ଏକା ସହିତ 2 ଜଣ ହିରୋଇନ ଙ୍କ ସହ ସମ୍ବନ୍ଧ ବନାଉଥିଲେ Nana Patekar, ରଙ୍ଗେ ହାଥ ଧରା ପଡିବା ପରେ ହେଇଥିଲା ଏମିତି ହଙ୍ଗାମା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଦିଗଜ ଅଭିନେତା ନାନା ପାଟେକରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନାନା ପାଟେକର ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ତାଙ୍କ ଅଭିନୟ ଓ ତାଙ୍କ ଷ୍ଟାଇଲକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନେ କୌଣସି ନା କୌଣସି ଅଭିନେତ୍ରୀ ସହ ଲଭ ରିଲେସନରେ ରହିଛନ୍ତି । ବନ୍ଧୁଗଣ ନାନା ମଧ୍ୟ ଗୋଟେ ସମୟରେ ଏକ ବଲିଉଡ ଅଭିନେତ୍ରୀକୁ ଭଲ ପାଉଥିଲେ ହେଲେ ନିଜର ଏକ ଭୁଲ ପାଇଁ ସେ ନିଜ ପ୍ରେମକୁ ହରାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତା ନାନା ପାଟେକରଙ୍କ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ନାନା ପାଟେକରଙ୍କ ପ୍ରେମ କାହାଣୀ ବିଷୟରେ । ନାନା ହେଉଛନ୍ତି ବଲିଉଡର ଏକ ପ୍ରସିଦ୍ଧ ଅଭିନେତା ସେ ଗୋଟେ ସମୟରେ ବଲିଉଡ ଅଭିନେତ୍ରୀ ଆୟଶା ଝୁଲକାଙ୍କ ସହ ଲଭ ରିଲେସନରେ ଥିଲେ । ସେତେବେଳେ ଏହି ଦୁଇଜଣଙ୍କ ଲଭ ଅଫେୟାରର ଚର୍ଚା ବହୁତ ହେଉଥିଲା ହେଲେ ଗୋଟେ ଭୁଲ ପାଇଁ ନାନା ଓ ଆୟଶାଙ୍କ ରିଲେସନ ଭାଙ୍ଗି ଯାଇଥିଲା ।

ଆୟଶାଙ୍କ ପୂର୍ବରୁ ନାନା ଅଭିନେତ୍ରୀ ମନୀଷା କୋଇରାଲାଙ୍କୁ ଡେଟ କରୁଥିଲେ । ସେହି ସମୟରେ ଆୟଶା ନୂଆ ନୂଆ ବଲିଉଡରେ ଡେବ୍ୟୁ କରିଥିଲେ । ଆୟଶା ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରହୁଥିଲେ । ତାଙ୍କ ସୁନ୍ଦରତାକୁ ଦେଖି କେତେକ ବଡ ବଡ କଳାକାର ମାନେ ତାଙ୍କୁ ମନ ଦେଇ ବସିଥିଲେ । ଆୟଶା ‘ଆଞ୍ଚ’ ଫିଲ୍ମରେ ନାନା ପାଟେକରଙ୍କ ସହ କାମ କରିଥିଲେ । ଏହି ଫିଲ୍ମରେ କାମ କରିବା ସମୟରେ ନାନା ଓ ଆୟଶା ପରସ୍ପରକୁ ମନ ଦେଇ ବସିଲେ ।

ଏହାପରେ ଏହି ଦୁଇଜଣଙ୍କ ଲଭ ଅଫେୟାରର ଚର୍ଚା ହେବାକୁ ଲାଗିଲା । ହେଲେ ସେତେବେଳେ ମନୀଷା ନାନାଙ୍କୁ ଡେଟ କରୁଥିଲେ । ମନୀଷା ନିଜ ପ୍ରେମୀ ଓ ଆୟଶାଙ୍କୁ ଏକା ସହ ଧରିଥିଲେ । ଯାହାଫଳରେ ମନୀଷାଙ୍କ ମନ ଭାଙ୍ଗି ଗଲା । ମନୀଷା ନାନାଙ୍କ ଠାରୁ ନିଜ ସମ୍ପର୍କ ଭାଙ୍ଗି ଦେଲେ ଓ ଆୟଶାଙ୍କୁ ବହୁତ କଥା ଶୁଣାଇଲେ । ନାନା ଓ ମନୀଷାଙ୍କ ବ୍ରେକ ଅପ୍ ହେବା ପରେ ନାନା ନିଜ ପ୍ରେମୀ ଆୟଶାଙ୍କ ସହ ଖୋଲା ଖୋଲି ଦେଖା କରିବାକୁ ଲାଗିଲେ ଓ ନିଜ ରିଲେସନ ବିଷୟରେ ମିଡିଆରେ କହିଦେଲେ ।

ଏମିତିକି ନାନା ଓ ଆୟଶା ଲିଭିନ ରିଲେସନରେ ରହିବାକୁ ଲାଗିଲେ । ସମସ୍ତେ ଭାବିଲେ ନାନା ଓ ଆୟଶା ପରସ୍ପର ସହ ବିବାହ କରିବେ ହେଲେ ଏମିତି ହୋଇ ନଥିଲା । ନାନାଙ୍କ ସହ ଲିଭିନରେ ରହିବା ପରେ ଆୟଶା ତାଙ୍କୁ ଛାଡି ଦେଇଥିଲେ । ନାନାଙ୍କ କ୍ରୋଧ ପାଇଁ ଆୟଶା ତାଙ୍କୁ ଛାଡି ଦେଇଥିଲେ । ଥରେ ଆୟଶା ଏକ ଫିଲ୍ମର ସୁଟିଙ୍ଗ କରୁଥିବା ବେଳେ ନାନା ତାଙ୍କ ଉପରେ ହାତ ଉଠାଇ ଥିଲେ । ଯାହାଫଳରେ ଏହି ଦୁଇଜଣଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *