ନମସ୍କାର ବନ୍ଧୁଗଣ ବଲିଉଡ ରେ ପ୍ରେମ ଏବଂ ବିଛେଦ ବହୁତ ଶୀଘ୍ର ହୋଇ ଯାଇଥାଏ ଏହି ବିଷୟରେ ତ ସମସ୍ତେ ଜାଣିଛନ୍ତି କିନ୍ତୁ କିଛି ପ୍ରେମ କାହାଣୀ ଯାହା ପୂର୍ଣ୍ଣ ହୋଇ ଯାଇଥାଏ । କିନ୍ତୁ ପ୍ରେମ ରେ ସମସ୍ତ ଙ୍କୁ ସଫଳ ମିଳି ନଥାଏ ।
କୁହାଯାଏ ପ୍ରେମ ତ୍ୟାଗ ର ନାମ ବୋଲି ଏହି ଭଳି କିଛି ହୋଇଥିଲା ବଲିଉଡ ଅଭିନେତ୍ରୀ କରିସ୍ମା କପୂର । ୯୦ ଦଶକ ରେ କରିସ୍ମା ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ଥିଲେ ସେ ବହୁତ ସଫଳ ସିନେମା ବଲିଉଡ କୁ ପ୍ରଦାନ କରିଛନ୍ତି ଏବଂ ଅନେକ ବଡ଼ ବଡ଼ ଅଭିନେତା ସାହରୁଖ,ସଲମାନ, ଅକ୍ଷୟ କୁମାର ଆଦି ଅନେକ ଅଭିନେତା ଙ୍କ ସହିତ ସେ କାମ କରିଛନ୍ତି ।
କିନ୍ତୁ ବର୍ତ୍ତମାନ ସେ ଅଧିକ ସିନେମା ରେ ନଜର ଆସୁ ନାହାନ୍ତି ଏବଂ ତାଙ୍କ କ୍ରେଜ ମଧ୍ୟ ଧୀରେ ଧୀରେ କମିବାକୁ ଲାଗିଲାଣି । କିନ୍ତୁ କରିସ୍ମା ଜଣେ ଅଭିନେତା ଙ୍କ ପ୍ରେମ ରେ ପାଗଳ ଥିଲେ ଏବଂ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ କିଛି କାରଣ ଯୋଗୁଁ ଏହା ହୋଇ ପାରି ନଥିଲା ।
ନବେ ଦଶକରେ କରିସ୍ମା ସବୁଠାରୁ ମହଙ୍ଗା ଅଭିନେତ୍ରୀ ଭାବେ ପରିଚିତ ଥିଲେ । ନିଜ ଅଭିନୟ ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଥିଲା । ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଛି । ୨୦୦୦ ମସିହା ରେ କରିସ୍ମା କପୂର ଙ୍କ ଜୀବନରେ ଅଭିଷେକ ବଚନ ଆସିଥିଲେ । ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ସେମାନଙ୍କ ର ନିର୍ବନ୍ଧ ମଧ୍ୟ ହୋଇ ଯାଇଥିଲା ।
କିନ୍ତୁ ଏହି ସମ୍ପର୍କ ଜୟା ଵଚନ ଙ୍କୁ ପସନ୍ଦ ଆସିଲା ନାହିଁ ଏବଂ ଦୁଇ ଜଣଙ୍କ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା । ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଗଲେ । କରିସ୍ମା ଏହା ପରେ ବ୍ୟବସାୟୀ ସଂଜୟ କପୂର ଙ୍କ ସହ ବିବାହ କରିଥିଲେ । ୨୦୦୩ ରେ ସେ ବିବାହ କରିଥିଲେ ଏବଂ ସେମାନଙ୍କ ର ଦୁଇଟି ସନ୍ତାନ ମଧ୍ୟ ଅଛି କିନ୍ତୁ ୨୦୧୦ ରେ ସେମାନେ ଦୁଇ ଜଣ ଅଲଗା ହୋଇ ଯାଇଥିଲେ ।
ବର୍ତ୍ତମାନ କରିସ୍ମା ଏକୁଟିଆ ନିଜ ସନ୍ତାନ ମାନଙ୍କ ଲାଳନ ପାଳନ କରୁଛନ୍ତି । କରିସ୍ମା ରାଜା ହିନ୍ଦୁସ୍ତାନୀ, ଅନାଡୀ, ଦିଲ ତୋ ପାଗଲ ହେ, ବିବି ନମ୍ବର୧ ଆଦି ଅନେକ ସଫଳ ସିନେମା ରେ ଅଭିନୟ କରିଛନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ