କମେଡି କୁଇନ Bharti Singh କହିଲେ ନିଜର ଦୁଃଖ, କ୍ଯାରିୟର ଆରମ୍ଭରେ ଅଶ୍ଳୀଳ ଭାବରେ ଛୁଉଁଥିଲେ ଲୋକ, ସେ ମୋ ଅଣ୍ଟାରେ ନିଜର…

କମେଡିଆନ ଭାରତୀ ସିଂ ଆଜି ଘରେ ଘରେ ପରିଚିତ । ମାତ୍ର ସେ ଏବେ ଯେଉଁ ସଫଳତା ହାସଲ କରିଛନ୍ତି ତା ପଛରେ ବହୁତ ବଡ ସଂଘର୍ଷ ମଧ୍ୟ ଲୁଚି ରହିଛି । ବର୍ତ୍ତମାନ ଭାରତୀଙ୍କ ପ୍ରଫେସନାଲ ଜୀବନ ଯେତେ ଭଲ ଚାଲିଛି, ଗୋଟେ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ଖରାପ ଚାଲିଥିଲା ।

ଭାରତୀ ମାତ୍ର ଦୁଇ ବର୍ଷ ବାସର ହୋଇଥିବା ବେଳେ ତାଙ୍କ ମୁଣ୍ଡରୁ ପିତାଙ୍କ ହାତ ଉଠି ଯାଇଥିଲା । ଏପରି ସ୍ଥିତିରେ ତାଙ୍କୁ ଓ ତାଙ୍କ ଭାଇ ଭଉଣୀ ମାନଙ୍କୁ ତାଙ୍କ ମାଙ୍କୁ ଏକାକୀ ବଡ କରିବାକୁ ପଡିଥିଲା । ସେତେବେଳେ ତାଙ୍କ ଘରର ଆର୍ଥିକ ସ୍ଥିତି ବିଲକୁଲ ମଧ୍ୟ ଭଲ ନ ଥିଲା । ଏପରି ଚାଲୁଥିବା ସମୟରେ ଭାରତୀ କାମେଡି କରିବା ଆରମ୍ଭ କରି ଦେଇଥିଲେ । କିନ୍ତୁ କାମ ମିଳିବ ପରେ ମଧ୍ୟ ତାଙ୍କ ସଂଘର୍ଷ କମ ହୋଇ ନ ଥିଲା ।

କ୍ଯାରିଅର ଆରମ୍ଭରେ ତାଙ୍କୁ ଲୋକେ ଅଲଗା ଢଙ୍ଗରେ ଛୁଉଁଥିଲେ । ମାତ୍ର ସେତେବେଳେ ସେମାନଙ୍କୁ ବିରୋଧ କରିବାକୁ ବୁଦ୍ଧି ଓ ସାହସ ଦୁଇଟା ହିଁ ନ ଥିଲା । ସେଥିପାଇଁ ସେହି ଡରରେ ସେ ନିଜ ମାଙ୍କୁ ସେଟକୁ ନେଇ ଯାଉଥିଲେ । ନିକଟରେ ଭାରତୀ ମନୀଷ ପାଲଙ୍କ ପଡକାଷ୍ଟ ଶୋକୁ ଯାଇଥିଲେ ଓ ସେଠାରେ ସେ ମନୀଷଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ କଥା ସେୟାର କରିଥିଲେ । ଭାରତୀ କହିଥିଲେ ସେହି ସମୟରେ ସେ ଜଣେ ଯୁବା ଟ୍ୟାଲେନ୍ଟ ଭାବେ ସଂଘର୍ଷ କରୁଥିଲେ ।

ସେ ନିଜ ଶୋ କୁ ତାଙ୍କ ମା ଙ୍କୁ ନେଇ ଯାଉଥିଲେ । ଲୋକମାନେ ତାଙ୍କ ମା ଙ୍କୁ କହୁଥିଲେ କି ସେମାନେ ତାଙ୍କ ଝିଅର ଧ୍ୟାନ ରଖିବେ ତାଙ୍କୁ ଚିନ୍ତା କରିବା ଦରକାର ନାହିଁ । ସେତେବେଳେ ଭାରତୀଙ୍କୁ ମଡର୍ଣ୍ଣ ଦୁନିଆ ବିଷୟରେ ବେଶୀ କିଛି ଜଣା ନ ଥିଲା ଓ ଯେତେବଳେ କେହି ତାଙ୍କ ଅଣ୍ଟାରେ ହାତ ଲଗାଉଥିଲା, ତାଙ୍କୁ ସେତିକି ମଧ୍ୟ ଜଣା ନ ଥିଲା ଅସଙ୍ଗତ ଭାବେ ଛୁଇଁବା କାହାକୁ କୁହାଯାଏ । ସେ କହିଥିଲେ ପଇସା ଦେଉଥିବା କୋଡିନେଟର ମଧ୍ୟ ତାଙ୍କ ଅଣ୍ଟାରେ ହାତ ରଗଡୁ ଥିଲେ ।

ସେତେବେଳେ ସେ ଏତିକି ଜାଣି ପାରୁ ଥିଲେ ଯେ ଏହା ଗୋଟିଏ ଭଲ ସ୍ପର୍ଶ ନୁହେଁ । କିନ୍ତୁ ସେ ତାଙ୍କ ଅଙ୍କଲ ସମାନ ଥିଲେ । ତେଣୁ ସେ ଭାବୁଥିଲେ ସେ ଏପରି କରିବେ ନାହିଁ, ମୁଁ ହିଁ ଭୁଲ ଭାବୁଛି । ସେତେବେଳେ ତାଙ୍କୁ ଜଣା ନ ଥିଲା ଏହି ସବୁ ବିଷୟ ବହୁତ ଖରାପ ଅଟେ । ଭାରତୀ ଆହୁରି ମଧ୍ୟ କହିଥିଲେ କି ସବୁ ଝିଅ ମାନଙ୍କୁ ଭଗବାନ ଏହି ସବୁକୁ ବୁଝିବା ପାଇଁ ଶକ୍ତି ଦେଇଛନ୍ତି । ମାତ୍ର ସେ ମୂର୍ଖ ଥିଲେ କି ଏ ସବୁ ବୁଝି ପାରୁ ନ ଥିଲେ ।

କିନ୍ତୁ ଏବେ ତାଙ୍କ ମଧ୍ୟରେ ଯଥେଷ୍ଟ ସାହସ ଓ ଶକ୍ତି ଅଛି କି ସେ ଏହି ସବୁ ବିରୁଦ୍ଧରେ ସ୍ଵର ଉଠାଇ ପାରିବେ । ସେ ଆହୁରି ମଧ୍ୟ କହିଥିଲେ ତାଙ୍କ ପିତାଙ୍କ ଶୀଘ୍ର ନିଧନ ହୋଇଯିବା କାରଣରୁ ସେ ପିତାଙ୍କ ପ୍ରେମ କଣ ମଧ୍ୟ ଜାଣି ନାହାନ୍ତି । ତାଙ୍କ ଭାଇ ମଧ୍ୟ ସବୁବେଳେ ବ୍ୟସ୍ତ ରହୁଥିଲେ । ତେଣୁ ତାଙ୍କ ବିବାହ ପରେ ଯେତେବେଳେ ତାଙ୍କୁ ହର୍ଷଙ୍କ ପ୍ରେମ ମିଳିଲା ସେ ବୁଝି ପାରିଲେ କି ଯେତେବେଳେ ଜଣେ ପୁରୁଷଙ୍କ ପ୍ରେମ ମିଳିଥାଏ କିପରି ଅନୁଭବ ହୁଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *