ଆଜି କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରୁଥିବା Bollywood Singer ମାନଙ୍କ ଷ୍ଟ୍ରଗଲ ଷ୍ଟୋରି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡରେ ଏପରି କିଛି ସିଙ୍ଗର ଅଛନ୍ତି ଯେଉଁମାନେ ଗୋଟେ ପରେ ଗୋଟେ ସୁପର ହିଟ ଗୀତ ଗାଇ ବଲିଉଡରେ ସଫଳତା ପାଇଛନ୍ତି ଓ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ସିଙ୍ଗର ମାନଙ୍କ ଶିଙ୍ଗିଙ୍ଗ କାରିୟର ବିଷୟରେ ଜାଣିଛନ୍ତି । ଏହି ସିଙ୍ଗର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ସିଙ୍ଗର ମାନଙ୍କୁ କହିବାକୁ ଯାଉଛୁ ଯେଉଁମାନେ ବହୁତ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସିଙ୍ଗର ମାନଙ୍କ ବିଷୟରେ ।

ନେହା କକ୍କଡ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ସିଙ୍ଗର ନେହା କକ୍କଡ । ଆପଣ ମାନେ ସମସ୍ତେ ନେହାଙ୍କ ସୁପର ହିଟ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ନେହା ନିଜ ଜୀବନରେ ବହୁତ କଷ୍ଟ କରିଛନ୍ତି । ନେହା ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ କହିଥିଲେ, ତାଙ୍କ ମାତା ପିତା ତାଙ୍କୁ ଜନ୍ମ ଦେବା ପାଇଁ ଚାହୁଁ ନଥିଲେ, କାରଣ ନେହାଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଥିଲା । ନେହାଙ୍କ ପିତା ସ୍କୁଲ ଓ କଲେଜ ସାମ୍ନାରେ ସିଙ୍ଗାଡା ବେପାର କରୁଥିଲେ ।

ସେହି ସମୟରେ ନେହା ନିଷ୍ପତ୍ତି ନେଇଥିଲେ ତାଙ୍କୁ ନିଜ ଜୀବନରେ ସଫଳତା ପାଇବାର ଅଛି । କେବଳ ୪ ବର୍ଷ ବୟସରେ ନେହା ମାତାର ଜଗରାତାରେ ଗୀତ ଗାଉଥିଲେ । ୨୦୦୬ରେ ନେହା ‘ଇଣ୍ଡିଆନ ଆଇଡଲ’ରେ ଗୀତ ଗାଇଥିଲେ । ହେଲେ ସେହି ପ୍ରତିଯୋଗୀତାରେ ସେ ହାରିଯାଇଥିଲେ । ଏହାପରେ ନେହାଙ୍କୁ କେତେକ ଫିଲ୍ମରେ ଗୀତ ଗାଇବାର ମଉକା ମିଳିଥିଲା । ନିଜ କଷ୍ଟ ଓ ଟ୍ୟାଲେନ୍ଟ ବଳରେ ନେହା ଆଜି ବଲିଉଡର ଜଣେ ସଫଳ ସିଙ୍ଗର ରୂପେ ପରିଚିତ ଅଛନ୍ତି ।


ଅରିଜିତ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ସିଙ୍ଗର ଅରିଜିତ ସିଂହ । ୨୦୦୫ ମସିହାରେ ଅରିଜିତ କେବଳ ୧୮ ବର୍ଷ ବୟସରେ ମୁମ୍ବାଇ ଆସି ‘ଫେମ ଗୁରୁକୁଲ’ ସୋରେ ଯୋଗ ଦେଇଥିଲେ । ଅରିଜିତ ସେହି ସୋରେ ହାରି ଯାଇ ହେଲେ ସେହି ସୋରେ ଥିବା ଜଜ୍ ଶଙ୍କର ମାହାଦେବନ ଅରିଜିତଙ୍କୁ ଏକ ଆଲବମ ଗୀତରେ ଗାଇବା ପାଇଁ ମଉକା ଦେଇଥିଲେ ଏହାପରେ ଅରିଜିତି ‘୧୦ କେ ୧୦ ଲେଗେଇ ଦିଲ ମେ’ରେ ଯୋଗ ଦେଇ ସେହି ସୋକୁ ଜିତି ଯାଇଥିଲେ । ଏହି ସୋ ପରେ ଅରିଜିତିଙ୍କୁ ବହୁତ ଫିଲ୍ମରେ ଗୀତ ଗାଇବାର ମଉକା ମିଳିଥିଲା ଯାହାଫଳରେ ସେ ବର୍ତ୍ତମାନ ଭାରତର ୧ ନମ୍ବର ସିଙ୍ଗର ଅଛନ୍ତି ।


ଜୁବିନ ନୌଟିଆଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଜୁବିନ ନୌଟିଆଲ । ଆପଣ ମାନେ ସମସ୍ତେ ନିଶ୍ଚୟ ଜୁବିନ ନୌଟିଆଲଙ୍କ ଗୀତ ଶୁଣିଥିବେ । ୪ ବର୍ଷ ବୟସରୁ ଜୁବିନ ଗୀତ ଗାଇବା ଆରମ୍ଭ କରିଥିଲେ । ହେଲେ ୨୦୧୨ରେ ଆସିଥିବା ସୋ ‘ଏକ୍ସ ଫ୍ୟାକ୍ଟର ମ୍ୟୁଜିକ ସୋ’ରେ ଭାଗ ନେଇଥିଲେ । ଏହି ସୋରେ ସେ ଟପ୍ ୨୫ରେ ନିଜ ଜାଗା ବନେଇ ପାରିନଥିଲେ । ହେଲେ ୨୦୧୪ ମସିହାରେ ସେ ନିଜର ପ୍ରଥମ ଗୀତ ‘ଏକ ମୁଲାକାତ’ ଗୀତ ଗାଇ ବହୁତ ଚର୍ଚାରେ ଆସିଯାଇଥିଲେ । ଏହାପରେ ସେ ଗୋଟେ ପରେ ଗୋଟେ ସୁପର ହିଟ ଗୀତ ଗାଇ ସଫଳତା ହାସଲ କରିଥିଲେ । ବର୍ତ୍ତମାନ ଜୁବିନ ଜଣେ ପ୍ରସିଦ୍ଧ ସିଙ୍ଗର ରୂପେ ପରିଚିତ ଅଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *