Danny Denzongpa ଙ୍କ ସମେତ Bollywood ର ଫେମସ ଭିଲେନ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ସୁନ୍ଦରୀ ସ୍ତ୍ରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଫିଲ୍ମ ରେ ଯେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନାୟକ ମାନଙ୍କ ରହିଛି ସେତେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଖଳ ନାୟକ ଙ୍କ ମଧ୍ୟ ରହିଛି ।

କାରଣ ଖଳ ନାୟକ ଙ୍କ ବିନା ଫିଲ୍ମ ର କାହାଣୀ ଅଧୁରା ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ ଖଳନାୟକ ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଆଶୁତୋଷ ରାଣା- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ର ପ୍ରସିଦ୍ଧ ଖଳନାୟକ ଆଶୁତୋଷ ରାଣା । ଯିଏ ସଂଘର୍ଷ, ବାଦଲ ଓ ଦୁଷ୍ମନ୍ ଭଳି ଫିଲ୍ମ ରେ ଖଳ ନାୟକ ଭୂମିକା ରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ସାମ୍ନା ରେ ଅନ୍ୟ ଙ୍କ ଅଭିନୟ ଫିକା ପଡ଼ି ଯାଇଥିଲା । ଯଦି ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ କହିବୁ ତେବେ ସେ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ରେଣୁକା ସାହାଣେ ।

ରେଣୁକା ଙ୍କୁ ହମ ଆପକେ ହେ କନ୍ ଫିଲ୍ମ ରେ ଦେଖିବାକୁ ମିଳିଥିଲା । ଏହି ଯୋଡ଼ି ୨୦୦୧ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ ଏବଂ ଏହି ଯୋଡ଼ି ଙ୍କ ଦୁଇଟି ପୁଅ ମଧ୍ୟ ଅଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ରେଣୁକା ଆଶୁତୋଷ ଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ।

୨. ପ୍ରକାଶ ରାଜ- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପ୍ରକାଶ ରାଜ । ବଲିଉଡ ରୁ ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜ ଅଭିନୟ ର ଯାଦୁ ବିସ୍ତାର କରିଥିବା ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ନାମ ହେଉଛି ପୁନି ବର୍ମା । ଏହି ଯୋଡ଼ି ୨୦୧୦ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ । ପୁନି ବର୍ମା ପ୍ରଫେସନ ରୁ ଜଣେ କୋରୟୋଗ୍ରାଫର୍ ଅଟନ୍ତି । ଯିଏ ବଲିଉଡ ର ଅନେକ ଫିଲ୍ମ ଗୀତ ରେ କୋରୟୋଗ୍ରାଫି କରିଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ପୁନି ବର୍ମା ପ୍ରକାଶ ରାଜ ଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି ।

୩. ଶକ୍ତି କପୁର- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଖଳନାୟକ ଶକ୍ତି କପୁର । ଖଳ ନାୟକ ଙ୍କ କଥା ଉଠିଲେ ଶକ୍ତି କପୁର ଙ୍କ ନାଁ ଆସିବା ସାଧାରଣ କଥା । ଏହି ଆଇକୋନିକ ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ହେଉଛନ୍ତି ସିବାଙ୍ଗି କୋଲ୍ହାପୁରେ । ଏହି ଯୋଡ଼ି ପରସ୍ପର କୁ ଲଭ ମ୍ୟାରେଜ କରିଥିଲେ । ପରେ ଦୁଇ ସନ୍ତାନ ଙ୍କ ମାତାପିତା ହୋଇଥିଲେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସିବାଙ୍ଗି କୋଲ୍ହାପୁରେ ମଧ୍ୟ ପ୍ରଫେସନ ରୁ ଜଣେ ଅଭିନେତ୍ରୀ ଅଟନ୍ତି ।

୪. ଡେନି ଡେଂଜୋଗପା- ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଆଇକୋନିକ ଷ୍ଟାର ଡେନି ଡେଂଯୋଗପା । ଏହି ଅଭିନେତା ଖଳ ନାୟକ ଭୂମିକା ରେ ନଜର ଆସୁଥିବା ସତ୍ତ୍ୱେ ଦର୍ଶକ ମାନଙ୍କ ପ୍ରିୟ ଅଟନ୍ତି । ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ନାମ ହେଉଛି, ଗାବା ଡେଂଜୋଗପା ।

ଏହି ଯୋଡ଼ି ୧୯୯୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଯୋଡ଼ି ଦୁଇ ସନ୍ତାନ ଙ୍କ ମାତାପିତା ମଧ୍ୟ ଅଟନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଡେନି ଙ୍କ ପତ୍ନୀ ଗାବା ରାଜକୀୟ ଘର ର ଅଟନ୍ତି । କିନ୍ତୁ ବିବାହ ପରେ ସେ ନିଜ ଗୃହସ୍ତୀ କୁ ସମ୍ଭାଳୁଛନ୍ତି ଏବଂ ନିଜ ଲାଇଫ ରେ ଖୁସି ରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *