ଭାଇ ଭଉଣୀର ଅଭିନୟ କରୁ କରୁ ପରସ୍ପରକୁ କରି ବସିଲେ ପ୍ରେମ, ଜଣେ ତ କରିନେଲେ ବିବାହ

ବନ୍ଧୁଗଣ ହିନ୍ଦୁଧର୍ମରେ ଭାଇ ଓ ଭଉଣୀର ସମ୍ପର୍କ ହେଉଛି ସବୁଠାରୁ ପବିତ୍ର ସମ୍ପର୍କ । ବନ୍ଧୁଗଣ ହିନ୍ଦୀ ଟେଲିଭିଜନ ଦୁନିଆରେ ବହୁତ ଅବିନେତା ଓ ଅଭିନେତ୍ରୀ ଭାଇ ଭଉଣୀର ଭୂମିକା କରିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଟେଲିଭିଜନ ଦୁନିଆର ଏମିତି କିଛି ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ଭାଇ ଭଉଣୀର ଭୂମିକା କରିବା ଦ୍ଵାରା ପରସ୍ପରକୁ ପ୍ରେମ କରିଥିଲେ । କେତେକ ଷ୍ଟାର ଏହା ଦ୍ଵାରା ବିବାହ ମଧ୍ୟ କରିଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଷ୍ଟାର ମାନଙ୍କ ବିଷୟରେ ।

ରୋହନ ମେହେତା ଓ କାଞ୍ଚି ସିଂହ


ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ଏହି ଦୁଇଜଣ ଷ୍ଟାର ଭାଇ ଓ ଭଉଣୀର ଭୂମିକା କରିଥିଲେ । ଏହି ଶୋ କରିବା ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରିଥିଲେ । ହେଲେ ଯେତେବେଳେ ଏହି କଥା ମେକର୍ସ ମାନଙ୍କୁ ଜଣା ପଡିଲା ସେତେବେଳେ ମେକର୍ସ ମାନେ ସଫା ସଫା କହିଦେଲେ ଯେ ସେମାନଙ୍କ ରିଲେସନର ପ୍ରଭାବ ଶୋ ଉପରେ ପଡିବ । ଏହା ଦ୍ଵାରା କାଞ୍ଚିଙ୍କୁ ଶୋ ଛାଡିବାକୁ ପଡିଥିଲା ।

ଅଦିତି ଭାଟିୟା ଓ ଅଭିଷେକ ବର୍ମା

‘ୟେ ହୈ ମୋହବତେଂ’ ଧାରାବାହିକରେ ଅଭିନୟ କରିଥିବା ଅଦିତି ଭାଟିୟା ନିଜ ରିଲ ଲାଇଫ ଭାଇ ସହ ରିଲେସନସିପରେ ଥିଲେ । ଏହି ଦୁଇଜଣ ଲୁଚି ଲୁଚି ପରସ୍ପରକୁ ଡେଟ କରୁଥିଲେ, ଏହି ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଇଥିଲା, ଯେତେବେଳେ କି ଏହି ଦୁଇ ଜଣ କେବେ ବି ନିଜ ସମ୍ପର୍କ ଉପରେ ମୋହର ଲଗେଇ ନାହାଁନ୍ତି ।

ରିଙ୍କୁ ଓ କିରଣ


ସୁପର ହିଟ ଧାରାବାହିକ ‘କାହାଣୀ ଘର ଘର କି’ରେ ରିଙ୍କୁ ଓ କିରଣ ଭାଇ ଭଉଣୀର ଭୂମିକା କରିଥିଲେ । ହେଲେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ, ଯାହା ଫଳରେ ୨୦୦୧ରେ ଦୁଇଜଣ ବିବାହ କରିଥିଲେ ।

ଅମନ ବର୍ମା ଓ ବନ୍ଦନା ଲାଲବାନି


ଧାରାବାହିକ ‘ଶପଥ’ର ସେଟରେ ଏହି ଦୁଇଜଣଙ୍କ ଦେଖା ହୋଇଥିଲା । ଅମନ ଓ ବନ୍ଦନା ଏହି ଶୋ ରେ ଭାଇ ଭଉଣୀର ଭୂମିକା କରିଥିଲେ । ହେଲେ ରିୟଲ ଲାଇଫରେ ଏମାନେ ପରସ୍ପରକୁ ପ୍ରେମ କରି ବସିଥିଲେ । ଏହା ପରେ ଏହି ଦୁଇ ଜଣ ୨ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ ଓ ପରେ ଏହି ଦୁଇଜଣ ବିବାହ କରିଥିଲେ ।

ଶୋଏବ ଇବ୍ରାହିମ ଓ ଦୀପିକା କକ୍କଡ


ଶୋଏବ ଓ ଦୀପିକା ଧାରାବାହିକ ‘କୋଇ ଲୌଟ କେ ଆୟା ହେ’ ରେ ଭାଇ ଭଉଣୀର ଭୂମିକା କରିଥିଲେ । ହେଲେ ଏମାନେ ଦୁଇଜଣ ‘ଶଶୁରାଲ ସୀମର କା’ ଧାରାବାହିକ କରୁଥିବା ସମୟରେ ପରସ୍ପରକୁ ପ୍ରେମ କରିଥିଲେ । ୨୦୧୮ରେ ଏମାନେ ପାପସ୍ପରକୁ ବିବାହ କରିଥିଲେ ।

ଲେଖାଟି ସଂପୂର୍ଣ୍ଣ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ ଓ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *