ଆପଣ ମାନେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ହେଲେ ବନ୍ଧୁଗଣ ଗୋଟେ ସମୟରେ କିଛି କଳାକାର ମାନଙ୍କର ଦେ-ହା-ନ୍ତ ଖବର ସାମ୍ନାକୁ ଆସିଯାଇଥିଲା ହେଲେ ଅସଲରେ ସେହି କଳାକାର ମାନେ ମରିନଥିଲେ । ଯାହା ଫଳରେ ସେହି କଳାକାର ମାନଙ୍କୁ ମିଡିଆ ସାମ୍ନାକୁ ଆସିବାକୁ ପଡିଥିଲା । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ମିନାକ୍ଷୀ ସିଶାଦ୍ରି- ବନ୍ଧୁଗଣ ଆମ ଲୁଷ୍ଟର ପ୍ରଥମରେ ଅଛନ୍ତି ମିନାସ୍କି ସିଶାଦ୍ରି । ୮୦ ଓ ୯୦ ଦଶକରେ ମିନାକ୍ଷୀ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଥିଲେ । ସେହି ସମୟରେ ଥରେ ମିନାକ୍ଷୀଙ୍କର ଦେ-ହା-ନ୍ତର ଖବର ଆସିଯାଇଥିଲା ଯାହା ବିଷୟରେ ଜାଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ନିରାଶ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବନ୍ଦୋବସ୍ତ କରିଥିଲେ । ସେହି ସମୟରେ ମିନାକ୍ଷୀଙ୍କୁ ସାମ୍ନାକୁ ଆସି ସମସ୍ତଙ୍କୁ ନିଜ ଉପସ୍ଥିତି ବିଷୟରେ କହିବାକୁ ପଡିଥିଲା ।

ଅଧ୍ୟୟନ ସୁମନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅଧ୍ୟୟନ ସୁମନ । ଅଧ୍ୟୟନ ହେଉଛନ୍ତି ବଲିଉଡ ଅଭିନେତା ଶେଖର ସୁମନଙ୍କ ପୁଅ । କିଛି ମାସ ପୂର୍ବରୁ ଅଧ୍ୟୟନଙ୍କ ଦେ-ହା-ନ୍ତର ଖବର ମିଡିଆରେ ଆସିଥିଲା । ଏହି ଖବର ଜାଣିବା ପରେ ଶେଖର ବହୁତ ଚିନ୍ତାରେ ଆସିଯାଇଥିଲେ ହେଲେ ଯେତେବେଳେ ସେ ସତ କଣ ଜାଣିଲେ ସେତେବେଳେ ସେ ସେହି ଭିଡିଓ ଉପରେ ବହୁତ ନେଗେଟିଭ ପ୍ରକ୍ରିୟା ଦେଇଥିଲେ ।
ମୁମ୍ତାଜ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ମୁମ୍ତାଜ । ମୁମ୍ତାଜ ନିଜ ପରିବାର ସହ ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି । ହେଲେ ୨୦୨୦ରେ ଲଗାତାର ଦୁଇ ଥର ଖବର ଆସିଥିଲା ଯେ, ତାଙ୍କର ଦେ-ହା-ନ୍ତ ହୋଇଯାଇଛି । ଏହି ଖବର ବିଷୟରେ ଜାଣି ସେ ବହୁତ ରାଗି ଯାଇଥିଲେ ଓ ମିଡିଆରେ ସେ ବଞ୍ଚି ଛନ୍ତି ବୋଲି କହିଥିଲେ ।

ଅମିତାବ ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅମିତାବ ବଚ୍ଚନ । ଅମିତାବ ବଚ୍ଚନଙ୍କ ଦେ-ହା-ନ୍ତର ଖବର ବହୁତ ଥର ମିଡିଆରେ ଆସି ସାରିଛି । ଗତବର୍ଷ ମଧ୍ୟ କାରୋନା ମହାମାରୀରେ ଅମିତାବ ବହୁତ ଗମ୍ଭୀର ପରିସ୍ଥିତିରେ ଅଛନ୍ତି ବୋଲି ଖବର ଆସିଥିଲା ।

ଶକ୍ତି କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ କଳାକାର ଶକ୍ତି କପୁର । ଶକ୍ତି ଏକ ଇଣ୍ଟର୍ବ୍ୟୁ ଦ୍ଵାରା କହିଥିଲେ ଯେ, ଥରେ ତାଙ୍କ ଦେ-ହା-ନ୍ତର ଖବର ତାଙ୍କ ସମ୍ପର୍କୀୟ ଓ ତାଙ୍କ ପରିବାର ଲୋକଙ୍କ ପାଖକୁ ଆସିଥିଲା । ସେହି ସମୟରେ ସେ ସମସ୍ତଙ୍କ ସହ କଥା ହୋଇ ଏହାର ସୂଚନା ଦେଇଥିଲେ ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

