ବହୁତ ହିଁ କମ ସମୟରେ Bollywood ରେ ରାଜ କରିଥିବା ଏହି Star ମାନେ ଆଜି ଏମିତି ବଞ୍ଚୁଛନ୍ତି ଜୀବନ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଏମିତି ବହୁତ କମ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ କାରିୟର ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଚାଲି ଥାଏ । କାରଣ ଏହି କଳାକାର ମାନଙ୍କୁ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ପଡିଥାଏ ।

୮୦ ଓ ୯୦ ଦଶକରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁ ମାନେ ବହୁତ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଓ ଅଭିନେତା ମାନେ ଆଜିକୁ ବହୁତ ବଦଳି ଯାଇଛନ୍ତି ଓ ବର୍ତ୍ତମାନର ସମୟରେ ସେମାନେ କିପରି ଜୀବନ ଅତିବାହିତ କରୁଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିନାକ୍ଷୀ ଶେଷାଦ୍ରି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରି । ମିନାକ୍ଷୀ ହେଉଛନ୍ତି ୮୦ ଦଶକର ଏକ ପ୍ରସିଦ୍ଧ ଅଭିନେତ୍ରୀ । ସେହି ସମୟରେ ତାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକ ମାନେ ବହୁତ ପସନ୍ଦ କରୁଥିଲେ ।

ହେଲେ ୨୦୧୬ ମସିହାରେ ଘାୟଲ ୱାନ୍ସ ଆଗେନ ପରେ ସେ ଅନ୍ୟ କୌଣସି ଫିଲ୍ମରେ ନଜର ଆସି ନଥିଲେ । ଆଜି ମିନାକ୍ଷୀ ବହୁତ ଅଧିକ ବଦଳି ଯାଇଛନ୍ତି ସେ ଆଜି ୫୭ ବର୍ଷର ହୋଇସାରିଛନ୍ତି । ସେ ନିଜ ସ୍ଵାମୀ ହରିଶ ମସୁରଙ୍କ ସହ ବିଦେଶରେ ରହୁଛନ୍ତି । ଏହି ଦୁଇଜଣଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି ।

ଅନିଲ କପୁର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅନିଲ କପୁର । ଆପଣ ମାନେ ସମସ୍ତେ ଅନିଲଙ୍କର ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ଅନିଲ ୯୦ ଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ଅନିଲ ବର୍ତ୍ତମାନ ୬୪ ବର୍ଷର ହୋଇସାରିଛନ୍ତି ହେଲେ ସେ ଆଜି ମଧ୍ୟ ବହୁତ ଫିଟ ଓ ଯବାନ ଦେଖାଯାନ୍ତି । ସୁନିତା କପୁରଙ୍କ ସହ ଅନିଲ ବିବାହ କରିଥିଲେ ଓ ଏହି ଦୁଇଜଣଙ୍କର ଦୁଇଟି ଝିଅ ଏବଂ ପୁଅ ଅଛନ୍ତି । ଅନିଲଙ୍କ ଝିଅ ସୋନମ କପୁର ଏକ ବଲିଉଡ ଅଭିନେତ୍ରୀ ଅଟନ୍ତି ।

ମନ୍ଦାକିନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମନ୍ଦାକିନୀ । ମନ୍ଦାକିନୀ ୮୦ ଦଶକରେ ବଲିଉଡର ଅନେକ ଦିଗଜ ଅଭିନେତାଙ୍କ ସହ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଯୋଡିଦାର’ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ମନ୍ଦାକିନୀ ୫୭ ବର୍ଷ ବୟସର ହୋଇସାରିଛନ୍ତି । ପୂର୍ବ ଅପେକ୍ଷା ସେ ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛନ୍ତି । ମନ୍ଦାକିନୀ ୧୯୯୦ ମସିହାରେ ଡାକ୍ତର କଗ୍ଯୁର ଟି. ରିନପୋଚେ ଠାକୁରଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି ।

Leave a Reply

Your email address will not be published. Required fields are marked *