭିନୟ କ୍ୟାରିୟରକୁ ଛାଡି ବୈବାହିକ ଜୀବନରେ ବ୍ୟସ୍ତ ହୋଇ ଯାଇଛନ୍ତି । ଅନ୍ୟ ପଟେ ଏମିତି ବି କିଛି କଳାକାର ଅଛନ୍ତି ଯେଉଁମାନଙ୍କୁ ଦର୍ଶକମାନଙ୍କ ସେହିଭଳି ଭଲ ପାଇବା ନ ମିଳିବାରୁ ସେମାନେ ଏହି ଇଣ୍ଡଷ୍ଟ୍ରିକୁ ଛାଡି ଦେଇଛନ୍ତି ।

ଆଜି ଆମେ ଆପଣଙ୍କୁ ଗୋଟିଏ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଚର୍ଚିତ ଅଭିନେତ୍ରୀ ଥିବା ପ୍ରିୟା ଚୌଧରୀଙ୍କ ବିଷୟରେ କହିବୁ । ପ୍ରିୟା ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ପ୍ରିୟା ନିଜର ଅଭିନୟ କାରଣରୁ ବହୁତ କମ ଦିନରେ ପୁରା ଓଡିଶାରେ ପ୍ରସିଦ୍ଧ ହୋଇ ଯାଇ ଥିଲେ ।

ଆଜି ଆମେ ଆପଣଙ୍କୁ ପ୍ରିୟା ଚୌଧରୀଙ୍କ ପର୍ସନାଲ ଲାଇଫ ବିଷୟରେ କହିବୁ । ଯାହାକୁ ପ୍ରିୟା ସୋସିଆଲ ମିଡିଆ ଠାରୁ ପ୍ରାୟତଃ ଦୂରେଇ ରଖିଥାନ୍ତି । ଓଲିଉଡର ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ପ୍ରିୟା ଚୌଧରୀ । କିନ୍ତୁ ବର୍ତ୍ତମାନ ସମୟରେ ପ୍ରିୟା ଚୌଧରୀ କୌଣସି ଫିଲ୍ମରେ କାମ କରୁ ନାହାନ୍ତି ।

ସେ ପ୍ରାୟତଃ ବର୍ତ୍ତମାନ କେତେକ ରିୟାଲିଟି ଶୋରେ ନଜର ଆସୁଛନ୍ତି । ଯଦି ତାଙ୍କର ପର୍ସନାଲ ଲାଇଫ ବିଷୟରେ କହିବୁ ତେବେ ସେ ନିଜର ଫିଲ୍ମି କ୍ୟାରିୟର ଠାରୁ ଅଧିକ ନିଜର ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚାରେ ରହିଥାନ୍ତି । ଯଦି ପ୍ରିୟାଙ୍କ ବିଷୟରେ କହିବା ତେବେ ପ୍ରିୟା ୨୦୧୩ରେ ଦୂର୍ଗା ପ୍ରସାଦ ମିଶ୍ରାଙ୍କୁ ବିବାହ କରିଥିଲେ । ଯିଏକି ଜଣେ ସଫ୍ଟୱେର ଡେବଲୋପର ଥିଲେ । ବାହାଘରର କିଛି ଦିନ ପରେ ପ୍ରିୟା ଚୌଧରୀଙ୍କ ଛାଡପତ୍ର ହୋଇଗଲା ।

ଦୂର୍ଗା ଓ ପ୍ରିୟା ଦୁଇ ଜଣ ଅଲଗା ହୋଇଗଲେ । କିନ୍ତୁ ପ୍ରିୟା ଚୌଧରୀଙ୍କ ଜୀବନରେ ପୁଣି ଥରେ ଖୁସି ଫେରି ଆସିଲା । ଛାଡପତ୍ର ହେବା ପରେ ପ୍ରିୟା ଚୌଧରୀ ଓଲିଉଡର ଜଣେ ଲୋକପ୍ରିୟ ଫଟୋଗ୍ରାଫର କୁଶାନ କୁମାରଙ୍କୁ ବିବାହ କରିଥିଲେ । କୁଶାନ ଦେଖିବାକୁ ଯେତିକି ହ୍ୟାଣ୍ଡସମ ସେତିକି ପ୍ରତିଭାବାନ ବି ଅଟନ୍ତି । କୁଶାନ ଓ ପ୍ରିୟାଙ୍କ ଗୋଟିଏ ଛୋଟ ପୁଅ ବି ଅଛି । ବର୍ତ୍ତମାନ ପ୍ରିୟା ନିଜର ପରିବାର ସହିତ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *