ଦେଖନ୍ତୁ Video: ଓଡିଆ ଆକ୍ଟ୍ରେସ Chhandita Padhi ହଠାତ Live ଆସି ନିଜ ବିବାହକୁ ନେଇ କହିଲେ କିଛି ଏମିତି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଙ୍କୁ ତରଙ୍ଗ ଟିଭି ରେ ପ୍ରସାରିତ ‘ତାରା ତାରିଣୀ’ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା ।

ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ଏହି ଅଭିନେତ୍ରୀ ନିଜର ଅଭିନୟ ପ୍ରଦର୍ଶନ ଜରିଆରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ସେ ନିଜର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ତାରା ତାରିଣୀ ଧାରାବାହିକ ରେ ଅଭିନୟ କରିବା ପୂର୍ବରୁ ଏହି ଅଭିନେତ୍ରୀ ଅନେକ ଧାରାବାହିକ ରେ ଅଭିନୟ କରି ଆସିଛନ୍ତି ।

‘ତୋ ଅଗଣା ର ତୁଳସୀ ମୁଁ’ ଧାରାବାହିକ ରେ ମଧ୍ୟ ଏହି ଅଭିନେତ୍ରୀ ଖଳନାୟିକା ଚରିତ୍ର ରେ ଅଭିନୟ କରିଥିଲେ । ତେବେ ଗତ କିଛି ଦିନ ହେବ ଏହି ଅଭିନେତ୍ରୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଲାଇଭ ଆସିଥିଲେ ଏବଂ ତାଙ୍କୁ ଫ୍ୟାନ୍ସ ମାନେ ଅନେକ ପ୍ରଶ୍ନ ପଚାରି ଥିଲେ । ତେବେ ସେଥି ମଧ୍ୟରୁ ଜଣେ ଫ୍ୟାନ ଙ୍କ ପ୍ରଶ୍ନ ଥିଲା ଯେ ଛନ୍ଦିତା କେବେ ବିବାହ କରିବେ । ତେବେ ଏହି ପ୍ରଶ୍ନ ର ଉତ୍ତର ରେ ଛନ୍ଦିତା କଣ କହିଥିଲେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଅଭିନେତ୍ରୀ ଛନ୍ଦିତା ପାଢ଼ୀ ପ୍ରାୟତଃ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସକ୍ରିୟ ରୁହନ୍ତି । ସେ କିଛି ଦିନ ହେବ ଲାଇଭ ଆସିଥିଲେ । ତେବେ ତାଙ୍କର ଜଣେ ଫ୍ୟାନ ପ୍ରଶ୍ନ କରିଥିଲେ ଯେ ସେ କେବେ ବିବାହ କରିବେ । ତେବେ ଏହାର ଉତ୍ତର ରେ ଛନ୍ଦିତା କହିଥିଲେ ଯେ,ବର୍ତ୍ତମାନ ସେ ନିଜର କ୍ୟାରିଅର ରେ ଧ୍ୟାନ ଦେଉଛନ୍ତି ଏବଂ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଦର୍ଶକ ମାନଙ୍କ ମନୋରଞ୍ଜନ କରାଇବା ।

ଦର୍ଶକ ମାନଙ୍କ ଭଲ ପାଇବା ହିଁ ତାଙ୍କ ପାଇଁ ସବୁ କିଛି । ସେ ଏକୁଟିଆ ଅଛନ୍ତି ଏବଂ ବହୁତ ଖୁସି ରେ ଅଛନ୍ତି । ସେ କହିଛନ୍ତି ଯେ, ଯେବେବି ସେ ବିବାହ କରିବେ ତେବେ ଦର୍ଶକ ମାନେ ଆପେଆପେ ତାହା ଜାଣିଯିବେ ।

ତାଙ୍କୁ ଉପଯୁକ୍ତ ସମୟ ଓ ଜୀବନସାଥୀ ମିଳିଲେ ସେ ଖୁବ ଶୀଘ୍ର ବିବାହ କରିବେ ବୋଲି କହିଛନ୍ତି । ତେବେ ଅଭିନେତ୍ରୀ ଛନ୍ଦିତା ପାଢ଼ୀ ବର୍ତ୍ତମାନ ନିଜର ଆଗାମୀ ଧାରାବାହିକ ପାଇଁ ବ୍ୟସ୍ତତା ରେ ଅଛନ୍ତି । ଯାହା ସିଦ୍ଧର ଟିଭି ରେ ପ୍ରସାରିତ ହେବ । ଧାରାବାହିକ ର ନାମ ରହିଛି ‘ମଙ୍ଗୁଳା କନ୍ୟା’ । ସେ କହିଛନ୍ତି ଯେ ଏହି ଧାରାବାହିକ ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି ଏବଂ ତାଙ୍କ ଆଶା ଯେ ଦର୍ଶକ ମାନଙ୍କୁ ଏହି ଧାରାବାହିକ ଟି ବହୁତ ପସନ୍ଦ ଆସିବ । ଅନ୍ୟ ପକ୍ଷ ରେ ଛନ୍ଦିତା ଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ଆଗାମୀ ଧାରାବାହିକ ର ଅପେକ୍ଷା ରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *