ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ହେବା ପରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ଗତ କାଲି ସନ୍ଧ୍ୟା ସମୟରେ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ । ମିହିରଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତେବେ ଗତ କିଛି ସମୟ ପୂର୍ବରୁ କଟକ ସତୀଚଉରାରେ ତାଙ୍କର ଶେଷକୃତ୍ୟ ପୂରଣ ହୋଇଛି ।

ତେବେ ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କ ମନରେ ଦୁଃଖ ଭରିଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ମିହିରଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ମିହିର ଦାସଙ୍କ ଶେଷ ଜନ୍ମଦିନ ପାଳନ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଏହି ଭିଡିଓରେ ମିହିର ତାଙ୍କ ବୋହୂ ସହ ବସି କେକ୍ କାଟୁଥିବାର ନଜର ଆସୁଛନ୍ତି । ମିହିର ବୋହୂ ଓ ଦୁଇ ପୁଅଙ୍କୁ ବହୁତ ଅଧିକ ଭଲ ପାନ୍ତି । ଜନ୍ମ ଦିନର କେକ୍ କାଟିବା ପରେ ମିହିର କ୍ୟାମେରା ସାମ୍ନାରେ କିଛି କଥା କହିଥିଲେ । ମିହିରଙ୍କ ମତରେ-‘ବହୁତ ଦିନ ପରେ ପ୍ରକୃତ ଜନ୍ମ ଦିନଟି ଆଜି ମିଡିଆ ଜଣାଇଲା ନହଲେ ଆଜି ପର୍ଯ୍ୟନ୍ତ ସବୁବେଳେ ବିଭିନ୍ନ ତାରିଖରେ ମୋର ଜନ୍ମ ଦିନ ହେଇ ଆସୁଥିଲା ଯାହାକୁ ସଂପୂର୍ଣ୍ଣ ଭୁଲ ଥିଲା’ ।
ଆଗକୁ ମିହିର କହିଛନ୍ତି-‘ଫେବୃୟାରି ୧୧ଟା ହିଁ ସତ ତେଣୁ ଆପଣ ବୁଝି ବିଚାରୀ ଆସିଛ ଧନ୍ୟବାଦ । ଏସବୁ ମନ ଦିଆନିଆ କଥା ଏ କେକ୍ କୁ ନେଇ କାଟିକୁଟି ଟିକେ ଟିକେ ଖାଇ ଭିତରୁ ଖୁସି ହେବା ଟା ହିଁ ଠିକ ଜନ୍ମ ଦିନ ପାଳନ ଭଳି ମତେ ଲାଗେ । ମୋ ବୋହୂ ଆଜି ମତେ ପନିରର ଗୋଟେ ବଢିଆ ଆଇଟମ ଖାଇବାକୁ ଦେଇଥିଲା । ମୁ ଭେଜିଟେରିଆନ ତେଣୁ ମୋ ମନ ମୁତାବକ ଗୋଟେ ବଢିଆ ଡିଶଟେ ହେଇଥିଲା’ ।

ଆଗକୁ ମିହିର କହିଛନ୍ତି-‘ମୁ ଭିତରେ ବହୁତ ଖୁସି ଅଛି ଆଉ ମୋ ବୋହୂ ପାଇଁ ଆଶୀର୍ବାଦ ଆଉ ଆମେ ବହୁତ ଆଶା କରୁଛୁ ତା ଠାରୁ ସେ ବି ଚେଷ୍ଟାରେ ଅଛି’ । ତା ହେଲେ ବନ୍ଧୁଗଣ ଏହି ଭଳି ଭାବରେ ମିହିର ନିଜ ବୋହୂ ବିଷୟରେ ଓ ନିଜ ଜନ୍ମ ଦିନ ବିଷୟରେ କହିଛନ୍ତି ।

