ଦେଖନ୍ତୁ ନିଜ ଗାଁରେ କେମିତି ମସ୍ତି କରୁଛନ୍ତି Ollywood ହୀରୋ Babushan Mohanty, ଭାଇରାଲ ହେଉଛି ଭିଡିଓ

ସହରରେ ରହୁଥିବା ଲୋକମାନେ ଯେତେବେଳେ ନିଜ ଗାଁକୁ ଯାଆନ୍ତି ତେବେ ସେମାନଙ୍କୁ ଏକ ଭିନ୍ନ ପ୍ରକାରର ଅନୁଭବ ମିଳିଥାଏ । କାରଣ ଗାଁର ପରିବେଶ ସହରର ପରିବେଶ ଠାରୁ ବହୁତ ଭିନ୍ନ ହୋଇଥାଏ । ସେଠି ଆପଣଙ୍କୁ ଶାନ୍ତି ମିଳିଥାଏ । ଏମିତିରେ ବହୁତ ଲୋକମାନେ ଛୁଟି ଦିନ ଗୁଡିକରେ ନିଜ ନିଜ ଗାଁକୁ ବୁଲିବାକୁ ଯାଆନ୍ତି । ବାବୁସାନ ମହାନ୍ତି ବି ନିଜର ଗାଁକୁ ବୁଲିବାକୁ ଯାଇଛନ୍ତି । ଯାହାର କିଛି ଭିଡିଓ ସାମ୍ନାକୁ ଆସିଛି ।

ହିରୋ ବାବୁସାନ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । ସେ ବି ବଲୀଉଡ ଷ୍ଟାରଙ୍କ ଭଳି ସବୁଦିନ କିଛି ନା କିଛି ଭିଡିଓ ପୋସ୍ଟ କରିଥାନ୍ତି ଓ ନିଜ ଫ୍ୟାନମାନଙ୍କ ସହ ଯୋଡି ହୋଇଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ବାବୁସାନ ମହାନ୍ତିଙ୍କ ଗାଁର କିଛି ଦୃଶ୍ୟ ନେଇ ଆସିଛୁ । କିଛି ଦିନ ତଳେ ବାବୁସାନ ମହାନ୍ତି ନିଜ ଗାଁକୁ ବୁଲିବାକୁ ଯାଇଥିଲେ ଓ ସେଠି କିଛି ଭିଡିଓ କରି ପୋସ୍ଟ କରିଛନ୍ତି ।

ଆପଣ ଦେଖି ପାରିବେ କି ନିଜ ଗାଁକୁ ଯାଇ ବାବୁସାନ ମହାନ୍ତି ବହୁତ ଖୁସି ନଜର ଆସୁଛନ୍ତି । ଏମିତିରେ ସେ ଶଗଡ ଗାଡି ଉପରେ ଶୋଇଥିବାର ଭିଡିଓ ବି କରୁଛନ୍ତି । ବାବୁସାନ ମହାନ୍ତି ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପାର ଗୀତରେ ଡାନ୍ସ କରୁଥିବାର ଓ ଭିଡିଓ କରୁଥିବାର ବି ନଜର ଆସୁଛନ୍ତି ।

ଏତିକି ନୁହେଁ ତାଙ୍କ ସହିତ ଅଭିନେତ୍ରୀ ପ୍ରକୃତି ମିଶ୍ର ବି ନଜର ଆସୁଛନ୍ତି । ବାବୁସାନଙ୍କ ଆସନ୍ତା ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ପ୍ରକୃତି ମିଶ୍ର ନଜର ଆସିବେ । ଯାହାର କି ଶୁଟିଙ୍ଗ ବି ଆରମ୍ଭ ହୋଇ ଯାଇଛି । ଏହି ଫିଲ୍ମର ଶୁଟିଙ୍ଗ ସମୟର ବି କିଛି ଭିଡିଓ ବାବୁସାନ ମାହାନ୍ତି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଏହା ପ୍ରଥମ ଫିଲ୍ମ ।

ଏହି ଯୋଡିକୁ ଦର୍ଶକମାନେ କେତେ ଭଲ ପାଇବା ଦେଉଛନ୍ତି ଏହା ଫିଲ୍ମ ରିଲିଜ ହେବା ପରେ ହିଁ ଜଣା ପଡିବ । ବାବୁସାନଙ୍କ ଫିଲ୍ମ ବିଦ୍ୟାରାଣ ଶୁଟିଙ୍ଗ ସମାପ୍ତ ହୋଇ ଯାଇଛି । କିଣୁ କୋଭିଡ କାରଣରୁ ତାହା ରିଲିଜ ହୋଇ ପାରୁ ନାହିଁ । ବାବୁସାନଙ୍କ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସବୁଦିନ ନିଜର ଫଟୋ ଓ ଭିଡିଓ ଶେୟାର କରିଥାନ୍ତି । ଯାହାକୁ ଦର୍ଶକମାନେ ପସନ୍ଦ ବି କରନ୍ତି ।

Leave a Reply

Your email address will not be published. Required fields are marked *