ବନ୍ଧୁଗଣ ବର୍ତ୍ତମାନର ସମୟରେ ବଲିଉଡ ଇଣ୍ଡଷ୍ଟ୍ରି ଐତିହାସିକ ଓ ପୌରଣିକ କାହାଣୀ ଉପରେ ଆଧାରିତ ଫିଲ୍ମ ଗୁଡିକୁ ବନେଇବା ପାଇଁ ଅଧିକ ଇଛା କରୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଐତିହାସିକ ଓ ପୌରାଣିକ ଫିଲ୍ମ ରିଲିଜ ହୋଇ ସାରିଛି ।
ଏହି ସମୟରେ ସାଉଥର ସୁପର ହିଟ ଫିଲ୍ମ ‘ବାହୁବଲି’ର ଡାଇରେକ୍ଟର ବିଜୟେନ୍ଦ୍ର ପ୍ରସାଦ ସୀତା ଫିଲ୍ମ କରିବା ପାଇଁ ଯୋଜନା କରୁଛନ୍ତି । ଏହି ଫିଲ୍ମରେ ସୀତାର ଭୂମିକା ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି ମେକର୍ଷ ମାନେ । ସୀତାଙ୍କ ଭୂମିକା ପାଇଁ କେତେକ ଅଭିନେତ୍ରୀ ମାନଙ୍କ ଉପରେ ନଜର ପକେଇଛନ୍ତି ମେକର୍ଷ । ମିଡିଆ ରିପୋର୍ଟସ ଅନୁସାରେ ମେକର୍ଷ ଏହି ଭୂମିକା ପାଇଁ ବଲିଉଡର ଦିଗଜ ଅଭିନେତ୍ରୀ କରିନା କପୁର ଖାନଙ୍କ ସହ କଥା ବାର୍ତ୍ତା ହୋଇଥିଲେ ।
ଯାହାପରେ ଲୋକମାନେ ଏହାର ବହୁତ ବିରୋଧ କରିଥିଲେ ଓ ଏହି ଭୂମିକା ପାଇଁ କଙ୍ଗନାଙ୍କୁ ସିଲେକ୍ଟ କରିବା ପାଇଁ କହିଥିଲେ । ବନ୍ଧୁଗଣ ବିଜେୟନ୍ଦ୍ର କିଛି ଦିନ ପୂର୍ବରୁ ‘ସୀତା ଦ ଇନକାର୍ନେସନ’ ନାମକ ଫିଲ୍ମର ଘୋଷଣା କରିଥିଲେ । ଏହି ଫିଲ୍ମଟି ବହୁତ ବଡ ଲେବୁଲର ଶୁଟିଙ୍ଗ ହେବ ଓ ଦେଶରେ ପାଞ୍ଚଟି ଅଲଗା ଅଲଗା ଭାଷାରେ ରିଲିଜ ହେବ ବୋଲି କୁହାଯାଉଛି ।
ଏହି ଫିଲ୍ମ ପାଇଁ ମେକର୍ଷ ମାନେ କରିନା କପୁରଙ୍କ ସହ କଥା ବାର୍ତ୍ତା କରିଥିଲେ । କରିନା ଏହି ଫିଲ୍ମରେ ଅଭିନୟ କରିବା ପାଇଁ ୧୨ କୋଟି ଟଙ୍କାର ଡିମଣ୍ଡ କରିଥିଲେ । ହେଲେ ବର୍ତ୍ତମାନ ଏହି ଫିଲ୍ମ ସହ ଜଡିତ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ ଏହି ଫିଲ୍ମର ମେକର୍ଷ ମାନେ କରିନାଙ୍କ ଜାଗାରେ କଙ୍ଗନା ରଣାବତଙ୍କୁ ଏହି ଫିଲ୍ମରେ ନେବା ପାଇଁ ଯୋଜନା କରୁଛନ୍ତି । ଏହି ଫିଲ୍ମର ରାଇଟର ପ୍ରସାଦ କଙ୍ଗନାଙ୍କୁ ଫିଲ୍ମରେ ନେବା ପାଇଁ ଚିନ୍ତା କରିଛନ୍ତି । ଏହି ଫିଲ୍ମ ସହ ଜଡିତ ସୂତ୍ର ଅନୁଯାଇ ଫିଲ୍ମ ପାଇଁ କରିନାଙ୍କ ନାମ ଯୋଡା ଯାଇଥିଲା ହେଲେ ମେକର୍ଷ ମାନେ କରିନାଙ୍କୁ ଆପ୍ରୋଚ କରି ନାହାନ୍ତି । ବିଜୟେନ୍ଦ୍ରଙ୍କ ମୁତବକ କଙ୍ଗନା ଏହି ଫିଲ୍ମ ପାଇଁ ପରଫେକ୍ଟ ରହିବେ ।
ଏହି ଫିଲ୍ମର କାଷ୍ଟିଙ୍ଗକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବଡ ନିଷ୍ପତ୍ତି ନିଆଯାଇ ନାହିଁ । ବିଜୟେନ୍ଦ୍ର ବର୍ତ୍ତମାନ ନିଜ ଫିଲ୍ମ ‘RRR’କୁ ନେଇ ବହୁତ ବ୍ୟସ୍ତରେ ରହୁଛନ୍ତି । ବନ୍ଧୁଗଣ ସୀତାଙ୍କ ଭୂମିକା ପାଇଁ କରିନାଙ୍କ ନାମ ପ୍ରଥମେ ଆସିଥିଲା ସୋସିଆଲ ମିଡିଆରେ ଏଥିପାଇଁ ବହୁତ ଆଲୋଚନା ହୋଇଥିଲା । ସୋସିଆଲ ମିଡିଆରେ ବହୁତ ଲୋକ ଏହି ଭୂମିକା ପାଇଁ କଙ୍ଗନା ରଣାବତ ଓ ୟାମି ଗୌତମଙ୍କ ନାମ ନେଇଥିଲେ । ତା ହେଲେ ବନ୍ଧୁଗଣ ଆଗାମୀ ସମୟରେ ଏହି ଫିଲ୍ମରେ କିଏ ସୀତାର ଭୂମିକା ପଦର୍ଶନ କରିବେ ତାହା ଜଣା ପଡିଯିବ ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।