ନମସ୍କାର ବନ୍ଧୁଗଣ ଓଲିଉଡ଼ ଜଗତ ର ଲୋକପ୍ରିୟ ଏବଂ ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଏବେ ଆଉ ଆମ ସହିତ ନାହାନ୍ତି । ଏହି କରୋନା ମହାମାରୀ ରେ ସେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ 2 ଦିନ ତଳେ ତାଙ୍କ ଦେହ ଅଧିକ ଖରାପ ହୋଇଯାଇଥିଲା ।
ସେ ସେହି ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ସେ ଓଡ଼ିଆ ସିନେମା ରେ ବହୁତ ସିନେମା ଏବଂ ଆଲବମ ରେ ନିଜ କଣ୍ଠଦାନ ଦେଇଛନ୍ତି ଏବଂ ତାଙ୍କୁ ଯଥା ତାଙ୍କ ସଙ୍ଗୀତ କୁ ଲୋକମାନେ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ତେବେ ଏଭଳି ଏକ ଦିଗଜ କଣ୍ଠଶିଳ୍ପୀ କୁ ହରାଇବା ଓଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ତେବେ ଆସନ୍ତୁ ତପୁ ମିଶ୍ର ନିଜ ବାହାଘର ରେ କିପରି ସଜ ହୋଇଥିଲେ ଏବଂ କିପରି ସବୁ ପୋଗ୍ରାମ ହୋଇଥିଲା ଏବଂ ସେ କେତେ ଖୁସି ହୋଇଥିଲେ ଚାଲନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।
ତପୁ ମିଶ୍ର ୨୦୧୮ ମସିହାରେ ଅଭିନେତା ଏବଂ ବ୍ୟବସାୟୀ ଦୀପକ ପୂଜାରୀ ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ତାଙ୍କ ବିବାହ ଦିନ ସେ ବହୁତ ଖୁସି ଥିଲେ ଏବଂ ସମସ୍ତ ଙ୍କ ସହ ବହୁତ ଖୁସି ରେ କଥାବାର୍ତ୍ତା ହୋଇ ନାଚ ଗୀତ ମଧ୍ୟ କରୁଥିଲେ ।
ତାଙ୍କର ବିବାହ ପୂର୍ବରୁ ମେହେନ୍ଦୀ ପୋଗ୍ରାମ, ସଙ୍ଗୀତ ପୋଗ୍ରାମ ଏବଂ ହଳଦୀ ଆଦି ପୋଗ୍ରାମ ରେ ସେ ବହୁତ ସୁନ୍ଦର ଭାବରେ ସଜ ହୋଇଥିଲେ ଏବଂ ତାଙ୍କ ସହିତ ତାଙ୍କ ଘନିଷ୍ଠ ବନ୍ଧୁ ଯେପରି ବୁଦ୍ଧାଦିତ୍ୟ ,ପୁନମ, ଜିନା ଆଦି ସେମାନେ ମଧ୍ୟ ତପୁ ଙ୍କ ସମସ୍ତ ପୋଗ୍ରାମ ରେ ଯୋଗ ଦେଇ ତାଙ୍କ ସହିତ ନାଚ ଗୀତ ଏବଂ ବିଭିନ୍ନ ଖେଳ ଖେଳି ବହୁତ ମଜା ମସ୍ତି କରୁଥିଲେ ।
ସେ ଏକ ଇଣ୍ଟରଭିଉ ରେ ନିଜ ବିବାହ ବିଷୟରେ ମଧ୍ୟ କହିଥିଲେ । ଦୀପକ ହିଁ ତାଙ୍କୁ ପ୍ରଥମେ ପ୍ରୋପଜ କରିଥିଲେ ଏବଂ ବିବାହ ପ୍ରସ୍ତାବ ଦେଇଥିଲେ । ଦୀପକ ତପୁ ମିଶ୍ର ଙ୍କ ର ଜଣେ ବଡ ଫ୍ୟାନ ଥିଲେ ତାଙ୍କର ସବୁ ଗୀତ କୁ ସେ ବହୁତ ପସନ୍ଦ ମଧ୍ୟ କରୁଥିଲେ ।
ତେବେ ଦୁଇ ପରିବାର ଙ୍କ ସହମତି ଏବଂ ଖୁସି ଓ ସହଯୋଗ ରେ ଏହି ବିବାହ ଶେଷ ହୋଇଥିଲା । ସେ ଜଣେ ବହୁତ ଖୋଲା ହୃଦୟ ର ମଣିଷ ଏବଂ ସମସ୍ତ ଙ୍କୁ ହସାଉ ଥିବା ମଣିଷ ।
ସେ ନିଜ ବିବାହ ରେ ବହୁତ ଖୁସି ଥିଲେ କିନ୍ତୁ ଏତେ ଶୀଘ୍ର ଏବଂ ମାତ୍ର ୩୬ ବର୍ଷ ବୟସ ରେ ସେ ଏହି ଦୁନିଆ ରୁ ବିଦାୟ ନେଇ ଗଲେ ଏହି ଖବର ସମସ୍ତ ଙ୍କୁ ମର୍ମାହତ କରି ଦେଇଛି । ତେବେ ସେ ସର୍ଵଦା ଆମ ହୃଦୟ ରେ ବଞ୍ଚି ରହିବେ ଏବଂ ତାଙ୍କ ଆତ୍ମା ର ଶାନ୍ତି ପାଇଁ ଆମେ ଈଶ୍ୱରଙ୍କ ଆଗରେ ପାର୍ଥନା କରୁଛୁ ।