ସାଧାରଣତଃ କୁହାଯାଏ ଯେଉଁମାନଙ୍କର ଭଲ ପାଠ ହୁଏ ନାହିଁ ସେମାନେ ଅଭିନେତା ବା ଅଭିନେତ୍ରୀ ହୋଇଯାଆନ୍ତି । ମାତ୍ର ଏହି କଥାକୁ ଭୁଲ୍ ସାବ୍ୟସ୍ତ କରି ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖେ ବଡ଼ ବଡ଼ ଡିଗ୍ରୀ ଥିବା ସହ ନିଜ ପଢ଼ିବା ସମୟରେ ଶ୍ରେଣୀରେ ପ୍ରଥମ ମଧ୍ୟ ହେଉଥିଲେ ।
ତେବେ ଚାଲନ୍ତୁ କିଛି ଏପରି କଳାକାରଙ୍କ ବିଷୟରେ ଜାଣିବା ଯେଉଁମାନେ ଅଭିନୟ ସହ ପାଠରେ ମଧ୍ୟ ଏକ ନମ୍ବର ଥିଲେ । ନିଆ ଶର୍ମା- ଜମାଇ ରାଜା ଓ ଏକ ହଜାରୋ ମେଁ ମେରି ବେହନା ହେ ଧାରାବାହିକରେ କାମ କରିଥିବା ଅଭିନେତ୍ରୀ ନିଆ ଶର୍ମା ମାସ୍ କମ୍ୟୁନିକେସନ ପଢ଼ିଛନ୍ତି । ସେ ପ୍ରାୟତଃ ନିଜ ବୋଲ୍ଡ ବିକିନି ଫଟୋକୁ ନେଇ ଚର୍ଚ୍ଚାରେ ରୁହନ୍ତି ।
ତେଜସ୍ଵୀ ପ୍ରକାଶ
ଖତରୋ କେ ଖିଲାଡ଼ି ଓ ସିଲସିଲା ବଦଲତେ ରିସ୍ତୋ କା ରେ ଦେଖା ଯାଇଥିବା ଅଭିନେତ୍ରୀ ତେଜସ୍ଵୀ ପ୍ରକାଶ ଇଲେକ୍ଟ୍ରୋନକ୍ସ ଓ ଟେଲି କମ୍ୟୁନିକେସନ ରେ ଇଞ୍ଜିନିୟରିଂ କରିଛନ୍ତି । ତେଜସ୍ଵୀ ପ୍ରକାଶ ନିଜ ଧାରାବାହିକ ପେହରେଦାର୍ ପ୍ରିୟା କି ପାଇଁ ବହୁତ ଚର୍ଚ୍ଚାରେ ଥିଲେ ।
ଦିବ୍ୟାଙ୍କା ତ୍ରିପାଠୀ
ଧାରାବାହିକ ୟେ ହେ ମୋହବତେ ରେ କୋଟି କୋଟି ଲୋକଙ୍କ ହୃଦୟରେ ଜାଗା ବନାଇ ଥିବା ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ନେହେରୁ ଇନଷ୍ଟିଚ୍ୟୁରେ ମାଉଣ୍ଟେନରିୟନିଙ୍ଗ (ପର୍ବତାରୋହଣ) ର କୋର୍ସ କରିଛନ୍ତି । ଏହା ସହ ସେ ରାଇଫଲ୍ ସୁ-ଟିଂ ରେ ମଧ୍ୟ ଅନେକ ମେଡାଲ ହାସଲ କରିଛନ୍ତି । ସେ ଅଭିନୟରେ ଆସିବା ପୂର୍ବରୁ ଆର୍ମିରେ ଯୋଗ ଦେବା ପାଇଁ ଚାହୁଁଥିଲେ ।
ଦୀପିକା ସିଂ
ଧାରାବାହିକ ଦିୟା ଓର୍ ବାତି ହମ୍ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଦୀପିକା ସିଂ ପଞ୍ଜାବ ଟେକ୍ନିକାଲ ୟୁନଭରସିଟିରୁ ଏମବିଏ କରିଛନ୍ତି ।
ରିଧିମା ପଣ୍ଡିତ
ଅଭିନେତ୍ରୀ ରିଧିମା ପଣ୍ଡିତ ଧାରାବାହିକ ବୋହୂ ହମାରା ରଜନୀକାନ୍ତ ରେ ଖୁବ୍ ଚର୍ଚ୍ଚାରେ ଥିଲେ । ରିଧିମା ପଣ୍ଡିତ ଇଭେଣ୍ଟ ମ୍ୟାନେଜମେଣ୍ଟରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ।
ରୂପାଲି ଗାଙ୍ଗୁଲି
ଟିଭି ଦୁନିଆରେ ଧମାଲ କରୁଥିବା ଧାରାବାହିକ ଅନୁପମା ଏବେ ପ୍ରତ୍ୟେକଙ୍କ ମୁଖରେ ଶୁଣିବାକୁ ମିଳୁଛି । ଶୋ ରେ ଜଣେ ଅଶିକ୍ଷିତ ଘରୋଇ ପତ୍ନୀ ଭୂମିକାରେ ଅଭିନୟ କରୁଥିଲେ ମଧ୍ୟ ଅନୁପମା ଅସଲ ଜୀବନରେ ଜଣେ ଉଚ୍ଚ ଶିକ୍ଷିତା ଅଟନ୍ତି । ରୂପାଲି ଗାଙ୍ଗୁଲି ହୋଟେଲ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର କରିଛନ୍ତି ।
ଦେବୋଲିନା ଭଟ୍ଟାଚାର୍ଯ୍ୟ
ସାଥ୍ ନିଭାନା ସାଥିୟା ର ଗୋପୀ ବୋହୂ ଦେବୋଲିନା ଭଟ୍ଟାଚାର୍ଯ୍ୟ ଜୁଏଲାରୀ ଡ଼ିଜାଇନିଂ ର କୋର୍ସ କରିଛନ୍ତି । ଏହି ଧାରାବାହିକ ରୁ ଦେବୋଲିନା ଭଟ୍ଟାଚାର୍ଯ୍ୟ ଅନେକ ଲୋକପ୍ରିୟତା ହାସଲ କରିଥିଲେ । ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ବିଗ୍ ବସ୍ ସିଜନ୍-୧୩ ରେ ମଧ୍ୟ ଦେଖିବାକୁ ମିଳିଥିଲା । ଆଜିକାଲି ଦେବୋଲିନା ନିଜ ଫଟୋ ସୁ-ଟ୍ କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ।
ପରିଧି ଶର୍ମା
ଜି ଟିଭି ର ଲୋକପ୍ରିୟ ଧାରାବାହିକ ଯୋଦ୍ଧା ଆକବର ରେ ଯୋଦ୍ଧାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପରିଧି ଶର୍ମାଙ୍କୁ ଦର୍ଶକ ଖୁବ୍ ପ୍ରଶଂସା କରିଥିଲେ । ପରିଧି ମଧ୍ୟ ଏମବିଏ ରେ ଡିଗ୍ରୀ ହାସଲ କରିଛନ୍ତି । ପରିଧି ଟିଭି ଇଣ୍ଡଷ୍ଟ୍ରିର ଜଣେ ସୁପ୍ରସିଦ୍ଧ ଅଭିନେତ୍ରୀ । ସେ ତାଙ୍କର ପ୍ରତ୍ୟେକ ଭୂମିକାରେ ଖୁବ୍ ପ୍ରଶଂସା ଲୁଟନ୍ତି ।
ସୁରଭି ଜ୍ୟୋତି
ଟିଭିର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଜ୍ୟୋତି ଇଂରାଜୀରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି । ଟିଭି ରେ ସୁପର୍ ସେକ୍ସି ନାଗିନ ର ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁରଭି ଜ୍ୟୋତି ପାଠ ପଢାରେ ବହୁତ ଆଗରେ ଥିଲେ । ପାଠ ପଢା ଶେଷ କରିବା ପରେ ସେ ମଡେଲିଂ ରେ ପାଦ ଦେଇଥିଲେ ଓ ଏବେ ଟିଭିର ହାଇଏଷ୍ଟ ପେଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହୋଇ ସାରିଛନ୍ତି ।
ତ୍ରିଧା ଚୈାଧୁରୀ
ଏମ୍.ଏକ୍ସ ପ୍ଲେୟାରର ସୁପର୍ ହିଟ୍ ୱେବ୍ ସିରିଜ ଆଶ୍ରମରେ ଗୋଟିଏ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତ୍ରିଧା ଚୈାଧୁରୀ । ତ୍ରିଧା ମାଇକ୍ରୋ ବାୟୋଲୋଜିରେ ଗ୍ରାଜୁଏସନ୍ କରିଛନ୍ତି । ସେ ମଧ୍ୟ ଅନେକ ଧାରାବାହିକ ଓ ୱେବ୍ ସିରିଜରେ କାମ କରିଛନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ