Salman Khan ଙ୍କ ଫିଲ୍ମ ‘Hum Sath Sath Hai’ ର ଚାଇଲ୍ଡ ଆକ୍ଟ୍ରେସ ଙ୍କ ଠାରୁ ନେଇ Bollywood ର ଏହି ବାଲ୍ୟ କଳାକାର ମାନେ ଆଜି ହେଇ ଯାଇଛନ୍ତି ବହୁତ ବଡ, ଯାହାଙ୍କୁ ଏବେ ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ନୂତନ ଵିଷୟ । ଆଜି ଆମେ ଆପଣ ମାନଙ୍କୁ କହିବୁ ବଲିଉଡ ଇଣ୍ଡଷ୍ଟ୍ରୀ ସମ୍ୱନ୍ଧୀୟ କିଛି ଖବର ସମ୍ପର୍କରେ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, କୌଣସି ବି ଫିଲ୍ମ ରେ ନାୟକ ନାୟିକା ଏବଂ ଖଳନାୟକ ର ଚରିତ୍ର ଯେତେ ଗୁରୁତ୍ୱପୂର୍ଣ୍ଣ ସେହିପରି ଫିଲ୍ମ ରେ ଅଭିନୟ କରୁଥିବା ବାଲ୍ୟ କଳାକାର ଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।କାରଣ ସେମାନେ ଫିଲ୍ମ କୁ ଅଧିକ ମନୋହର ତଥା ଆଗ୍ରହଜନକ ବନାଇ ଦିଅନ୍ତି ।

ସେଥିପାଇଁ ତ ଆଜିକାଲି ବଡ଼ ପରଦା ରେ ଏହି ବାଲ୍ୟ କଳାକାର ମାନଙ୍କୁ ଦେଖିବାକୁ ମିଳୁଛି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଫିଲ୍ମ କୁ ଅଧିକ ରୋମାଞ୍ଚକ ବନାଉଥିବା ଏହି ବାଲ୍ୟ କଳାକାର ବର୍ତ୍ତମାନ ସମୟ ସହ ନିଜକୁ ମଧ୍ୟ ବଦଳାଇ ସାରିଛନ୍ତି ଏବଂ ବର୍ତ୍ତମାନ ଏହି ବାଲ୍ୟ କଳାକାର ବଡ଼ ହୋଇସାରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ଙ୍କ ବିଷୟରେ।

୧. ବନ୍ଧୁଗଣ ଆପଣ ମାନେ ତ ଫିଲ୍ମ ‘କଭି ଖୁସି କଭି ଗମ’ ରେ କରିନା କପୁର ଙ୍କ ବାଲ୍ୟ କାଳ ର ଅଭିନୟ କରିଥିବା କଳାକାର ‘ମାଲବିକା ରାଜ’ ଙ୍କୁ ତ ଜାଣିଥିବେ। ଏହି ବାଲ୍ୟ ଅଭିନେତ୍ରୀ ଜଣକ ନିଜର ଚୁଲବୁଲି ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନକୁ କିଣିନେଇଥିଲେ । ଏହା ମଧ୍ୟ ଶୁଣିବାକୁ ମିଳେ ଯେ ଏହି କଳାକାର ଜଣକ ସେହି ଫିଲ୍ମ ରେ କରିନା କପୁର ଙ୍କ ଭଳି ହିଁ ଦେଖାଯାଉଥିଲେ ।

ଏହି ବାଲ୍ୟ ଅଭିନେତ୍ରୀ ଜଣକ ସେହି ଫିଲ୍ମ ପରେ ଅଭିନୟ ଜଗତ କୁ ବିଦାୟ ଦେଇଥିଲେ ଏବଂ ନିଜ ପାଠ ପଢ଼ା ରେ ଧ୍ୟାନ ଦେଇଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ବଡ଼ ହୋଇଯାଇଛନ୍ତି ଏବଂ ୨୩ ବର୍ଷର ଅଟନ୍ତି । ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯାଉଛନ୍ତି । ଶୁଣିବାକୁ ମିଳୁଛି ଯେ, ନିଜର ପାଠପଢ଼ା ସାରି ପୁଣିଥରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିବେ ଏହି ଅଭିନେତ୍ରୀ ଏବଂ ନିଜ କ୍ୟାରିଆର  ଆରମ୍ଭ କରିବେ।

୨.ଫିଲ୍ମ ‘ଚାଚି ୪୨୦’ ରେ ଅଭିନେତା କମଲ ହାସନ ଏବଂ ଅଭିନେତ୍ରୀ ତବୁ ଙ୍କ ଝିଅ ର ଚରିତ୍ର ରେ ଅଭିନୟ କରିଥିବା ବାଲ୍ୟ କଳାକାର ‘ଫାତିମା ସନା ଶେଖ’ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଥିଲେ । ବର୍ତ୍ତମାନ ଫାତିମା ବଡ଼ ହୋଇସାରିଛନ୍ତି ଏବଂ ଖୁସି ର କଥା ଏହା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବାର ଦେଖାଯାଉଛନ୍ତି।

ଫିଲ୍ମ ‘ଦଙ୍ଗଲ’ ଏବଂ ‘ଥଗସ ଅଫ ହିନ୍ଦୁସ୍ତାନ’ରେ ଏହି ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଛି।ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସମୟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ସୋସିଆଲ ମିଡ଼ିଆ ରେ ପ୍ରାୟ ସମୟ ଆକ୍ଟିଭ ରହୁଛନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ନିଜର ଆଗାମୀ ଫିଲ୍ମ ‘ଭୂତ ପୋଲିସ’ ଫିଲ୍ମ କୁ ନେଇ ବ୍ୟସ୍ତତା ରେ ରହୁଛନ୍ତି।

୩.ବନ୍ଧୁଗଣ ଆପଣ ମାନେ ଫିଲ୍ମ ‘କୁଛ କୁଛ ହୋତା ହେ’ ରେ ତାରା ଗଣୁଥିବା ବାଲ୍ୟ ଅଭିନେତା ‘ଫରଯାନ ଦସ୍ତୁର’ ଙ୍କୁ ତ ଜାଣିଥିବେ। ଏହି ଅଭିନେତା ଜଣକ ବର୍ତ୍ତମାନ ୨୯ ବର୍ଷର ହୋଇସାରିଛନ୍ତି ଏବଂ ବହୁତ ହ୍ୟାଣ୍ଡସମ ଦେଖାଯାଉଛନ୍ତି । ବର୍ତ୍ତମାନ ମଧ୍ୟ ଏହି ଅଭିନେତା ଜଣକ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଛନ୍ତି ଏବଂ ଆସିଷ୍ଟାଣ୍ଟ ଡାଇରେକଟର ଭାବେ ଫିଲ୍ମ ‘ସ୍ତୁଡେଣ୍ଟ ଅଫ ଦ ଇଅର’ ରେ କାମ କରିଛନ୍ତି ।

୪.ଫିଲ୍ମ ‘କଭି ଖୁସି କଭି ଗମ’ ରେ ଅଭିନେତା ସାହରୁଖ ଖାନ ଏବଂ ଅଭିନେତ୍ରୀ କାଜୋଲ ଙ୍କ ପୁଅର ଚରିତ୍ର ଭାବରେ ଅଭିନୟ କରିଥିବା ବାଲ୍ୟ କଳାକାର ‘ଜୀବ୍ରାନ ଖାନ’ ଙ୍କୁ ତ ଆପଣ ମାନେ ଜାଣିଥିବେ। ବର୍ତ୍ତମାନ ସମୟରେ ଜୀବ୍ରାନ ୨୬ ବର୍ଷର ହୋଇ ସାରିଛନ୍ତି । ଛୋଟ ବେଳେ ସୁନ୍ଦର ଦେଖାଯାଉଥିବା ଏହି ଅଭିନେତା ଜଣକ ବର୍ତ୍ତମାନ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଶୁଣିବାକୁ ମିଳୁଛି ଯେ ପୁଣିଥରେ ଏହି ଅଭିନେତା ଜଣକ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କ୍ୟାରିଆର ଆରମ୍ଭ କରିବାକୁ ଯାଉଛନ୍ତି ।

୫.ଫିଲ୍ମ ‘ହମ ସାଥ ସାଥ ହେ’ ରେ ବାଲ୍ୟ କଳାକାର ଭାବେ ‘ରାଧିକା’ ନାମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ‘ଜୋୟା ଆଫରୋଜ’ ବର୍ତ୍ତମାନ ବଡ଼ ହୋଇ ସାରିଛନ୍ତି । ଛୋଟ ବେଳେ ସେ ଫିଲ୍ମ ‘କୁଛ ନା କହୋ’ ରେ ମଧ୍ୟ ଅଭିନୟ କରିଥିଲେ ଏବଂ ପରେ ଅଭିନୟ ଜଗତରୁ ବିଦାୟ ନେଇଥିଲେ ।

କିନ୍ତୁ ୨୦୧୪ ମସିହାରେ ତାଙ୍କୁ ଫିଲ୍ମ ‘ଦ ଏକ୍ସପୋଜ’ରେ ଦେଖୁବାକୁ ମିଳିଥିଲା ଏବଂ ଫିଲ୍ମ ‘ସ୍ୱିଟି ବେଡ୍ସ ଏନ.ଆର.ଆଇ’ ରେ ମଧ୍ୟ ତାଙ୍କୁ ଅଭିନୟ କରିବାର ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚାରେ ଆସୁଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଚାଇଲ୍ଡ ଏକ୍ଟ୍ରେସ ମାନଙ୍କ ମଧ୍ୟରୁ ସବୁଠୁ ଅଧିକ କିଏ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *