ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ ହାତର ରୁଟି ସଂତୁଳା ଖାଇକି ଘରେ ଶୋଇବି । ତେବେ ଏପରି କିଛି ପ୍ରତିକ୍ରିୟା ଓଡିଆ ସୁପରଷ୍ଟାର ବାବୁସାନଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଦମନ ଟିମ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ତେବେ ଓଡିଆ ଫିଲ୍ମ ଦମନର ବହୁ ସଫଳତା ମିଳିବା ପରେ ଦମନ ଫିଲ୍ମଟି ହିନ୍ଦୀରେ ଡବିଙ୍ଗ କରାଯାଇ ହିନ୍ଦୀ ମୁଭି ଦମନ କରାଯାଇଛି । ତେବେ ସେଥିପାଇଁ ଓଡିଶା ବାହାରକୁ ବାବୁସାନ ସମେତ ପୁରା ଦମନ ଟିମ ଯାଇଥିଲେ ।

ତେବେ ସେଠାରେ ଦମନ ଫିଲ୍ମକୁ ନେଇ ନେସନାଲ ଫିଲ୍ମର ମାନ୍ୟତା ଦିଆଯାଇଛି । ତେବେ ସେଠାରୁ ଆସି ଭୁବନେଶ୍ବରର ବିମାନ ବନ୍ଦରରେ ବାବୁସନ ଆସି ପହଞ୍ଚିଲା ପରେ ମିଡିଆ ମାନଙ୍କ ଲମ୍ବା ଧାଡି ଲାଗିଯାଇଥିଲା । ତେବେ ସେଠାରେ ଦମନର ଟିମ ସହ ବାବୁସାନ ଆସି ପହଞ୍ଚିଲା ପରେ ତାଙ୍କର ସ୍ଵାଗତ କରିବା ପାଇଁ ଅନେକ ଲୋକ ମଧ୍ୟ ଫୁଲତୋଡା ନେଇ ଠିଆ ହୋଇଥିଲେ ।
ଏହା ସହିତ ହିନ୍ଦୀ ଦମନ ମୁଭିକୁ ଅନେକ ପ୍ରକାର ଲୋକପ୍ରିୟତା ମିଳୁ ବୋଲି ସେଠାରେ ଉପସ୍ଥିତ ସମସ୍ତ ଲୋକ ବାବୁସାନଙ୍କୁ ଶୁଭେଛା ଓ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ତେବେ ଗଣ ମାଧ୍ୟମ ଆଗରେ ମଧ୍ୟ ଦମନ ଫିଲ୍ମକୁ ନେଇ ବାବୁସାନ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ତେବେ ୫୦୦ ଟି ହଲ୍ ରେ ଦମନ ଫିଲ୍ମଟି ରିଲିଜ କରାଯିବାର ବ୍ୟବସ୍ଥା ରହିଛି । ଏହା ସହିତ ବାବୁସାନ ବହୁ ଗୁଡିଏ ନେସନାଲ ମିଡିଆର ସେଠାରେ ଯାଇ ସାମ୍ନା କରି ନିଜ ଦମନ ମୁଭି ପାଇଁ ବାଇଟ ଦେଇଥିବା କଥା ମଧ୍ୟ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।
ତେବେ ବାବୁସାନଙ୍କ କହିବା ଆଧାରରେ ମୋ ପାଇଁ ନୁହେଁ ମୋ ଓଡିଶା ପାଇଁ କିଛି କରିପାରିଲି ବୋଲି ବହୁତ ହିଁ ଖୁସି ଲାଗୁଛି । ତେବେ ଓଡିଆ ଫିଲ୍ମ ଦମନକୁ ଏତେ ବର୍ଷ ପରେ କେବଳ ନେସନାଲ ନୁହେଁ ବଂର ଇଣ୍ଟରନେସନଲ ମାର୍କେଟରେ ମାନ୍ୟତା ମିଳିଛି ଏହା ଓଡିଶା ପାଇଁ ବହୁତ ବଡ ଏକ ଗର୍ବ ଓ ଗୌରବ ଆଣିପାରିଛି ବୋଲି ବହୁତ ଖୁସି ଲାଗୁଛି ।

ତେବେ ଏବେ ବାସ୍ ଘରକୁ ଯାଇ ମୋ ମା’ ଙ୍କ ହାତରୁ ରୁଟି, ସଂତୁଳା ଖାଇକି ଭଲରେ ଟିକେ ଶୋଇବି ବୋଲି ଅଭିନେତା ବାବୁସାନ କହିଛନ୍ତି । ତେବେ ଓଡିଆ ଭଳି ହିନ୍ଦୀ ଦମନ ଫିଲ୍ମକୁ ମଧ୍ୟ ସେହିପରି ଲୋକପ୍ରିୟତା ମିଳୁ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

