ଦେଖନ୍ତୁ ବାହାଘର ପରେ ପ୍ରଥମ ଥର Arvind ଓ Janklin କିପରି ପାଳିଲେ ରାକ୍ଷୀ ପୂର୍ଣ୍ଣିମା

ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତା ତଥା ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜ ଅଭିନୟ ଦ୍ଵାରା ଖୁବ କମ ସମୟ ମଧ୍ୟରେ ଲକ୍ଷାଧିକ ଦର୍ଶକଙ୍କ ହୃଦୟରେ ଘର କରି ବସିଛନ୍ତି । ଆଜି ଆମ୍ଭେ ଆପଣଙ୍କୁ ଓଡିଆ ହିରୋଇନ ଜାଙ୍କଲିନ ଙ୍କ ପ୍ରଥମ ରାକ୍ଷୀ ପାଳନ ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ । ରଜକ୍ଵିନ ର ବିଜେତା ଜାଙ୍କଲିନ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ଚର୍ଚ୍ଚାରେ । ସେ କୌଣସି ପାର୍ଟି ହେଉ ଅଥବା କୌଣସି ପର୍ବ ଜାଙ୍କଲିନ ନିଜ ଝଲକ ନିଶ୍ଚିତ ରୂପେ ସୋ-ସି-ଆ-ଲ ମି-ଡି-ଆ ରେ ସେୟାର କରିଥାନ୍ତି ।

ନିକଟରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଗଲା । ଏହା ହେଉଛି ଭାଇ ଭଉଣୀ ର ଅତୁଟ ସମ୍ପର୍କ ର ପ୍ରତୀକ । ରାକ୍ଷୀ ପୂର୍ଣ୍ଣିମାନେ ଭଉଣୀଟିଏ ନିଜ ଭାଇ କୁ ରାକ୍ଷୀ ବାନ୍ଧିଥାଏ ଏବଂ ପ୍ରତିବଦଳରେ ଭାଇ ଆଜୀବନ ଭଉଣୀ ର ରକ୍ଷା ନିମନ୍ତେ ପ୍ରତିଶ୍ରୁତି ଦେଇଥାଏ । ସେହିଭଳି ଜାଙ୍କଲିନ ମଧ୍ୟ ନିଜ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି । କିନ୍ତୁ ଏହି ପବିତ୍ର ପର୍ବ ଜାଙ୍କଲିନ ନିଜ ମା’ ଘରକୁ ଯାଇ ନୁହେଁ ବରଂ ନିଜ ଶାଶୁଘରେ ରହି ପାଳନ କରିଛନ୍ତି ।

ଜାଙ୍କଲିନ ଙ୍କ ଭଉଣୀ ସୋମାଲିନ ମଧ୍ୟ ତାଙ୍କ ଶାଶୁଘରକୁ ଯାଇ ନିଜ ଭେଣେଇକୁ ରାକ୍ଷୀ ବାନ୍ଧିଥିଲେ । ଏହି ଅବସରରେ ପରିବାର ଲୋକଙ୍କ ସହିତ ଜାଙ୍କଲିନ ଏବଂ ତାଙ୍କ ଭାଇ ତଥା ଭଉଣୀ ସମସ୍ତେ ଖୁସି ନଜର ଆସୁଛନ୍ତି । ପ୍ରାଏ ସମସ୍ତ ଖୁସିର ମୂହୁର୍ତ୍ତ କୁ ତ ଜାଙ୍କଲିନ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ପୋଷ୍ଟ କରିଥାନ୍ତି । ଭାଇ ଭଉଣୀ ର ଏହି ମହାନ ବନ୍ଧନର ଦୃଶ୍ୟ କୁ ସେ କେମିତି ପୋଷ୍ଟ ନକରି ରହିଥାନ୍ତେ ?

ଅତି ଆନନ୍ଦ ର ସହିତ ସେ ଏହି ଦୃଶ୍ୟ କୁ ସେୟାର କରିଛନ୍ତି । ଏହି ଖୁସିର ଅବସରରେ ଜାଙ୍କଲିନ ବହୁତ ଖୁସି ନଜର ଆସୁଥିବାର ଦେଖାଯାଉଛନ୍ତି । ଆପଣ ମାନେ ତ ସମସ୍ତେ ଜାଣିଛନ୍ତି ଯେ ଜାଙ୍କଲିନ ରଜକ୍ଵିନ ଜିତି ସାରିବା ପରେ ସିରିୟଲ ରେ ଅଭିନୟ କରିବା ଆରମ୍ଭ କରିଦେଲେ । ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଏତେ ଭଲ ଲାଗିଲା ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକେ ତାଙ୍କୁ ଦେଖିବାକୁ ଚାହିଁ ବସିଛନ୍ତି ।

ଅଭିନୟ କରୁ କରୁ କେବେ ସେ ଅରିନ୍ଦମ ଙ୍କ ପ୍ରେମରେ ପଡିଗଲେ ତାହା ମଧ୍ୟ ଜଣା ନାହିଁ ବୋଲି ସେ କହିଥିଲେ । ଅରବିନ୍ଦ ମଧ୍ୟ ଅଭିନେତା ଥିବା ବେଳେ ଉଭୟ ଉଭୟ ଙ୍କୁ ଭଲ ପାଇ ବିବାହ କରିଥିଲେ । ବର୍ତ୍ତମାନ ଉଭୟ ନିଜ ଦାମ୍ପତ୍ୟ ଜୀବନରେ ଖୁସିରେ ସମୟ ଅତିବାହିତ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଟିପ୍ପଣୀ ତି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭେକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *