ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସମସ୍ତ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମନୀଷା ରଥ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମନୀଷାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ମନୀଷାଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ମନୀଷାଙ୍କ ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସାକ୍ଷାତ୍କାର ଭିଡିଓରେ ମନୀଷା କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।
ମନୀଷାଙ୍କ ମତରେ-‘ଦୂରଦର୍ଶନରେ ଆଗରୁ ଚାଲିଥିଲା ‘ପ୍ରୀତିପୁର ଝିଅର ନାଁ ରାଧା’ । ସେତେବେଳେ ଯାତ୍ରାକୁ ଗୋଟେ ଏମିତି ନଜରରେ ଦେଖାଯାଏ ସେଇଟା ମୁଁ ବି ହୁଏନା କାହିଁକି ଯାତ୍ରା ସମସ୍ତେ ଦେଖିବାକୁ ଯାନ୍ତି ଟିକେଟ କିଣି ବି ଯାନ୍ତି ଟିକେଟ ବ୍ଲାକରେ ନେଇ ମଧ୍ୟ ଯାଇଥାନ୍ତି କିନ୍ତୁ ଯାତ୍ରା ପ୍ରତି ସମସ୍ତଙ୍କର ଭଲ ପାଇବା ଭିନ୍ନ ଥିଲା ।
ଆଗକୁ ସେ କହିଛନ୍ତି-‘ମୁଁ ଚାରିଟି ବହି କରିଛି ସେଦିନ ଜଜଗା ଦାସ ଗାଁକୁ ଫେରିନି, ଗାଁ ନା ପ୍ରୀତିପୁର ଝିଅ ନା ରାଧା, ଡାହାଣୀ, ଉଜାଣି ବୋହୁଛି ଯମୁନା ନହି । ଏହି ଚାରୋଟି ମଧ୍ୟରୁ ଗାଁ ନା ପ୍ରୀତିପୁର ଝିଅ ନାଁ ରାଧା ସୁପର ହିଟ ହେଇଗଲା । ତେଣୁ ମୋତେ ସମସ୍ତେ ଭାବିଲେ ମୁଁ ଯାତ୍ରା କଳାକାର । ମୁଁ ଯାତ୍ରା ଅଭିନେତ୍ରୀ ତ ନୁହେଁ ହେଲେ ଯେଉଁ ମାନେ ମୋର ସିରିଏଲ ଦେଖିଲେ ସେମାନେ ମୋତେ କହିଲେ ତମେ ପ୍ରଥମେ ଯାତ୍ରା କରୁଥିଲ ନା ଯାହା ହେଉ ଏବେ ତୁମେ ଟିକେ ଉପରକୁ ଉଠିଲଣି ।

ଆଗକୁ ସେ କହିଛନ୍ତି-‘ମୁଁ କୁହେ ମୁଁ ପ୍ରଥମରୁ ହିଁ ସିରିଏଲ କରୁଥିଲି ଆପଣ ମାନେ ଭୁଲ ଭାବି ଛନ୍ତି ସେଇଟା ଯାତ୍ରା ମାନେ ଆପଣ ମାନେ ଭାବିଦେଲେ ମୁଁ ଯାତ୍ରା ପାର୍ଟିରେ ଥିଲି । ଆଉ ଯଦି ବି ମୁଁ ଯାତ୍ରା ପାର୍ଟିରେ ଥାନ୍ତି ତା ହେଲେ ମୁଁ କେବେ ସିରିଏଲକୁ ଆସି ନଥାନ୍ତି କାରଣ ଯାତ୍ରାର ପଇସା ସିରିଏଲରେ ନାହିଁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ମନୀଷା ରଥ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

