ଛୋଟ ଡ୍ରେସ ପିନ୍ଧିବାକୁ ଘୃଣା କରନ୍ତି TV ର ଏହି 5 ହିରୋଇନ, ଦିଅନ୍ତି ନାହିଁ କୌଣସି କିସିଙ୍ଗ ସୀନ, ନମ୍ବର 1 ତ ଶାଢୀରେ ବି ଲାଗନ୍ତି ହଟ

ବଲିଉଡ ପରି ଟିଭି ଜଗତରେ ମଧ୍ୟ ଖୁବ ସୁନ୍ଦର ଅଭିନେତ୍ରୀମାନେ ଅଛନ୍ତି । ସେମାନେ ବିଭିନ୍ନ ଧାରାବାହିକ ଗୁଡିକରେ କାର୍ଯ୍ୟ କରି ଆଜି ଘରେ ଘରେ ପରିଚିତ ଲୋକପ୍ରିୟ ହୋଇ ପାରିଛନ୍ତି । ଆଜି ଏହି ଅଭିନେତ୍ରୀ ମାନଙ୍କର ଫ୍ୟାନ ଫୋଲୋଇଙ୍ଗ କେଉଁ ବଲିଉଡ ଅଭିନେତ୍ରୀ ଠାରୁ ମଧ୍ୟ କମ ନୁହେଁ ।

ଏହି ଅଭିନେତ୍ରୀ ମାନେ ସାବ୍ୟସ୍ତ କରି ଦେଇଛନ୍ତି ଯେ ଗ୍ଲାମରସ ଦେଖାଯିବା ପାଇଁ ଛୋଟ ଡ୍ରେସ ପିନ୍ଧିବାର ଆବଶ୍ୟକତା ନାହିଁ । ଜଣେ ମହିଳା ସାଲୱାର ସୁଟ ଓ ଶାଢୀରେ ମଧ୍ୟ ସୁନ୍ଦର ଦେଖା ଯାଇ ପାରିବ । ଏମିତି ତ ଅଭିନେତ୍ରୀମାନେ ଛୋଟ ଡ୍ରେସ ପିନ୍ଧିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ମାତ୍ର ଆଜି ଆମେ ଆପଣଙ୍କୁ ଟିଭିର ଏହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ଛୋଟ ଡ୍ରେସ ପିନ୍ଧିବା ବିଲକୁଲ ମଧ୍ୟ ପସନ୍ଦ ନୁହେଁ ।

ଦିବ୍ୟାଙ୍କା ତ୍ରିପାଠୀ

ଦିବ୍ୟାଙ୍କା ଷ୍ଟାରପ୍ଲସରେ ଧାରାବାହିକ “ୟେ ହେ ମୋହବତେ” ରେ ଈଶିତା ଭଲ୍ଲା ଭୂମିକାରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଆଜି ସେ ଜଣେ ଫେମସ ବଲିଉଡ ଅଭିନେତ୍ରୀଙ୍କ ଠାରୁ ମଧ୍ୟ କିଛି କମ ନୁହନ୍ତି । ସେ ଧାରାବାହିକ “ବନ ତୁ ମେରି ଦୁଲହନ” ରୁ ନିଜ କ୍ଯାରିଅର ଆରମ୍ଭ କରିଥିଲେ । ଗ୍ଲାମର ଇଣ୍ଡଷ୍ଟ୍ରିରେ ଏତେ ବର୍ଷ ବିତାଇବା ପରେ ମଧ୍ୟ ଦିବ୍ୟାଙ୍କା ଛୋଟ ଡ୍ରେସକୁ କେବେ ହାତ ଲଗାଇ ନାହାନ୍ତି ।

ପରିଧି ଶର୍ମା

ଜି ଟିଭିର ପ୍ରସିଦ୍ଧ ଧାରାବାହିକ “ଯୋଦ୍ଧା ଆକବର” ରେ ପରିଧି ଶର୍ମା ଯୋଦ୍ଧାଙ୍କ ଚରିତ୍ରକୁ ଖୁବ ଭଲ ଭାବେ ପରଦାରେ ପ୍ରତିପାଦିତ କରିଥିଲେ । ୨୦୧୬ ମସିହାରେ ମା ହେବା ପରେ ଯୋଦ୍ଧା ଅଭିନୟ ଛାଡି ଦେଇଥିଲେ । କିଛି ଦିନ ତଳେ ସୋନିର ଧାରାବାହିକ “ପଟିଆଲା ବେବସ” ରେ ତାଙ୍କୁ ଦେଖିବାକୁ ମିଳିଥିଲା । ପରିଧି ମଧ୍ୟ କେବେ ଛୋଟ ଡ୍ରେସ ପିନ୍ଧି ନାହାନ୍ତି କି ଅଙ୍ଗ ପ୍ରଦର୍ଶନ କରି ନାହାନ୍ତି ।

କୃତିକା ସେଙ୍ଗର

କୃତିକା ଧାରାବାହିକ ପୁନର୍ବିବାହ, ଝାଁସୀ କି ରାନୀ, କସମ ତେରେ ପ୍ୟାର କି , ସର୍ଭିସ ବାଲି ବହୂ ପରି ଅନେକ ଧାରାବାହିକରେ କାର୍ଯ୍ୟ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କୃତିକା ମଧ୍ୟ ସବୁବେଳେ ଛୋଟ ଡ୍ରେସ ପିନ୍ଧିବାକୁ ଓ ଅନ୍ତରଙ୍ଗ ମୂହୁର୍ତ୍ତ ଦୃଶ୍ୟ ଦେବାକୁ ମନା କରନ୍ତି ।

ଅଲିଶା ପବାର

ଟିଭିର ଆଉ ଏକ ଲୋକ ପ୍ରିୟା ଅଭିନେତ୍ରୀ ଅଲିଶା ପବାର ମଧ୍ୟ ଇସ୍କ ମେ ମରଜାୱା, ଜମାଇ ରାଜା ଓ ଥପକି ପ୍ୟାର କି ଭଳି ଧାରାବାହିକରେ କାମ କରିଛନ୍ତି । ୨୩ ବର୍ଷୀୟ ଅଲିଶା କେବେ ମଧ୍ୟ ସଫଳ ହେବା ପାଇଁ ବୋଲ୍ଡନେସର ସାହାରା ନେଇ ନାହାନ୍ତି । ସେ ମଧ୍ୟ ଛୋଟ ଡ୍ରେସ ପିନ୍ଧିବାକୁ ସବୁବେଳେ ମନା କରନ୍ତି ।

ଦୀପିକା କକ୍କର

ଧାରାବାହିକ “ସସୁରାଲ ସିମର କା” ରୁ ସିମର ଚରିତ୍ରରେ ଅଭିନୟ କରି ଫେମସ ହୋଇଥିବା ଦୀପିକା କକ୍କର ଜଣେ ବିଗ ବସ ବିଜେତା ମଧ୍ୟ ଅଟନ୍ତି । ସେ ଟିଭି ଅଭିନେତା ସୋଏବ ଇବ୍ରାହିମଙ୍କୁ ବିବାହ କରିଛନ୍ତି । ଦୀପିକା ଏବେ ଟିଭିର ଫେମସ ଅଭିନେତ୍ରୀ ହୋଇ ସାରିଥିବା ବେଳେ ଅଙ୍ଗ ପ୍ରଦର୍ଶନକୁ କଡା ଭାବେ ବିରୋଧ କରନ୍ତି । ଏମିତି କିଛି ଅଫର ଆସିଲେ ସେ ମନା କରି ଦିଅନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *