ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଅଭିନେତା ଅରିନ୍ଦମ ରଏ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି ।
ତାଙ୍କ ଫିଲ୍ମ ଗୁଡ଼ିକ ମଧ୍ୟରୁ ହିରୋ, ‘ରାଜା ଝିଅ ସଙ୍ଗେ ହେଇଗଲା ଭାବ’, ‘ଇସ୍କ ତୁ ହି ତୁ’, ‘ଅଶୋକ ସମ୍ରାଟ’, ‘କାଳୀ ଶଙ୍କର’ ଭଳି ଫିଲ୍ମ ଅନ୍ୟତମ । ସେ ନିଜର ଅଭିନୟ ଏବଂ ଦକ୍ଷତା ବଳ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ଦ୍ଵାରା ଅଭିନୀତ ପ୍ରଥମ ଓଡ଼ିଆ ଫିଲ୍ମ ହେଉଛି ‘ପ୍ରେମ ଋତୁ ଆସିଲା ରେ’ । ଏହି ଅଭିନେତା ୨୦୦୬ ମସିହାରେ ପ୍ରଥମ ଥର ପାଇଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ ।
ତେବେ ଆପଣ ମାନେ ଏହି ଅଭିନେତା ଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଜାଣିଛନ୍ତି କି? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଅରିନ୍ଦମ ରଏ ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି ।
ବର୍ତ୍ତମାନ ସମୟ ରେ ତାଙ୍କୁ ପ୍ରାୟ ୩୮ ବର୍ଷ ବୟସ ହୋଇ ଗଲାଣି । ଏହି ଅଭିନେତା ୨୦୧୬ ମସିହାରେ ଅନୁପା ଦାସ ଙ୍କୁ ବିବାହ କରିଛନ୍ତି । ଗତ କିଛି ଦିନ ପୂର୍ବରୁ ହିଁ ଏହି ଅଭିନେତା ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଅରିନ୍ଦମ ଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଯଦି ନଜର ପକାଇବା ତେବେ ସେ କଟକ ର ଖ୍ରୀଷ୍ଟ ମହାବିଦ୍ୟାଳୟ ରୁ ଗ୍ରାଜୁଏସନ କମ୍ପ୍ଳିଟ କରିଛନ୍ତି ।
ଏହା ସହିତ ଯଦି ଏହି ଅଭିନେତା ଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତି ଉପରେ ନଜର ପକାଇବା ତେବେ ତାଙ୍କର ପ୍ରାୟ ୨୦ କୋଟି ରୁ ଅଧିକ ସମ୍ପତ୍ତି ରହିଛି । ଏହି ଅଭିନେତା ଗୋଟିଏ ଫିଲ୍ମ ରେ ଅଭିନୟ କରିବା ପାଇଁ ୫ ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି ଏବଂ ଏହା ସହିତ ତାଙ୍କର ନିଜର ସାଇଡ଼ ବିଜନେସ ରହିଛି ଏବଂ ତାଙ୍କର ଫିଲ୍ମ ପ୍ରଡକ୍ସନ ହାଉସ ମଧ୍ୟ ରହିଛି ।
ଏହି ଫିଲ୍ମ ପ୍ରଡକ୍ସନ ରୁ ସେ କିଛି ଫିଲ୍ମ ମଧ୍ୟ ବନାଇଛନ୍ତି । ଏହି ଅଭିନେତା ଙ୍କୁ ଶ୍ରେଷ୍ଠ ନାୟକ ର ପୁରସ୍କାର ଦ୍ଵାରା ସମ୍ମାନିତ ମଧ୍ୟ କରାଯାଇଛି । ତେବେ ଅଭିନେତା ଅରିନ୍ଦମ ରଏ ଙ୍କ ପରିବାର ଉପରେ ଯଦି ନଜର ପକାଇବା ତେବେ ତାଙ୍କ ପରିବାର ରେ ତାଙ୍କ ପିତା, ମାତା, ସ୍ତ୍ରୀ ଏବଂ ତାଙ୍କର କୁନି ପୁଅ ରୁହନ୍ତି । ଅରିନ୍ଦମ ନିଜ ପିତାମାତା ଙ୍କ ଗୋଟିଏ ବୋଲି ପୁଅ ଅଟନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ