୧୮ ବର୍ଷ ପୂର୍ବେ Akshay Kumar ଙ୍କ ସହିତ ନଜର ଆସିଥିବା ଏହି Actor ଆଜି ବିତାଉଛନ୍ତି ଏକ ଗୁମନାମ ର ଜୀବନ

ବଲିଉଡ ଇଣ୍ଡଷ୍ଟ୍ରି ରେ କିଛି ଏମିତି କଳାକାର ଅଛନ୍ତି ଯାହାଙ୍କ ଫିଲ୍ମ କୁ ଦର୍ଶକ ବହୁତ ପସନ୍ଦ କରନ୍ତି । ଏହି କାରଣ ଅଟେ କି ସନୀ ଦେଓଲ ଙ୍କୁ କାଫି ଲମ୍ବା ବ୍ରେକ ନେବା ପରେ ଯେତେବେଳେ ଫିଲ୍ମ ଜାନି ଦୁସ୍ମନ ରେ ଦେଖାଗଲା ତେବେ ତାଙ୍କର ଏହି ଫିଲ୍ମ କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । କିନ୍ତୁ ଏହି ଫିଲ୍ମ ରେ ସନୀ ଦେଓଲ ଙ୍କ ବ୍ଯତୀତ ଆଉ ଏକ ଚରିତ୍ର ମଧ୍ୟ ଥିଲା ଯାହାଙ୍କୁ ଏହି ଫିଲ୍ମ ରେ ସବୁଠୁ ଅଧିକ ପସନ୍ଦ କରାଗଲା । ତାହା ଥିଲା ଅରମାନ କୋହଲୀ ଙ୍କ ଭୂମିକା ।

ଯାହାଙ୍କୁ ଏହି ଫିଲ୍ମ ରେ ଇଚ୍ଛାଧାରୀ ନାଗର ଭୂମିକାରେ ଦେଖା ଯାଇଥିଲା ଓ ତାଙ୍କର ଏହି ଭୂମିକାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଜାନି ଦୁସ୍ମନ ରେ ଅକ୍ଷୟ କୁମାର ଙ୍କ ସହିତ ନଜର ଆସିଥିବା ଅରମାନ କୋହଲୀ ଆଜି କେଉଁଠି ଅଛନ୍ତି କଣ କରୁଛନ୍ତି ଓ କେମିତି ଦେଖା ଯାଉଛନ୍ତି ।

ବନ୍ଧଗଣ ଅରମାନ କୋହଲୀ ଙ୍କ ପିତା ରାଜ୍କୁମାର କୋହଲୀ ବଲିଉଡ ଇଣ୍ଡଷ୍ଟ୍ରିର ଜଣା ଶୁଣା ଡାଇରେକ୍ଟର ଅଟନ୍ତି । ଅରମାନ କୋହଲୀ ନିଜର ଫିଲ୍ମ କ୍ଯାରିୟର ବାଲ୍ୟ କଳାକାର ରୂପରେ ଫିଲ୍ମ ‘ବଦଲେ କି ଆଗ’ ରୁ କରିଥିଲେ । ଯେଉଁଥିରେ ତାଙ୍କ ଭୂମିକାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ସେଇଠି ମୁଖ୍ୟ ଭୂମିକାରେ ତାଙ୍କୁ ୧୯୯୨ ରେ ଫିଲ୍ମ ବିରୋଧ ରେ ଦେଖାଗଲା । ଯେଉଁଥିରେ ତାଙ୍କ ଅଭିନୟ କୁ କିଛି ଖାସ ପସନ୍ଦ କରା ଯାଇ ନଥିଲା । ଏହା ବ୍ଯତୀତ ଅରମାନ କୋହଲୀ ବଲିଉଡ ର ଆଉ କିଛି ଫିଲ୍ମ ରେ ଲୀଡ ରୋଲ ନିଭାଉଥିବାର ନଜର ଆସିଥିଲେ ।

କିନ୍ତୁ ଲୀଡ ଆକ୍ଟର ଭାବରେ ତାଙ୍କୁ ଫିଲ୍ମ ରେ କିଛି ଖାସ ପସନ୍ଦ କରାଗଲା ନାହିଁ । ଯେଉଁ କାରଣରୁ ତାଙ୍କୁ ଫିଲ୍ମ ରେ ସାଇଡ ରୋଲ ର ଅଫର ମିଳିଲା । ପ୍ରଥମ ଥର ତାଙ୍କୁ ଜାନି ଦୁସ୍ମନ ରେ ନେଗେଟିଭ ଚରିତ୍ରରେ ଦେଖାଗଲା । ଫିଲ୍ମ ରେ ଅରମାନ କୋହଲୀ ଇଚ୍ଛା ଧାରୀ ନାଗର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ଏକ ମଲ୍ଟିଷ୍ଟାର ଫିଲ୍ମ ଥିଲା । ଯେଉଁଥିରେ ସନୀ ଦେଓଲ, ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଓ ସୋନୁ ନିଗମ ଙ୍କ ପରି ବଡ ବଡ କଳାକାର ନଜର ଆସିଥିଲେ ।

ଏହି ଫିଲ୍ମ ୨୦୦୨ ର ସବୁଠୁ ବଡ ହିଟ ଫିଲ୍ମ ଥିଲା । ଏହି ଫିଲ୍ମ ରେ ସବୁ ଚରିତ୍ରକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ଓ ଆଜି ବି ଅରମାନ କୋହଲୀ ଙ୍କୁ ଏହି ଫିଲ୍ମ ଜରିଆରେ ମନେ ପକାଯାଏ । କିନ୍ତୁ ନିଜ କ୍ଯାରିୟର ର ପ୍ରଥମ ହିଟ ଫିଲ୍ମ ଦେବା ପରେ ବି ଅରମାନ କୋହଲୀ ବଲିଉଡ ଇଣ୍ଡଷ୍ଟ୍ରି ରୁ ଦୂରେଇ ଗଲେ ଓ ସେ ଯେତେବେଳେ ଫେରିବାକୁ ଚେଷ୍ଟା କାଲେ ତ ତାଙ୍କୁ ଫିଲ୍ମ ରେ କାମ ମିଳିଲା ନାହିଁ । ଦୀର୍ଘ ଦିନ ପରେ ପ୍ରଥମ ଥର ପାଇଁ ଅରମାନ କୋହଲୀ ସଲମାନ ଙ୍କ ଫିଲ୍ମ ପ୍ରେମ ରତନ ଧନ ପାୟୋ ରେ ସାଇଡ ରୋଲ ରେ ନଜର ଆସିଲେ ।

ଯେଉଁଥିରେ ତାଙ୍କ ରୋଲ କୁ ଠିକ ଠାକ ପସନ୍ଦ କରାଗଲା । ଏହା ବ୍ଯତୀତ ଅରମାନ କୋହଲୀ ଛୋଟ ପରଦାର ରିଆଲିଟି ସୋ ବିଗବସ ର ବି ଅଂସ ରହି ସାରିଛନ୍ତି । ଏହି ସୋ ସମୟରେ ହିଁ ଅରମାନ କୋହଲୀ ଓ ତନିଶା ମୁଖାର୍ଜୀ ଙ୍କ ଅଫେୟାର ର କାହାଣୀ ସାମ୍ନା କୁ ଆସିଲା । କିନ୍ତୁ ଅରମାନ କୋହଲୀ ଆଜି ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ଓ ୪୭ ବର୍ଷ ବୟସରେ ଅରମାନ କୋହଲୀ କୁଆଁରା ଅଛନ୍ତି ।

ତେବେ ବନ୍ଧୁଗଣ ଆପଣଙ୍କୁ ଅରମାନ କୋହଲୀ ଙ୍କ ଅଭିନୟ ଫିଲ୍ମ ଜାନି ଦୁସ୍ମନ ରେ କେମିତି ଲାଗିଥିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *